www.samajalive.in
Saturday, December 6, 2025
26.1 C
Bhubaneswar

କୋଭିଡ ଟିକା ନେଇପାରିବେ ଗର୍ଭବତୀ ମହିଳା

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଗର୍ଭବତୀ ମହିଳାଙ୍କୁ କରୋନା ପ୍ରତିଷେଧକ ଟିକା ଦିଆଯାଇପାରିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଭେଷଜ ଗବେଷଣା ପରିଷଦ ମହାନିର୍ଦ୍ଦେଶକ ଡଃ ବଳରାମ ଭାର୍ଗବ କହିଛନ୍ତି ଯେ ଗର୍ଭବତୀ ମହିଳାଙ୍କୁ କୋଭିଡ ଟିକା ଦିଆଯାଇପାରିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।

ଗର୍ଭବତୀ ମହିଳାଙ୍କ ପାଇଁ ଏହି ଟିକା ଉପଯୋଗୀ ଏବଂ ଏହାକୁ ଦିଆଯିବା ଉଚିତ ବୋଲି ଡଃ ଭାର୍ଗବ କହିଛନ୍ତି। ସେ କହିଛନ୍ତି ଯେ ପିଲାମାନଙ୍କୁ କୋଭିଡ ଟିକା ଦେବା ପ୍ରସଙ୍ଗରେ ତଥ୍ୟ ଉପଲବ୍ଧ ନହେବା ପର୍ଯ୍ୟନ୍ତ କିଛି କୁହାଯାଇ ପାରିବ ନାହିଁ।

- Advertisement -

ସେ କହିଛନ୍ତି, କେବଳ ଗୋଟିଏ ଦେଶ ଅଛି ଯାହା ବର୍ତ୍ତମାନ ସମୟରେ ପିଲାମାନଙ୍କୁ ଟିକା ଦେଉଛି। ବହୁତ ଛୋଟ ପିଲାଙ୍କୁ ଟିକା ଦରକାର ହେବ କି ନାହିଁ ତାହା ଏବେ ମଧ୍ୟ ଏକ ପ୍ରଶ୍ନ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ୨ ବର୍ଷରୁ ୧୮ ବର୍ଷ ମଧ୍ୟରେ ପିଲାମାନଙ୍କ ଉପରେ ଏକ ଅଧ୍ୟୟନ ଆରମ୍ଭ କରିଛୁ ଏବଂ ସେପ୍ଟେମ୍ବର ସୁଦ୍ଧା ଏହା ଉପରେ ଫଳାଫଳ ମିଳିବ।

ଏହି ସମ୍ମିଳନୀରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଏସ.କେ ସିଂ ସୂଚନା ଦେଇଛନ୍ତି ଯେ ଦେଶରେ ଏପର୍ଯ୍ୟନ୍ତ କୋଭିଡ-୧୯ କରୋନା ଭାଇରସର ଡେଲଟା ପ୍ଲସ ଭାରିଆଣ୍ଟର ୪୮ଟି ମାମଲା ଚିହ୍ନଟ ହୋଇଛି। ଡକ୍ଟର ସିଂହ କହିଛନ୍ତି, ଆଠଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ହରିୟାଣା, କେରଳ, ମହାରାଷ୍ଟ୍ର, ପଞ୍ଜାବ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗ ଗୁରୁତ୍ୱପୂର୍ଣ୍ଣ କାରଣ ସେଠାରେ କରୋନାର ଭିନ୍ନ ରୂପ ଦେଖାଦେଇଛି।

କୋଭିଡିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା କାରନାର ଭିନ୍ନ ରୂପ ଆଲଫା, ବିଟା, ଗାମା ଏବଂ ଡେଲ୍ଟାର ପ୍ରଭାବକୁ ପ୍ରତିହତ କରିବାକୁ ସକ୍ଷମ। ଡେଲଟା ପ୍ଲସ୍ ଏବେ ୧୨ଟି ଦେଶରେ ଦେଖାଦେଇଛି। ଭାରତରେ ୪୮ଟି ମାମଲା ଚିହ୍ନଟ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅତିରିକ୍ତ ସଚିବ ଲବ ଅଗ୍ରୱାଲ କହିଛନ୍ତି, ମେ ମାସର ଚତୁର୍ଥ ସପ୍ତାହରେ ଦେଶର ୫୩୧ଟି ଜିଲ୍ଲା ୧୦୦ରୁ ଅଧିକ ମାମଲା ରିପୋର୍ଟ କରୁଥିଲେ। ଜୁନ୍ ମାସର ଦ୍ୱିତୀୟ ସପ୍ତାହରେ ଏହା ୨୬୨ ଜିଲ୍ଲାକୁ ଖସି ଆସିଥିଲା। ବର୍ତ୍ତମାନ ଦେଶର କେବଳ ୧୨୫ଟି ଜିଲ୍ଲା ୧୦୦ରୁ ଅଧିକ ମାମଲା ରିପୋର୍ଟ କରୁଛନ୍ତି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories