www.samajalive.in
Saturday, December 13, 2025
27.1 C
Bhubaneswar

ଜାମ୍ମୁ ବାୟୁସେନା ଷ୍ଟେସନ ଉପରେ ଆକ୍ରମଣ, ପ୍ରଥମ ଥର ପାଇଁ ବ୍ୟବହାର ହୋଇଛି ଡ୍ରୋନ୍

ଆଜି ସକାଳେ ଜମ୍ମୁରେ ଥିବା ଭାରତୀୟ ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣରେ ଡ୍ରୋନ୍ ବ୍ୟବହାର କରାଯାଇଥିବା ବାୟୁସେନା ସ୍ପଷ୍ଟ କରିଛି। ପ୍ରଥମ ଥର ପାଇଁ ଡ୍ରୋନ୍’ରେ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରାଯାଇଛି। ehi ଆକ୍ରମଣରେ ୨ ଜଣ ସୈନିକ ଆହତ ହୋଇଛନ୍ତି। ଅନ୍ୟ ପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନି ଦିନିଆ ଗସ୍ତରେ ଲଦାଖରେ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ଏହି ଘଟଣା ଘଟି ଥିବାରୁ ଏହାକୁ ଗୁରୁତ୍ୱର ସହ ବିଚାର କରାଯାଉଛି।

ଜଣେ ଅଧିକାରୀ କହିଛନ୍ତି ଯେ ବାୟୁସେନା ଷ୍ଟେସନ ଜାମ୍ମୁର ହାଇ-ସିକ୍ୟୁରିଟି ଜୋନରେ ପ୍ରାୟ ରାତି ୧.୪୦ ମିନିଟ ପାଖାପାଖି ଦୁଇଟି ଅଳ୍ପ ତୀବ୍ରତା ବିଶିଷ୍ଟ ବିସ୍ଫୋରଣ ଘଟିଛି। ବାୟୁସେନା ଏକ ଟୁଇଟ୍‌ରେ କହିଛି ଯେ ଏହି ବିସ୍ଫୋରଣରେ ଗୋଟିଏ କୋଠାର ଛାତରେ ସାମାନ୍ୟ କ୍ଷତି ଘଟିଥିବା ବେଳେ ଅନ୍ୟ ବିସ୍ଫୋରଣଟି ଖୋଲା ଅଞ୍ଚଳରେ ହୋଇଛି। ଅଧିକାରୀ ଜଣକ କହିଛନ୍ତି ଯେ ବିସ୍ଫୋରଣ ହେତୁ ଛାତ ଏବଂ ଝରକା କାଚ ନଷ୍ଟ ହୋଇଛି। ଦୁଇଜଣ ବାୟୁସେନା ସୈନିକ ଅରବିନ୍ଦ ସିଂ ଏବଂ ଏସ କେ ସିଂହ ସାମାନ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି।

- Advertisement -

ଏହି ବିସ୍ଫୋରଣରେ କୌଣସି ଯନ୍ତ୍ରପାତି କ୍ଷତି ହୋଇନାହିଁ। ଉଭୟ ବାୟୁସେନା ଓ ସ୍ଥାନୀୟ ପ୍ରଶାସନ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତାଇବା ଜାମ୍ମୁରେ ଆଇଇଡ଼ି ବ୍ୟବହାର କରୁଛି। ପୁଲିସ ମହାନିର୍ଦ୍ଦେଶକ ଦିଲବାଗ ସିଂ ସମ୍ବାଦ ସରବରାହ ସଂସ୍ଥା ୟୁଏନଆଇକୁ କହିଛନ୍ତି ଯେ ଜାମ୍ମୁ ପୋଲିସ ୫ରୁ ୬ କିଲୋଗ୍ରାମର ଆଇଇଡ଼ି ଉଦ୍ଧାର କରାଯାଇଥିଲା ଏବଂ ଏହାକୁ ଜନଗହଳି ପୂର୍ଣ୍ଣ ସ୍ଥାନରେ ବିସ୍ଫୋରଣ ପାଇଁ ବ୍ୟବହାର କରାଯିବାକୁ ଯୋଜନା କରାଯାଇଥିଲା। ଏହି ଘଟଣାର ତଦନ୍ତ ଚାଲିଛି ବୋଲି ଡିଜିପି କହିଛନ୍ତି।

ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ; ବହୁ ଆହତ

https://www.samajalive.in/two-explosions-in-jammu-airport-on-sunday-morning-several-injured/306953.html

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories