www.samajalive.in
Saturday, December 13, 2025
26.1 C
Bhubaneswar

ସପ୍ତାହରେ ବିକ୍ରି ହେଲାଣି ୧୨ ହଜାର ଯାନ : ଏଣିକି ମଦ୍ୟପ ଚାଳକ ଗିରଫ ହେବେ

ଭୁବନେଶ୍ବର : ତଲାବନ୍ଦ ଓ ବନ୍ଦ ଯୋଗୁଁ ସାର ରାଜ୍ୟରେ ଯାନବାହନ ବିକ୍ରି ବନ୍ଦ ରହିଥିଲା। ଗତ ୧୭ ତାରିଖରୁ ପରିବହନ କମିସନରଙ୍କ ନିର୍ଦେଶକ୍ରମେ ରାଜ୍ୟର ସମସ୍ତ ଦୁଇ ଚକିଆ ଓ ଚାରି ଚକିଆ ଯାନ ଶୋ’ରୁମରେ ବିକ୍ରି ଆରମ୍ଭ ହୋଇଛି। ମାତ୍ର ୭ ଦିନରେ ରାଜ୍ୟରେ ୧୨,୦୦୦ରୁ ଅଧିକ ଯାନ ବିକ୍ରି ଓ ପଞ୍ଜୀକରଣ ହୋଇଛି। ଦୈନିକ ପ୍ରାୟ ୨,୦୦୦ ଯାନ ବିକ୍ରି ହେଉଥିବା ପରିବହନ କମିସନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। କରେନା ସଂକ୍ରମଣ ଯୋଗୁଁ ଯାନବାହନ କିଣି ନ ପାରିଥିବାରୁ ଅଧିକ ସଂଖ୍ୟାରେ ଯାନବାହନ ବିକ୍ରି ହେଉଛି। ତାଲାବନ୍ଦ ଓ ବନ୍ଦ କଟକଣା ଉଠିବା ପରେ ଯାନବାହନ ଚଳାଚଳ ହଠାତ୍‌ ବୃଦ୍ଧି ପାଇବ। ତେଣୁ ଏହାକୁ ଦୃଷ୍ଟିରେ ରଖି ସଡ଼କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି। ଏଣିକି ମଦୁଆ ଗାଡ଼ି ଚାଳକଙ୍କୁ ଗିରଫ କରିବା ଲାଗି ପୁଲିସକୁ ନିର୍ଦେଶ ଦିଆଯାଇଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏଭଳି ଏକ ଟୁଇଟ୍‌ କରାଯାଇଛି। ମଦ୍ୟପ ଚାଳକ ସମାଜର ଶତ୍ରୁ ବୋଲି ଦର୍ଶାଯାଇଛି। ତେଣୁ ମଦ୍ୟପ ଚାଳକଙ୍କୁ ଗିରଫ କରି ଜେଲ୍‌ ପଠାଇବା ଭଳି କଠୋର ପଦକ୍ଷେପ ନେବା ଲାଗି ନିର୍ଦେଶ ଦିଆଯାଇଛି। ମଦ୍ୟପ ଚାଳକଙ୍କ ଅନୁମତି ପତ୍ର ୩ ମାସ ପାଇଁ ବାତିଲ୍‌ କରାଯିବ ସହ ୧୦,୦୦୦ ଟଙ୍କା ଜୋରିମାନା ଓ ୬ ମାସ ଜେଲ୍‌ ଦଣ୍ଡ ବ୍ୟବସ୍ଥା ରହିଥିବା କମିସନର ଶ୍ରୀ ପଣ୍ଡା ମତ ଦେଇଛନ୍ତି। ଏସବୁକୁ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟଙ୍କର ନିର୍ଦେଶ ରହିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories