www.samajalive.in
Sunday, December 7, 2025
16.1 C
Bhubaneswar

ଗଞ୍ଜାମରେ ଆରମ୍ଭ ହେଲା ଆଭାସିରେ ଅଭିଯୋଗ ଶୁଣାଣି

ବ୍ରହ୍ମପୁର: କରୋନା ଯୋଗୁ ପ୍ରାୟ ଏକ ବର୍ଷରୁ ଅଧିକ ସମୟ ହେଲା ବନ୍ଦ ପଡ଼ିଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ପୁଣି ଥରେ ଗଞ୍ଜାମ ଜିଲାରେ ଆରମ୍ଭ ହୋଇଛି । ତେବେ ଆଭାସିରେ ଅଭିଯୋଗ ଶୁଣାଣି କରାଯାଇଛି । ଏହାକୁ ନାମ ଦିଆଯାଇଛି ‘ମୋ ନିବେଦନ’ । ସୋମବାର ପ୍ରଥମ ବ୍ଲକ ଭାବେ ରଙ୍ଗେଇଲୁଣ୍ଡା ବ୍ଲକର ଅଭିଯୋଗ ଶୁଣାଣି ହୋଇଛି । ଏହି ବ୍ଲକର ରଙ୍ଗିପୁର, କେଲୁଆପଲ୍ଲୀ, ଗୋଳନ୍ଥରା ଏବଂ ନାରାୟଣପୁର ପଞ୍ଚାୟତ ସାମିଲ ହୋଇଛି । ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ ଉପସ୍ଥିତ ରହି ଆଭାସିରେ ଲୋକମାନଙ୍କ ଅଭିଯୋଗ ଶୁଣିଥିଲେ । ସଂପୃକ୍ତ ପଞ୍ଚାୟତର କାର୍ଯ୍ୟାଳୟରୁ ଲୋକମାନେ ଆଭାସିରେ ଲ୍ୟାପଟପ ଏବଂ ମୋବାଇଲ୍‌ ମାଧ୍ୟମରେ ସେମାନଙ୍କ ଅଭିଯୋଗ ପ୍ରକାଶ କରିଥିଲେ । ଏଥିରେ ପଞ୍ଚାୟତର ସ୍ତରର ଅଧିକାରୀମାନେ ସହଯୋଗ କରିଥିଲେ । ପ୍ରଥମ ଦିନରେ ପ୍ରାୟ ୬୦ଟି ଅଭିଯୋଗର ଶୁଣାଣି କରାଯାଇଛି । ଆଭାସିରେ ଜିଲା ସ୍ତରୀୟ ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟରୁ ଶୁଣାଣିରେ ଭାଗନେଇଥିଲେ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories