www.samajalive.in
Saturday, December 6, 2025
17.1 C
Bhubaneswar

ରାକ୍ଷୀ ପୂର୍ଣ୍ଣିମାର ମହତ୍ତ୍ୱ

ଏ ଅଗଷ୍ଟ ୨୬ ତାରିଖରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳନ କରାଯିବ। ଏହି ପର୍ବରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ସୁଖସମୃଦ୍ଧିର କାମନା କରିଥାଏ। ଏହା ବଦଳରେ ଭାଇଟିଏ ଭଉଣୀର ସାରା ଜୀବନ ନିଜ ଭଉଣୀର ରକ୍ଷା କରିବାର ସଂକଳ୍ପ କରିଥାଏ। ଏହି ରକ୍ଷା ବନ୍ଧନକୁ ନେଇ ଏପରି ବହୁ କାହାଣୀ ରହିଛି ଯାହା ହୁଏତ ଆମେ ଶୁଣି ନଥିବା, ତେବେ ଚାଲନ୍ତୁ ସେ ଭଳି କିଛି ମନୋମୁଗ୍ଧକର କାହାଣୀ ବିଷୟରେ ଜାଣିବା……

ଏହି ପବିତ୍ର ରାକ୍ଷୀ ପୂର୍ଣ୍ଣିମାକୁ ନେଇ ବହୁ ପୌରାଣିକ କଥା ରହିଛ। ଯେଉଁଥିରେ ମୃତ୍ୟର ଦେବତା ଯମରାଜ ଆଉ ଯମୁନା ଭାଇ-ଭଉଣୀ ବନ୍ଧନରେ ବାନ୍ଧି ହୋଇଥିଲେ। ଶ୍ରାବଣ ପୂର୍ଣ୍ଣିମାରେ ଯମୁନା ନିଜ ଭାଇ ଯମରାଜାଙ୍କୁ ରକ୍ଷା ସୂତା ବାନ୍ଧି ଆର୍ଶୀବାଦ ପାଇଥିଲେ। ସେବେ ଠାରୁ ଏହି ପରମ୍ପରା ଶ୍ରାବଣ ପୂର୍ଣ୍ଣିମାରେ ପାଳନ ହୋଇଆସୁଛି।

- Advertisement -

ଅନ୍ୟ ଏକ ପୌରାଣିକ କଥା….

ଏକଦା ରାଜା ଇନ୍ଦ୍ର ଏବଂ ରାକ୍ଷସ ମାନଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହୋଇଥିଲା, ଯେଉଁ ଥିରେ ଇନ୍ଦ୍ରଙ୍କର ପରାଜୟ ହେବାକୁ ଲାଗିଥିଲା। ସେହି ସମୟରେ ଇନ୍ଦ୍ରଙ୍କର ପତ୍ନୀ ଶୁଚୀ ଗୁରୁ ବୃହସ୍ପତିଙ୍କ କହିବା ଅନୁଯାୟୀ ଇନ୍ଦ୍ରଙ୍କ ହାତରେ ରକ୍ଷା ସୂତା ବାନ୍ଧି ଥିଲେ। ଏହା କାରଣରୁ ଦାନବ ମାନଙ୍କ ଠାରୁ ଇନ୍ଦ୍ର ଜିତି ପାରିଥିଲେ।

ଐତିହାସିକ କାହାଣୀ –

ମହାନ କବି ଏବଂ ନୋବେଲ ପୁରସ୍କାର ପ୍ରାପ୍ତ ରବିନ୍ଦ୍ରନାଥ ଟାଗୋର ବଙ୍ଗ ବିଭାଜନ ସମୟରେ ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ଭାଇଚାରାର ଭାବନାକୁ ବଢାଇବା ନିମନ୍ତେ ରକ୍ଷାବନ୍ଧନର ପାଳନ କରିଥିଲେ। ଶାନ୍ତି ପ୍ରତିଷ୍ଠା ନିମନ୍ତେ ପରସ୍ପରଙ୍କୁ ରାକ୍ଷୀ ବାନ୍ଧିବାକୁ ପ୍ରୋତ୍ସାହିତ କରିଥିଲେ।

ରାକ୍ଷୀ ଓ ସିକନ୍ଦରଙ୍କ କାହାଣୀ – ରାକ୍ଷୀ କାରଣ ହେତୁ ସିକନ୍ଦରଙ୍କ ଜୀବନ ବଞ୍ଚି ପାରିଥିଲା। ଏକଦା ସିକନ୍ଦରଙ୍କ ପତ୍ନୀ ହିନ୍ଦୁ ଶାସକ ରାଜା ପୁରୁଙ୍କୁ ରାକ୍ଷୀ ବାନ୍ଧି ନିଜର ଭାଇ କରିଥିଲେ। ଏକଦା ସିକନ୍ଦର ଓ ରାଜା ପୁରୁଙ୍କ ମଧ୍ୟରେ ଯୁଦ୍ଧ ହେଲା। ମାତ୍ର ନିଜ ହାତରେ ବାନ୍ଧି ଥିବା ରାକ୍ଷୀର ମର୍ଯ୍ୟାଦାକୁ ରକ୍ଷା କରିବା ନିମନ୍ତେ ପୁରୁ ସିକନ୍ଦରଙ୍କର ଜୀବନ ଦାନ କରିଥିଲେ।

ରାଜା ବଳୀ ଓ ଦେବୀ ଲକ୍ଷ୍ମୀଙ୍କ କାହାଣୀ-

ଏକଦା ନିଜ ପ୍ରଜା ମାନଙ୍କର ରକ୍ଷା ନିମନ୍ତେ ରାଜା ବଳୀ ଭଗବାନ ବିଷ୍ଣୁଙ୍କୁ ନିଜ ସହ ଯିବାକୁ ରାଜି କରାଇ ଦେଇଥିଲେ। କିନ୍ତୁ ମା’ଲକ୍ଷ୍ମୀ ଏହା ଚାହୁଁ ନଥିଲେ। ଶ୍ରାବଣ ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀ ରାଜା ବଳୀଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ଇଚ୍ଛା ଜଣାଇଥିଲେ। ଏହା ଯୋଗୁ ବଳୀ ଭଗବାନଙ୍କୁ ନଯିବାକୁ ଅନୁରୋଧ କରିଥିଲେ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories