www.samajalive.in
Sunday, December 14, 2025
26.1 C
Bhubaneswar

ପଏଣ୍ଟ ଖାତା ଖୋଲିଲା ଉରୁଗୁଏ

କ୍ୟୁଏବା : କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୫ଥର ଚମ୍ପିଆନ ଉରୁଗୁଏର ଚଳିତ ଟୁର୍ଣ୍ଣାମେଣ୍ଟରେ ଖରାପ ପ୍ରଦର୍ଶନ ଜାରିରହିଛି। ମଙ୍ଗଳବାର ଗ୍ରୁପ୍‌ ‘ଏ’ରେ ଚିଲି ଓ ଉରୁଗୁଏ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି। ଆତ୍ମଘାତୀ ଗୋଲ ଚିଲିକୁ ବିଜୟରୁ ବଞ୍ଚିତ କରିଥିବା ବେଳେ ଉରୁଗୁଏ ପଏଣ୍ଟ ଖାତା ଖୋଲିବାରେ ସକ୍ଷମ ହୋଇଛି।
ପ୍ରଥମ ମ୍ୟାଚରେ ଆର୍ଜେଣ୍ଟିନାଠାରୁ ୧-୦ ଗୋଲରେ ପରାସ୍ତ ହୋଇଥିବା ଉରୁଗୁଏ ଉପରେ ଚିଲି ପ୍ରାରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରିଥିଲା। ୨୮ ମିନିଟ୍‌ରେ ଚିଲି ଗୋଲ୍‌ ସ୍କୋର୍‌ କରିବାରେ ସଫଳ ହୋଇଥିଲା। ବେନ୍‌ ବ୍ରେରେଟନଙ୍କ ପାସ୍‌କୁ ଏଡୁଆର୍ଡୋ ଭାର୍ଗାସ ଗୋଲରେ ପରିଣତ କରି ଚିଲିକୁ ୧-୦ରେ ଆଗୁଆ କରିଥିଲେ। ଗୋଟିଏ ଗୋଲ ପଛରେ ରହିବା ପରେ ଉରୁଗୁଏ ମ୍ୟାଚକୁ ଫେରିବା ନେଇ ଉଦ୍ୟମ କରିଥିଲା। ପ୍ରଥମାର୍ଦ୍ଧରେ ଚିିଲି ୧-୦ ଗୋଲରେ ଆଗୁଆ ରହିଥିଲା। ୬୮ ମିନିଟ୍‌ରେ ଉରୁଗୁଏକୁ ଭାଗ୍ୟ ସହାୟକ ହୋଇଥିଲା। ଚିଲିର ମିଡ୍‌ଫିଲ୍‌ଡର ଆର୍ଟ୍ୟୁରୋ ଭିଡାଲ୍‌ଙ୍କ ଆତ୍ମଘାତୀ ଗୋଲ ମ୍ୟାଚକୁ ୧-୧ କରିବାରେ ସକ୍ଷମ ହୋଇଥିଲା। ପରେ ଉଭୟ ଦଳ ଅନ୍ତିମ ସମୟ ପର୍ଯ୍ୟନ୍ତ ଗୋଲ ଦେବା ନେଇ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଚିଲି ୩ଟି ମ୍ୟାଚରୁ ଗୋଟିଏ ବିଜୟ ଓ ୨ଟି ଡ୍ର ସହ ୫ ପଏଣ୍ଟ ପାଇ ଗ୍ରୁପ ୨ୟ ସ୍ଥାନରେ ରହି କ୍ବାର୍ଟରଫାଇନାଲରେ ନିକଟତର ହୋଇଛି। ଚିଲି ଅନ୍ତିମ ଲିଗ୍ ମ୍ୟାଚ ୨୪ରେ ପାରାଗୁଏ ସହ ଖେଳିବ। ଉରୁଗୁଏ ୨ଟି ମ୍ୟାଚରୁ ଗୋଟିଏ ଡ୍ର ଓ ଗୋଟିଏ ପରାଜୟ ସହ ୧ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି। ଏହା ୩ୟ ଲିଗ୍‌ ମ୍ୟାଚ ୨୪ରେ ବଲିଭିଆ ସହ ଖେଳିବ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories