www.samajalive.in
Monday, December 8, 2025
24.1 C
Bhubaneswar

ନୟାଗଡ ସାମ୍ବାଦିକ ଆକ୍ରମଣ ଘଟଣାକୁ ଜିଲା ସାମ୍ବାଦିକ ସଂଘର ଦୃଢ ନିନ୍ଦା

ବୌଦ୍ଧ : ନୟାଗଡ ଜିଲାରେ ଦୁଇଜଣ ସାମ୍ବାଦିକ ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଅବକାରୀ ବିଭାଗର ଜଣେ ଅଧିକାରୀ ଦୁର୍ବ୍ୟବହାର ଓ ମାଡମାରିବା ଘଟଣାରେ ରାଜ୍ୟସାରା ସାମ୍ବାଦିକ ମହଲରେ ଉଦବେଗ ପ୍ରକାଶ ପାଇଛି। ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର ଏହି ଘଟଣାକୁ ଦୃଢ ନିନ୍ଦା କରିବା ସହିତ ରାଜ୍ୟ ସରକାର ତୁରନ୍ତ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ରାଜ୍ୟବ୍ୟାପୀ ସାମ୍ବାଦିକମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷିରେ ବୌଦ୍ଧଜିଲା ସାମ୍ବାଦିକ ସଂଘ ପକ୍ଷରୁ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ସଭାପତି ରତ୍ନାକର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲା ସଂଘ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇ ବାରମ୍ବାର ରାଜ୍ୟରେ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣାକୁ ନେଇ ଉଦବେଗ ପ୍ରକାଶ କରାଯାଇଥିଲା। ନୟାଗଡ ଘଟଣାରେ କର୍ତ୍ତବ୍ୟରତ ଦୁଇଜଣ ସାମ୍ବାଦିକଙ୍କୁ ଯେଉଁଭଳି ଭାବରେ ଆକ୍ରମଣ କରାଗଲା ତାହାକୁ ଜିଲା ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯିବା ସହିତ ସରକାର ତୁରନ୍ତ ମାମଲାରେ ହସ୍ତକ୍ଷେପ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଏହାବ୍ୟତୀତ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନକୁ କଡାକଡି ଭାବରେ ଲାଗୁ କରିବାକୁ ସଂଘର ବରିଷ୍ଠ ସଦସ୍ୟମାନେ ମତପ୍ରକାଶ କରିଥିଲେ। ନୟାଗଡ ଘଟଣାରେ ରାଜ୍ୟ ସାମ୍ବାଦିକ ସଂଘ ପକ୍ଷରୁ ଯେଉଁ ନିଷ୍ପତି ଗ୍ରହଣ କରାଯିବ ବୌଦ୍ଧଜିଲା ସାମ୍ବଦିକ ସଂଘ ସେଥିରେ ସାମିଲ ହେବାକୁ ସର୍ବସମ୍ମତ ମତପ୍ରକାଶ ପାଇଥିଲା। ବୈଠକରେ ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ରାଉତ, ଶଶାଙ୍କ ଶେଖର ମିଶ୍ର, ପ୍ରମୋଦ କୁମାର ବାଘ, କୃଷ୍ଣଗୋପାଳ ମେହେର, ଅଜିତ କୁମାର ବାରିକ, ବନମାଳୀ ପ୍ରଧାନ, ଧବଳେଶ୍ୱର ମହାପାତ୍ର, ରବିନ୍ଦ୍ର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ସମ୍ପାଦିକା ପ୍ରଣତୀ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories