www.samajalive.in
Wednesday, December 10, 2025
16.1 C
Bhubaneswar

ଜାମ୍ମୁ କାଶ୍ମୀର ନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସର୍ବଦଳୀୟ ବୈଠକ ଆରମ୍ଭ

ଜାମ୍ମୁ କାଶ୍ମୀରର ରାଜନୈତିକ ନେତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକ ଆରମ୍ଭ ହୋଇଛି। ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀର ଲୋକ କଲ୍ୟାଣ ମାର୍ଗ ସରକାରୀ ବାସଭବନରେ ଆରମ୍ଭ ହୋଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ଜାମ୍ମୁ କାଶ୍ମୀରର ୧୪ ଜଣ ପ୍ରମୁଖ ନେତା ଯୋଗ ଦେଇଥିବା ସୂଚନା ମିଳିଛି। କେନ୍ଦ୍ର ସରକାର ଏବଂ ରାଜନୈତିକ ନେତୃତ୍ୱ ମଧ୍ୟରେ ଏହା ହେଉଛି ପ୍ରଥମ ଉଚ୍ଚସ୍ତରୀୟ ଆଲୋଚନା। ୨୦୧୯ ଅଗଷ୍ଟ ୫ ପରଠାରୁ ଅର୍ଥାତ ଜାମ୍ମୁ କାଶ୍ମୀରକୁ କେନ୍ଦ୍ରଶାସିତ ଅଂଚଳ ଭାବେ ଘୋଷଣା ହେବା ପରେ ଏପର୍ଯ୍ୟନ୍ତ କେନ୍ଦ୍ର ଓ ଜମ୍ମୁକାଶ୍ମୀର ନେତାଙ୍କ ମଧ୍ୟରେ କୌଣସି ଆଲୋଚନା ହୋଇପାରିନଥିଲା।

- Advertisement -

ଏହି ବୈଠକରେ ଅଂଶଗ୍ରହଣ କରିଥିବା ନେତାଙ୍କ ମଧ୍ୟରେ କଂଗ୍ରେସର ଗୁଲାମ ନବୀ ଆଜାଦ, ତାରା ଚାନ୍ଦ ଏବଂ ଜି.ଏ. ମିର ରହିଥିବା ବେଳେନେସନାଲ କନଫରେନ୍ସର ଡଃ ଫାରୁକ୍ ଅବଦୁଲ୍ଲା ଏବଂ ଓମାର ଅବଦୁଲ୍ଲା, ପିଡିପିର ମେହବୁବା ମୁଫତି, ଜେ-କେ ଅପନି ପାର୍ଟିର ଅଲତାଫ ବୁଖାରୀ, ବିଜେପିର ରବିନ୍ଦର ରାଇନା, ନିର୍ମଳ ସିଂ ଏବଂ କବିନ୍ଦର ଗୁପ୍ତା; ସିପିଆଇଏମର ଏମ ୱାଇ ତରିଗାମୀ, ନ୍ୟାସନାଲ ପାନ୍ଥର୍ସ ପାର୍ଟିର ପ୍ରଫେସର ଭୀମ ସିଂ ଏବଂ ଏବଂ ପିପୁଲ୍ସ କନଫେରନ୍ସର ସଜାଦ ଗନି ଯୋଗ ଦେଇଛନ୍ତି।

ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ଜାମ୍ମୁ କାଶ୍ମୀର ଉପ ରାଜ୍ୟପାଳ ମନୋଜ ସିହ୍ନା ଏବଂ ଗୃହ ସଚିବ ମଧ୍ୟ ଯୋଗ ଦେଇଥିବା ସୂଚନା ମିଳିଛି। ଆଜିର ବୈଠକରେ ସୀମା ନିର୍ଦ୍ଧାରଣ, ରାଜ୍ୟ ମାନ୍ୟତା ଏବଂ ବିଧାନସଭା ନିର୍ବାଚନ ଭଳି ପ୍ରସଙ୍ଗ ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories