www.samajalive.in
Saturday, December 6, 2025
16.1 C
Bhubaneswar

ଜୀବିକା ବୃଦ୍ଧି ପାଇଁ ଏକ ବିକଶିତ ଯୋଜନାର ଚୁକ୍ତି ସ୍ୱାକ୍ଷରିତ

ଯାଜପୁର : ଶୁକ୍ରବାର ପୂର୍ବାହ୍ନରେ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲା ପ୍ରଶାସନ ଯାଜପୁର ଓ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ କ୍ଳଷ୍ଟର ବି.ସି.କେ.ଆଇ.ସି. ମଧ୍ୟରେ ଏକ ଏମ୍.ଓ.ୟୁ. ବା ବୁଝାମଣା ପତ୍ର ସ୍ୱାକ୍ଷର ହୋଇଚ୍ଥି । ଏହି ଚୁକ୍ତି ଅନୁସାରେ ଜୀବିକାର୍ଜନର ପନ୍ଥାକୁ ବ୍ୟାପକ ଓ ପରିସର ବୃଦ୍ଧି ସହ ଜୀବିକା ବୃଦ୍ଧି ପାଇଁ ଏକ ବିକଶିତ ଯୋଜନାର ରୂପରେଖକୁ କାର୍ୟ୍ୟକାରୀ କରାଯିବ । ଏହି ଚୁକ୍ତି ପତ୍ରରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଚକ୍ରୱାରୀ ସିଂହ ରାଠୋର ଓ ବି.ସି.କେ.ଆଇ.ସି. ପକ୍ଷରୁ ଏହାର ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ସୁଆର ସ୍ୱାକ୍ଷର କରିଥିଲେ । ବି.ସି.କେ.ଆଇ.ସି. ଯାଜପୁର ଉନ୍ନୟନ କର୍ତ୍ତୃପକ୍ଷ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏବଂ ଯୁବ ବର୍ଗଙ୍କୁ ସହଜସାଧ୍ୟ ବୈଷୟିକ କୈାଶଳ ମାଧ୍ୟମରେ ଜୀବିକା ଯୋଗାଯାଇ ପାରିବ ।

ଏହି ଅଭିନବ ଯୋଜନା ପ୍ରସ୍ତୁତକାରୀ ସଂସ୍ଥା ଜିଲାର ବିଭିନ୍ନ ସମ୍ପଦର ଆକଳନ ସହ କେଉଁ ଅଳ ପାଇଁ କିଭଳି ଜୀବିକା ଉପଯୋଗୀ ହୋଇପାରିବ ତାହାର ନୀଳ ନକ୍ସା ପ୍ରସ୍ତୁତ କରିବେ । ଭୈାଗୋଳିକ ସ୍ଥିତି, ଖଣିଜ ଦ୍ରବ୍ୟର ସ୍ଥିତି, କୃଷି, ଶିଳ୍ପ, ପର୍ୟ୍ୟଟ୍ଟନ, କାମାଲର ଉପଲବ୍ଧ, ଦକ୍ଷତା ଓ ପ୍ରାକୃତିକ ସମ୍ପଦର ଆକଳନ କରି ସେହି ଅନୁସାରେ ପଦକ୍ଷେପ ନିଆଯିବ । ସେହିପରି ଜୀବିକା ପ୍ରଣାଳୀରେ କ’ଣ ସମସ୍ୟା ରହୁଚ୍ଥି ଓ ତାହାର ଆଶୁ ସମାଧାନକୁ ଗୁରୁତ୍ୱ ଦିଆଯିବ । ବର୍ୟ୍ୟବସ୍ତୁର ସଫଳ ପରିଚାଳନା ଓ ସ୍ୱଚ୍ଚ୍ଥ ଭାରତ ମିଶନ ମାଧ୍ୟମରେ ଆର୍ଥିକ ସମୃଦ୍ଧି ପାଇଁ ଖସଡା ହେବ । ଭିିତ୍ତିଭୂମି ଅନୁଧ୍ୟାନ ଓ ବିକାଶ, କୃଷିଜାତ ଓ ଅନ୍ୟାନ୍ୟ ଉତ୍ପାଦନର ଊପଯୁକ୍ତ ବଜାର ସୃଷ୍ଟି, ଯୁବ ବର୍ଗଙ୍କୁ ଦକ୍ଷତା ବିକାଶ ଓ ଧନ୍ଦା ମୂଳକ ପ୍ରଶିକ୍ଷଣ ସହ ଊପଯୁକ୍ତ ତାଲିମ ପ୍ରଦାନ କରାଯିବ, ଯାହା ବୈଠକରେ ସେମାନଙ୍କ ପାଇଁ ଜୀବିକାର୍ଜନ ସହଜ ହୋଇପାରିବ। ଆଗାମୀ ୫ ବର୍ଷ ପାଇଁ ପ୍ରସ୍ତୁତ ଯୋଜନାରେ ୫ ହଜାର ମହିଳା ସ୍ୱୟଂ ସହାୟକଙ୍କୁ ସଶକ୍ତ କରିବା, ଏକ ହଜାର ଫଳପ୍ରଦ ନିଯୁକ୍ତି ସୃଷ୍ଟି କରିବା, ଅଭିନବ ଯୋଜନା ଆଧାରରେ ୨୦ ଗୋଟି ପ୍ରକଳ୍ପକୁ କାର୍ୟ୍ୟକାରୀ କରିବା ଓ ୨୦ ଟି ଅଭିନବ ପ୍ୟାଟେଣ୍ଟ ବ୍ୟବସ୍ଥା କରିବା, ଉଦ୍ୟୋଗୀ ଭାବେ ଏକ ହଜାର ଯୁବ ବର୍ଗକୁ ପ୍ରସ୍ତୁତ କରିବାକୁ ଏହି ଅଭିନବ ଯୋଜନାରେ ଲକ୍ଷ୍ୟ ରଖାଯାଇଚ୍ଥି ବୋଲି ଜିଲାପାଳ ଶ୍ରୀ ରାଠୋର ସୂଚନା ଦେଇଚ୍ଥନ୍ତି ।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories