www.samajalive.in
Monday, December 8, 2025
14.1 C
Bhubaneswar

ଦୁଇ ସପ୍ତାହରେ ରିପୋର୍ଟ ଦାଖଲ କର : ଲୋକାୟୁକ୍ତ

ଭୁବନେଶ୍ୱର : ଯାଜପୁର ଧର୍ମଶାଳା ଅଧୀନ କେଲୁଅ ସେତୁକୁ ବିସ୍ଫୋରକ ଡିନାମାଇଟ ଲଗାଇ ଭାଙ୍ଗିବା ଘଟଣାରେ ରାଜନେତା ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବଂ ତାଙ୍କ ମାମୁ ତଥା କନିଷ୍ଠ ଯନ୍ତ୍ରୀ ନରେନ ଜେନାଙ୍କ ସଂପୃକ୍ତି ଥିବା ନେଇ ସର୍ବେଶ୍ବର ବେହୁରାଙ୍କ ଅଭିଯୋଗକୁ ଆଧାର କରି ଲୋକାୟୁକ୍ତଙ୍କ ପକ୍ଷରୁ ଶୁକ୍ରବାର ଭିଜିଲାନ୍ସ ନିର୍ଦେଶକଙ୍କୁ ଶେଷ ସୁଯୋଗ ଦିଆଯାଇଛି। ଆସନ୍ତା ଜୁଲାଇ ୯ ତଥା ଦୁଇ ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ରହିଛି। ଏହାପୂର୍ବରୁ ସକାରାତ୍ମକ ଭାବେ ରିପୋର୍ଟ ଦାଖଲ କରିବା ଲାଗି ଲୋକାୟୁକ୍ତ ଅଧ୍ୟକ୍ଷ ଡ. ଅଜିତ ସିଂହ ନିର୍ଦେଶ ଦେଇଛନ୍ତି।
ଲୋକାୟୁକ୍ତଙ୍କ ପକ୍ଷରୁ ଦର୍ଶାଯାଇଛି ଯେ, କରୋନାର ଦ୍ୱିତୀୟ ଲହର ରାଜ୍ୟରେ ଜଟିଳ ପରିସ୍ଥିତି ସୃଷ୍ଟି କରିଥିବାରୁ ଖଣ୍ଡପୀଠ ବସିପାରିନାହିିଁ। ତେବେ ଏହି ସମୟ ମଧ୍ୟରେ ଭିଜିଲାନ୍ସ ନିର୍ଦେଶାଳୟ ପକ୍ଷରୁ ପ୍ରାଥମିକ ରିପୋର୍ଟ ପହଞ୍ଚି ନାହିିଁ। ତେଣୁ ଆସନ୍ତା ଶୁଣାଣି ପୂର୍ବରୁ ରିପୋର୍ଟ ପ୍ରଦାନ କରିବା ଲାଗି ଲୋକାୟୁକ୍ତଙ୍କ ପକ୍ଷରୁ ଦର୍ଶାଯାଇଛି। ସୂଚନାଯୋଗ୍ୟ ଯେ ୨୦୨୦ ଅଗଷ୍ଟ ୨୮ରେ ଯନ୍ତ୍ରୀ ଶ୍ରୀ ଜେନା ଓ କେତେକ ଦୁର୍ବୃତ୍ତ କେଲୁଅ ସେତୁକୁ ଜାଣିଶୁଣି ଡିନାମାଇଟ ଲଗାଇ ବିସ୍ଫୋରଣ କରିଥିଲେ ବୋଲି ଶ୍ରୀ ବେହୁରା ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ଦର୍ଶାଇଥିଲେ ଯେ ଉକ୍ତ ସେତୁ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଓ କାର୍ଯ୍ୟ ନିମ୍ନମାନର ହୋଇଥିଲା। ଏନେଇ ପୂର୍ବରୁ ଅଭିଯୋଗ ରହିଥିବାବେଳେ ବନ୍ୟା ପରିସ୍ଥିତିର ସୁଯୋଗ ନେଇ ଏହି କାଣ୍ଡ କରିଥିବା ସେ ଦର୍ଶାଇଥିଲେ। ଏହାକୁ ନେଇ ତତ୍କାଳୀନ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କେଲୁଅ ସେତୁରେ ଘାଇକୁ ମନୁଷ୍ୟକୃତ ବୋଲି ଗଣମାଧ୍ୟମକୁ ସ୍ପଷ୍ଟ କରିଥିଲେ। ତେବେ ଏହି ଘଟଣା ଦୀର୍ଘଦିନ ବିତିଯାଇଥିଲେ ବି ସରକାରଙ୍କ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ କି ଏପର୍ଯ୍ୟନ୍ତ ଜଣେ ହେଲେ ଅଭିଯୁକ୍ତଙ୍କୁ ଧରାଯାଇ ନାହିଁ ବୋଲି ଶ୍ରୀ ବେହୁରା ଲୋକାୟୁକ୍ତଙ୍କୁ ଗୁହାରି କରିଥିଲେ।
ଏହି ମାମଲାକୁ ଇତିମଧ୍ୟରେ ୧୦ମାସ ବିତି ଯାଇଥିଲେ ବି କୌଣସି ନିର୍ଯ୍ୟାସ ବାହାରିନାହିଁ। ଏନେଇ ପ୍ରଥମେ ଲୋକାୟୁକ୍ତଙ୍କ ପକ୍ଷରୁ ୨୦୨୦ ଜାନୁଆରୀ ୮ରେ ଶୁଣାଣି ହୋଇ ଭିଜିଲାନ୍ସକୁ ମାମଲା ହସ୍ତାନ୍ତର କରିବା ପାଇଁ ନିର୍ଦେଶ ଥିଲା। ଉକ୍ତ ଘଟଣାରେ ବିଧାୟକ ଶ୍ରୀ ବଳବନ୍ତରାୟ ଏବଂ ତାଙ୍କ ମାମୁଙ୍କ ବିରୋଧରେ ଯେଉଁ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ ରହିଛି ତାହାକୁ ଟିକିନିଖି ତଦନ୍ତ କରିବା ପାଇଁ ବିଚାରପତି ଶ୍ରୀ ସିଂହ ଭିଜିଲାନ୍ସ ନିର୍ଦେଶକଙ୍କୁ ଦୁଇମାସ ସମୟ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories