www.samajalive.in
Thursday, December 11, 2025
18.1 C
Bhubaneswar

ତୀରନ୍ଦାଜୀ ବିଶ୍ବକପ୍: ଭାରତକୁ ଆଉ ୩ ସ୍ବର୍ଣ୍ଣ

ପ୍ୟାରିସ୍‌ : ଏଠାରେ ଚାଲିଥିବା ତୀରନ୍ଦାଜୀ ବିଶ୍ବକପ୍‌ ୩ୟ ଚରଣରେ ଭାରତକୁ ଆଉ ୩ଟି ସ୍ବର୍ଣ୍ଣପଦକ ମିଳିଛି। ମିଶ୍ରିତ ରିକର୍ଭ, ମହିଳା ଦଳଗତ ରିକର୍ଭ ଓ ମହିଳା ବ୍ୟକ୍ତିଗତ ରିକର୍ଭରେ ଭାରତକୁ ଏହି ୩ଟି ସ୍ବର୍ଣ୍ଣପଦକ ମିଳିଛି। ତୀରନ୍ଦାଜୀ ବିଶ୍ବକପ୍‌ରେ ଦୀପିକା କୁମାରୀ ଓ ତାଙ୍କ ପତି ଅତନୁ ଦାସ ମିଶ୍ରିତ ରିକର୍ଭ ଫାଇନାଲରେ ନେଦରଲାଣ୍ଡ୍‌ଠାରୁ ୦-୨ ସେଟ୍‌ରେ ପଛୁଆ ଥିଲେ ହେଁ ଲଢ଼ୁଆ ପ୍ରଦର୍ଶନ କରିଥିଲେ ଦୀପିକା ଓ ଅତନୁ। ଦୁହେଁ ନେଦରଲାଣ୍ଡ୍‌ସର ସେଫ୍ ଭାନ୍ ଡେନ୍ ବର୍ଗ ଓ ଗାବ୍ରିଏଲା ସ୍ଲୋଏସେରଙ୍କୁ ୫-୩ ସେଟ୍‌ରେ ପରାସ୍ତ କରିଥିଲେ।
ପରେ ମହିଳା ବ୍ୟକ୍ତିଗତ ରିକର୍ଭ ବିଭାଗରେ ଦୀପିକା ସ୍ବର୍ଣ୍ଣପଦକ ଜିତିଛନ୍ତି। ରବିବାର ଫାଇନାଲରେ ବିଶ୍ବର ୩ନଂ ମହିଳା ତୀରନ୍ଦାଜ ଦୀପିକା ରୁଷିଆର ଏଲିନା ଓସିପୋଭାଙ୍କୁ ୬-୦ରେ ପରାସ୍ତ କରିଛନ୍ତି। ଏହାକୁ ମିଶାଇ ଚଳିତ ବିଶ୍ବକପ୍‌ରେ ଦୀପିକା ୩ଟି ସ୍ବର୍ଣ୍ଣ ଜିତି ହ୍ୟାଟ୍ରିକ୍ ଅର୍ଜନ କରିଛନ୍ତି। ବିଶ୍ବକପ୍‌ରେ ତାଙ୍କର ବ୍ୟକ୍ତିଗତ ସ୍ବର୍ଣ୍ଣ ସଂଖ୍ୟା ୯ରେ ପହଞ୍ଚିଛି। ଶନିବାର ରାତିରେ ଭାରତକୁ ଆଉ ଏକ ସ୍ବର୍ଣ୍ଣପଦକ ଜିତାଇଥ​ିଲେ ମହିଳା ରିକର୍ଭ ଦଳଗତ ଦଳ। ଦୀପିକା କୁମାରୀ, କୋମଳିକା ବାରି ଓ ଅଙ୍କିତା ଭକତଙ୍କ ମହିଳା ଦଳ ଫାଇନାଲରେ ଶକ୍ତିଶାଳୀ ମେକ୍ସିକୋକୁ ସହଜରେ ୫-୧ ସେଟ୍‌ରେ ପରାସ୍ତ କରିଥିଲା। ଫାଇନାଲରେ ୩ ଭାରତୀୟ ଚମତ୍କାର ପ୍ରଦର୍ଶନ କରିଥିଲେ। ମୁକାବିଲାରେ ଭାରତ ଗୋଟିଏ ମଧ୍ୟ ସେଟ୍‌ ହାରିନଥିଲା। ମେକ୍ସିକୋର ମହିଳା ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍‌ସରେ ରୌପ୍ୟପଦକ ଜିତାଇଥିଲେ। ଏହାସହ ଏହି ବିଶ୍ବକପ୍‌ରେ ଭାରତୀୟ ପ୍ରତିଯୋଗୀ ୪ଟି ସ୍ବର୍ଣ୍ଣପଦକ ଜିତିଛନ୍ତି। ପୂର୍ବରୁ ଭାରତର ଅଭିଷେକ ବର୍ମା ଦେଶକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories