www.samajalive.in
Monday, December 8, 2025
14.1 C
Bhubaneswar

ନକଲି ଔଷଧ କାରବାର ଘଟଣା : ଜିମାରେ ଆସିବେ ଶିବପ୍ରସନ୍ନ, ସୁଦୀପ

ଭୁବନେଶ୍ବର : ରାଜ୍ୟରେ ନକଲି ଔଷଧ କାରବାରରେ ନିକଟରେ ଗିରଫ ହୋଇଥିବା ମୁଖ୍ୟ ଷଡଯନ୍ତ୍ରକାରୀ ତଥା ମହଜୁଦକାରୀ ‘ମେଡିଲୟଡ୍ ମେଡିକାମେଣ୍ଟ ପ୍ରାଇଭେଟ୍ ଲିମିଟେଡ’ର ମୁଖ୍ୟ ଶିବପ୍ରସନ୍ନ ଜେନାଙ୍କୁ ଅପରାଧ ନିୟନ୍ତ୍ରଣ ଶାଖାର ସ୍ବତନ୍ତ୍ର କାର୍ଯ୍ୟବଳ ଜିମାରେ ଆଣିବା ଲାଗି ସୋମବାର ଅଦାଲତରେ ଆବେଦନ କରିବ ବୋଲି ଜଣାପଡିଛି। ସେହିପରି ଫାଭିପିରାଭିର୍‌ ଭଳି ନକଲି ଔଷଧ ନିର୍ମାତା ହିମାଚଳପ୍ରଦେଶର ସୋଲନ ଜିଲାରେ ଥିବା ‘ମାକ୍ସ ରିଲିଫ୍ ହେଲ୍‌ଥ କେୟାର ଲିମିଟେଡ’ର ମୁଖ୍ୟ ସୁଦୀପ ମୁଖାର୍ଜୀଙ୍କୁ ମଧ୍ୟ ଜିମାରେ ଆଣିବା ଲାଗି ସ୍ବତନ୍ତ୍ର କାର୍ଯ୍ୟବଳ ଆବେଦନ କରିବ ବୋଲି ଜଣାପଡିଛି। ଯେହେତୁ ସୁଦୀପ ମୁମ୍ବଇ ପୁଲିସ ଦ୍ବାରା ଗିରଫ ହୋଇ ଜେଲ୍‌ରେ ଅଛନ୍ତି ତେଣୁ ତାଙ୍କୁ ଜିମାରେ ଆଣିବା ଲାଗି ଆଇନଗତ ପଦକ୍ଷେପରେ ବିଳମ୍ବ ହୋଇପାରେ ବୋଲି ସ୍ବତନ୍ତ୍ର କାର୍ଯ୍ୟବଳର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସୁଦୀପଙ୍କୁ ମୁମ୍ବଇ ଓ ଉତ୍ତରପ୍ରଦେଶ ପୁଲିସ ଗିରଫ କରିଥିବାରୁ ଜିମାରେ ଆଣିବା ଲାଗି ଏଠାକାର ଅଦାଲତ ଅନୁମତିକୁ ସେଠାକାର ଅଦାଲତରେ ଦାଖଲ କରାଯିବ। ତେଣୁ ତାଙ୍କୁ ଜିମାରେ ଅାଣିବା ବିଳମ୍ବ ହୋଇପାରେ।
ଶିବପ୍ରସନ୍ନଙ୍କୁ ଜିମାରେ ଆଣି ପଚରାଉଚରା କରାଯିବା ପରେ ଏହି ନକଲି ଔଷଧର କାରବାର କେବଳ ଫାଭିପିରାଭିର୍‌(ଫାଭିମାକ୍ସ-୪୦୦) ମଧ୍ୟରେ ସୀମିତ ନା ଅନ୍ୟ କୌଣସି ନକଲି ଔଷଧର କାରବାର କରୁଥିଲେ ତାହା ସ୍ପଷ୍ଟ ହେବ। ମାକ୍ସ ରିଲିଫ୍ ହେଲ୍‌ଥ କେୟାର ମାଲିକ ସୁଦୀପଙ୍କ ବ୍ୟାଙ୍କ ଜମାଖାତା ଏବଂ ସଂସ୍ଥାର ଜମାଖାତାକୁ ଯାଞ୍ଚ କରାଯିବା ବେଳେ ଅନେକ ନୂଆ ତଥ୍ୟ ପଦାକୁ ଆସିଛି।
ଜବତ ହୋଇଥିବା ନକଲି ଔଷଧର ମୂଲ୍ୟ ୬୮ ଲକ୍ଷ ହୋଇଥିବା ବେଳେ ଏହା ତୁଳନାରେ ବହୁ କମ ଟଙ୍କା କାରବାର ହୋଇଛି। ୧୦ଟା ବଟିକାର ମୂଲ୍ୟ ୧୨୯୦ ଟଙ୍କା ଥିବାବେଳେ ଶିବପ୍ରସନ୍ନ ଏହାକୁ ମାତ୍ର ୬୫ ଟଙ୍କାରେ କିଣିଥିବା ଜଣାପଡିଛି। ଫାଭିମାକ୍ସ-୪୦୦ ବଟିକାକୁ ପ୍ରାୟ ୨୦ ଗୁଣ ଅଧିକ ଦରରେ ବିକ୍ରି କରିବାକୁ ଶିବପ୍ରସନ୍ନ ଯୋଜନା କରିଥିଲେ। ଏହା ନକଲି ଏବଂ ଲାଭଖୋର ମନୋବୃତ୍ତି ନେଇ ଶିବପ୍ରସନ୍ନ ମାକ୍ସ ରିଲିଫ୍ ହେଲ୍‌ଥ କେୟାର ନିକଟରୁ ଏହି ଔଷଧ ମଗାଇଥିଲେ। କରୋନାକୁ ନେଇ ଯେଉଁ ସମୟରେ ବିଶ୍ବରେ ହାହାକାର ସେତେବେଳେ ଲୋକଙ୍କ ଜୀବନ ସହିତ ଖେଳଖେଳିବା ସହିତ ନିଜର ଫାଇଦା ଲାଗି ନକଲି ଔଷଧ ବିକ୍ରି କରିବା ଭଳି ଷଡଯନ୍ତ୍ରକୁ ନେଇ ସ୍ବତନ୍ତ୍ର କାର୍ଯ୍ୟବଳ ବେଶ୍‌ ପ୍ରମାଣ ହାସଲ କରିଛି। ତେଣୁ ଏସବୁ ନେଇ ସୁଦୀପଙ୍କୁ ହେପାଜତରେ ଆଣିବା ଲାଗି ପଯ୍ୟାପ୍ତ ପ୍ରମାଣ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories