www.samajalive.in
Monday, December 8, 2025
27.1 C
Bhubaneswar

ଉପକୂଳରେ ବଢ଼ିପାରେ ତାଲାବନ୍ଦ

୮ ଜିଲା ବଢ଼ାଉଛି ସରକାରଙ୍କ ଚିନ୍ତା, ଲୋକଙ୍କ ଅମାନିଆପଣ ଦାୟୀ: ସ୍ୱାସ୍ଥ୍ୟ ନିର୍ଦେଶକ

ଭୁବନେଶ୍ୱର : ଥମୁନି ରାଜ୍ୟରେ କରୋନା ମହାମାରୀର ପ୍ରକୋପ। ତାଲାବନ୍ଦ, ସପ୍ତାହାନ୍ତ ବନ୍ଦ ଭଳି କଡ଼ା ପଦକ୍ଷେପ ବି ମହାମାରୀକୁ ସମ୍ପୂର୍ଣ୍ଣ ଆୟତ୍ତକୁ ଆଣି ପାରିନାହିଁ। ଏବେ ବି ରାଜ୍ୟରେ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ପାଖାପାଖି ରହୁଛି। ଅନ୍ୟପକ୍ଷରେ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ ଶେଷ ହେବାକୁ ରାଜ୍ୟ ସରକାରଙ୍କ ହାତରେ ମାତ୍ର ଆଉ ୩ ଦିନ ବାକି ରହିଛି। ଯଦି ପରିସ୍ଥିତି ଏଭଳି ଲାଗି ରୁହେ, ତେବେ ପୁଣି ଥରେ ସରକାରଙ୍କ ପକ୍ଷରୁ ଅଧିକ ସଂକ୍ରମିତ ଜିଲା ପାଇଁ ତାଲାବନ୍ଦ କଟକଣା ଲାଗୁ ହୋଇପାରେ ବୋଲି ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ତଥ୍ୟ ଅନୁଯାୟୀ ମେ’ ୫ରୁ ପ୍ରଥମ ପର୍ଯ୍ୟାୟ ଏବଂ ୧୯ରୁ ଦ୍ୱିତୀୟ ପର୍ଯ୍ୟାୟ ତାଲାବନ୍ଦ କରୋନା ମହାମାରୀକୁ ପ୍ରଶମିତ କରିବାରେ ଆଂଶିକ ସଫଳ ହୋଇଥିଲା। ମେ’ ଶେଷ ବେଳକୁ ରାଜ୍ୟର ଦୈନିକ ସଂକ୍ରମଣ ୮,୩୦୦ ଉପରେ ରହିଥିଲା। ଏହାକୁ ନେଇ ସରକାରଙ୍କ ପକ୍ଷରୁ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ କରାଗଲା। ଏହି ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ବେଳେ ରାଜ୍ୟରେ ଭଲ ପ୍ରଭାବ ପଡ଼ିଲା। ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହାର ନିୟନ୍ତ୍ରଣକୁ ଆସିଲା। ସଂକ୍ରମଣ ହାର ଖସି ଜୁନ୍ ୧୫ ବେଳକୁ ସାଢ଼େ ୩ ହଜାର ପାଖାପାଖି ରହିଲା। ଏହାକୁ ଦୃଷ୍ଟିରେ ରଖି ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦ କରାଗଲା। ଆଶା କରାଯାଇଥିଲା ଯେ, ଏହି ପର୍ଯ୍ୟାୟରେ କରୋନା ରାଜ୍ୟରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିବ। ଉପକୂଳ ଓଡ଼ିଶାରେ ଆଜି ବି ୮ଟି ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତ ପାଖାପାଖି ରହୁଛି। ଯେଉଁ ଲକ୍ଷ୍ୟ ନେଇ ସରକାର ତାଲାବନ୍ଦ କରିଥିଲେ ତାହା ଯାଜପୁର, କଟକ, ଖୋର୍ଦ୍ଧାର ଭୁବନେଶ୍ୱର,ପୁରୀ ପ୍ରଭୃତି ଜିଲାରେ ସଫଳ ହେଉ ନ ଥିବା ପରିଲକ୍ଷିତ ହୋଇଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଯଦି ଏହି ତିନିଦିନ ମଧ୍ୟରେ ଏହିସବୁ ଜିଲାରେ ସଂକ୍ରମଣ ହାର ନ କମିବ ତେବେ ଆଗାମୀ ଦିନରେ ଉପକୂଳବର୍ତ୍ତୀ ଜିଲା ପାଇଁ ସରକାରଙ୍କ ପକ୍ଷରୁ ପୁଣି ଥରେ କଟକଣା ଜାରି ରହିବ।
ଏହି ପରିପ୍ରେକ୍ଷୀରେ ପଡୋଶୀ ରାଜ୍ୟରେ ସଂକ୍ରମଣ ହାର ଅତ୍ୟନ୍ତ ନଗଣ୍ୟ ରହିଛି। ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡଖଣ୍ଡ ଓ ତେଲଙ୍ଗାନା ଭଳି ଯେଉଁ ସବୁ ରାଜ୍ୟକୁ ନେଇ ସରକାର ସୀମାନ୍ତ ଅଞ୍ଚଳକୁ ବନ୍ଦ କରୁଥିଲେ ପାଲଟା ପଡୋଶୀ ରାଜ୍ୟ ଏବେ ଓଡ଼ିଶାବାସୀଙ୍କ ପାଇଁ କଟକଣା ଜାରି କରୁଛନ୍ତି। ଏହି କ୍ଷେତ୍ରରେ ଉପକୂଳ ଜିଲା ପାଇଁ ଆଗାମୀ ଦିନରେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ତାକୁ ନେଇ ଆସନ୍ତା ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବାର ରହିଛି। ଯଦି ଆବଶ୍ୟକ ପଡ଼େ ତେବେ ଉପକୂଳ ଜିଲାରେ ତାଲାବନ୍ଦ ପ୍ରକ୍ରିୟା ବଳବତ୍ତର ରହିପାରେ।
ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶକ ଡା. ବିଜୟ କୁମାର ମହାପାତ୍ର କହିଛନ୍ତି ଯେ, କିଛି ଲୋକଙ୍କ ଅମାନିଆପଣ ପାଇଁ ସମସ୍ତଙ୍କୁ ଅସୁବିଧା ଭୋଗିବାକୁ ପଡ଼ୁଛି। ତୃତୀୟ ପର୍ଯ୍ୟାୟ ସଂକ୍ରମଣକୁ ନେଇ ଲୋକେ ଟିକେ ସଚେତନ ହୋଇଥିଲେ। ଫଳରେ ପଶ୍ଚିମ ଓଡ଼ିଶା ପ୍ରାୟତଃ ନିୟନ୍ତ୍ରଣକୁ ଆସିପାରିଲା; ହେଲେ ଉପକୂଳବାସୀ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି, ଲୋକେ ଯଦି ସଚେତନ ନ ହେବେ ତେବେ କିଛି କରିହେବ ନାହିଁ ବୋଲି ଡା. ମହାପାତ୍ର କହିଛନ୍ତି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories