www.samajalive.in
Saturday, December 6, 2025
26.1 C
Bhubaneswar

ମାଟ୍ରିକ ପରୀକ୍ଷାଫଳକୁ ନେଇ ଟ୍ୱିନ ସିଟି ସହ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

କଟକ/ଭୁବନେଶ୍ୱର/ପୁରୀ : ପ୍ରକାଶ ପାଇ ସାରିଛି ମାଟ୍ରିକ ପରୀକ୍ଷାଫଳ। ମାତ୍ର ମାଟ୍ରିକ ପରୀକ୍ଷାଫଳକୁ ନେଇ କିଛି ଛାତ୍ରଛାତ୍ରୀ ସନ୍ତୁଷ୍ଟ ନାହାଁନ୍ତି। ଏହାକୁ ନେଇ ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍କୁଲକୁ ଘେରିଛନ୍ତି ଛାତ୍ରଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛ କଟକ,ଭୁବନେଶ୍ୱର ଓ ପୁରୀରେ। ତ୍ରୁଟିପୂର୍ଣ୍ଣ ମାର୍କିଂ ହୋଇଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି।
ରାଜଧାନୀ ଭୁବନେଶ୍ୱର ସ୍ଥିତ ବ୍ରହ୍ମେଶ୍ୱର ସରକାରୀ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳକୁ ନେଇ ଅସନ୍ତୋଷ ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କଟକ କଲେଜଛକ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଛାତ୍ରଛାତ୍ରୀ ହୋହଲ୍ଲା କରିବା ସହ ଶିକ୍ଷକଙ୍କୁ ଘେରିଛନ୍ତି। ସ୍କୁଲରେ ଶତାଧିକ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ନମ୍ବରରେ ତ୍ରୁଟି ଥିବା କହିଛନ୍ତି। ସେମାନଙ୍କୁ ଯାହା ନମ୍ବର ମିଳିଛି, ସେଥିରେ ଯୁକ୍ତ ଦୁଇ ପଢିବା ପାଇଁ ଭଲ କଲେଜ ମିଳିବ ନାହିଁ ବୋଲି ମଧ୍ୟ କହିଛନ୍ତି। ଏହାସହ ପୁନଃ ମୂଲ୍ୟାଙ୍କନ ପାଇଁ ଦାବୀ କରିଛନ୍ତି। କଟକ ବୋର୍ଡ କାର୍ଯ୍ୟାଳୟରେ ଆଗରେ ମଧ୍ୟ ଅଭିଭାବକ ଓ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରିଛନ୍ତି।
ସୂଚନା ଯୋଗ୍ୟ, ଜୁନ ୨୫ରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇଥିଲା। କରୋନା ମହାମାରୀ ପାଇଁ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କରାନଯାଇ ଫଳ ପ୍ରକାଶ ପାଇଥିଲା। ବିକଳ୍ପ ବ୍ୟବସ୍ଥା ଯୋଗେ ମୂଲ୍ୟାଙ୍କନ ହୋଇଥିବା ବେଳେ ୯୭.୮% ପାସ୍‍ ହାର ରହିଥିଲା।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories