www.samajalive.in
Monday, December 8, 2025
27.1 C
Bhubaneswar

ପ୍ଲାନିଟୋରିଅମ ଓ ବିଜ୍ଞାନ ପାର୍କ ପ୍ରତିଷ୍ଠା ପାଇଁ କାର୍ଯ୍ୟକ୍ରମ

ରାଉରକେଲା : ବିଜ୍ଞାନର ପ୍ରଚାର ପ୍ରସାର ସହ ଛାତ୍ରଛାତ୍ରୀଙ୍କ ଭିତରେ ବିଜ୍ଞାନ ଦକ୍ଷତା ବୃଦ୍ଧି ପାଇଁ ରାଉରକେଲାର ଛେଣ୍ଡରେ ପ୍ଲାନେଟୋରିୟମ୍ ଓ ବିଜ୍ଞାନ ପାର୍କ ପ୍ରତିଷ୍ଠା କରାଯାଉଛି। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ରାଉରକେଲା ସ୍ମାର୍ଟସିଟିର ମିଳିତ ସହଯୋଗରେ ଏହି ପ୍ରକଳ୍ପ ଲାଗି ୮ ଏକର ଜମି ଚିହ୍ନଟ ହୋଇଛି।
ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ପ୍ରକଳ୍ପ ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ଲାନେଟୋରିୟମ୍ ଓ ବିଜ୍ଞାନ ପାର୍କ ସହ ଏଠାରେ ଇଭୋଲ୍ୟୁସନ୍ ପାର୍କ, କ୍ୟାଫ୍‌ଟେରିଆ, ମୁକ୍ତାକାଶ ରଙ୍ଗମଞ୍ଚ, ସିନ୍ଥେଟିକ୍ ଟର୍ଫ ଖେଳପଡ଼ିଆ, ପାଥ୍ ୱେ, ସୁଇମିଂ ପୁଲ୍ ଆଦି କରାଯିବ। ଏଥିଲାଗି ପ୍ରାୟ ୨୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ସୂଚନା ଦିଆଯାଇଛି l

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories