www.samajalive.in
Sunday, December 14, 2025
26.1 C
Bhubaneswar

ଚଳାଚଳ କରିବ ନଅ ଯୋଡ଼ା ବିଶେଷ ରେଳ

ଭୁବନେଶ୍ବର : ପୂର୍ବତଟ ରେଳପଥ ମଧ୍ୟରୁ ଏହାର ପରିସୀମା ମଧ୍ୟଦେଇ ୯ଯୋଡ଼ା ବିଶେଷ ରେଳ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ବିଶେଷ ରେଳ ଗୁଡିକ ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ବିଶେଷ ରେଳ, ରାଉରକେଲା-ଜଗଦଲପୁର-ରାଉରକେଲା ବିଶେଷ ରେଳ ଏବଂ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ବିଶେଷ ରେଳ ଚଳାଚଳ କରିବ। ଏ ସଂକ୍ରାନ୍ତରେ ମଙ୍ଗଳବାର ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ହାୱଡ଼ା-ଟିଟିଲାଗଡ଼-ହାୱଡ଼ା ବିଶେଷ ଇସ୍ପାତ ଦ୍ରୁତଗାମୀ ରେଳ ୨୫ ଜୁନ୍‌ରୁ ଚଳାଚଳ କରିବାକୁ ଥିବାବେଳେ ରାଉରକେଲା-ଜଗଦଲପୁର-ରାଉରକେଲା ବିଶେଷ ରେଳ ଜୁନ୍‌ ୨୮ରୁ ଚାଲିବ। ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ବିଶେଷ ରେଳ ଜୁନ୍‌ ୨୭ରୁ ଏବଂ ହଟିଆ-ଏର୍ଣ୍ଣାକୁଲମ-ହଟିଆ ଶୀତତାପ ନିୟନ୍ତ୍ରିତ ବିଶେଷ ରେଳ ୨୫ ଜୁନ୍‌ରୁ ଚଳାଚଳ କରିବ। ପ୍ରତି ଗୁରୁବାର ଗୌହାଟିରୁ ଏବଂ ଶନିବାର ସିକନ୍ଦରାବାଦରୁ ଛାଡୁଥିବା ଗୌହାଟୀ-ସିକନ୍ଦରାବାଦ-ଗୌହାଟୀ ବିଶେଷ ରେଳ ୧ଜୁଲାଇରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ।
ପ୍ରତି ଶନିବାର ଯଶୋବନ୍ତପୁରରୁ ଏବଂ ବୁଧବାର ଭାଗଲପୁରରୁ ଛାଡୁଥିବା ଯଶୋବନ୍ତପୁର-ଭାଗଲପୁର-ଯଶୋବନ୍ତପୁର ବିଶେଷ ରେଳ ଯଶୋବନ୍ତପୁରରୁ ୨୬ଜୁନ୍‌ରୁ ଏବଂ ପ୍ରତି ଶୁକ୍ରବାର ଯଶୋବନ୍ତପୁର-ଗୌହଟି-ଯଶୋବନ୍ତପୁର ବିଶେଷ ରେଳ ୨୫ ଜୁନ୍‌ଠାରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ପ୍ରତି ଗୁରୁବାର ଯଶୋବନ୍ତପୁରଠାରୁ ଏବଂ ମଙ୍ଗଳବାର ହାୱଡ଼ାରୁ ଛାଡୁଥିବା ଯଶୋବନ୍ତପୁର-ହାୱଡ଼ା-ଯଶୋବନ୍ତପୁର ବିଶେଷ ରେଳ ୨୪ଜୁନ୍‌ରୁ ଚଳାଚଳ କରିବ। ପ୍ରତି ବୁଧବାର ଜସିଡ଼ିହଠାରୁ ଏବଂ ଶନିବାର ତାମ୍ବରମରୁ ଛାଡୁଥିବା ଜସିଡ଼ିହ-ତାମ୍ବରମ-ଜସିଡ଼ିହ ବିଶେଷ ରେଳ ୩୦ ଜୁନ୍‌ରୁ ଜସିଡ଼ିହରୁ ଏବଂ ୩ଜୁଲାଇରୁ ତାମ୍ବରମରୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ। ଉପରୋକ୍ତ ରେଳଗୁଡିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଚଳାଚଳ କରିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories