www.samajalive.in
Thursday, December 11, 2025
23.1 C
Bhubaneswar

ଟୋକିଓ ଅଲିମ୍ପିକ୍‌ସ : ମନ୍‌ପ୍ରୀତ ଅଧିନାୟକ, ବୀରେନ୍ଦ୍ର ଉପଅଧିନାୟକ

ନୂଆଦିଲ୍ଲୀ  : ଟୋକିଓ ଅଲିମ୍ପିକ୍‌ସ ଲାଗି ହକି ଇଣ୍ଡିଆ ପକ୍ଷରୁ ଶୁକ୍ରବାର ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଥିବାବେଳେ ମଙ୍ଗଳବାର ଦଳର ଅଧିନାୟକ ଓ ଉପଅଧିନାୟକ ନାମ ଘୋଷଣା କରାଯାଇଛି। ପଞ୍ଜାବର ମଧ୍ୟପନ୍ଥୀ ଖେଳାଳି ମନପ୍ରୀତ ସିଂହ ଅଧିନାୟକ ପଦ ବଜାୟ ରଖିଥିବାବେଳେ ଓଡ଼ିଆ ରକ୍ଷଣାପନ୍ଥୀ ବୀରେନ୍ଦ୍ର ଲାକ୍ରା ଓ ହରମାନପ୍ରୀତ ସିଂହଙ୍କୁ ଉପଅଧିନାୟକ ଦାୟିତ୍ବ ମିଳିଛି। ଭାରତୀୟ ଦଳରେ ଦୁଇଜଣ ଉପ ଅଧିନାୟକ ରହିବେ। ଦ୍ବିତୀୟ ଥର ପାଇଁ ଅଲିମ୍ପିକ୍‌ସ ଖେଳିବାକୁ ଯାଉଥିବା ବୀରେନ୍ଦ୍ର ଜଣେ ଅଭିଜ୍ଞ ରକ୍ଷଣାପନ୍ଥୀ ଖେଳାଳି ଭାବେ ଏକାଧିକ ଅନ୍ତର୍ଜାତୀୟ ମ୍ୟାଚରେ ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି। ସେହିପରି ହରମାନପ୍ରୀତ ମଧ୍ୟ ଜଣେ ଦଳର ଗୁରୁତ୍ବପୂର୍ଣ୍ଣ ରକ୍ଷଣାପନ୍ଥୀ ଖେଳାଳି। ଉପଅଧିନାୟକ ହେବା ପରେ ବୀରେନ୍ଦ୍ର କହିଛନ୍ତି ଯେ, ଟୋକିଓ ଅଲିମ୍ପିକ୍‌ସରେ ଉପଅଧିନାୟକ ଦାୟିତ୍ବ ତୁଲାଇବା ନେଇ ବହୁତ ସୌଭାଗ୍ୟର ବିଷୟ। ଏହା ମୋ ପାଇଁ ବଡ ସମ୍ମାନର କଥା। ନୂତନ ଦାୟିତ୍ବ ଅଧିକ ଭଲ ପ୍ରଦର୍ଶନ ନେଇ ଉତ୍ସାହିତ କରିବ ବୋଲି ବୀରେନ୍ଦ୍ର କହିଛନ୍ତି। ମଧ୍ୟପନ୍ଥି ଖେଳାଳି ଭାବେ ଅଧିନାୟକ ଦାୟିତ୍ବ ନେଇ ମନପ୍ରୀତ୍‌ ଗତ ୪ ବର୍ଷ ମଧ୍ୟରେ ୨୦୧୭ ଏସିଆ କପ୍‌, ୨୦୧୮ ଏସିଆନ ଚମ୍ପିଆନ୍ସ ଟ୍ରଫି, ୨୦୧୯ ଏଫ୍‌ଆଇଏଚ୍‌ ସିରିଜ୍‌ରେ ସଫଳତା ହାସଲ କରିଥିଲେ। ସେହିପରି ୨୦୧୮ ଭୁବନେଶ୍ବରରେ ଆୟୋଜିତ ହକି ବିଶ୍ବକପରେ ଭାରତ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଥିବାବେଳେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିରେ ଆଶାଜନକ ପ୍ରଦର୍ଶନ କରିବାରେ ସକ୍ଷମ ହୋଇଛି। ମୁଖ୍ୟ ପ୍ରଶିକ୍ଷକ ଗ୍ରାହାମ ରିଡ୍‌ କହିଛନ୍ତି ଯେ, ଦଳର ପ୍ର​‌େ​‌ତ୍ୟକ ଖେଳାଳି ଗୁରୁତ୍ବପୂର୍ଣ୍ଣ। ଦୁଇଜଣ ଉପ ଅଧିନାୟକ ନିଯୁକ୍ତ ହେବା ପଡ଼ିଆରେ ଦଳ ପାଇଁ ବହୁତ ସହାୟକ ହେବ। ବୀରେନ୍ଦ୍ର ଓ ହରମାନପ୍ରୀତ୍‌ ଅଭିଜ୍ଞ ରକ୍ଷଣାପନ୍ଥୀ ଖେଳାଳି। ବୀରେନ୍ଦ୍ର ଜଣେ ଅଭିଜ୍ଞ ରକ୍ଷଣାପନ୍ଥି ଖେଳାଳି। ଲଣ୍ଡନ ଅଲିମ୍ପିକ୍‌ସ ଦଳର ଅଂଶବି​‌େ​‌ଶଷ ଥିବାବେଳେ ରିଓରେ ଦୁର୍ଭାଗ୍ୟବଶତଃ ଦୂରରେ ରହିଥିଲେ ବୋଲି ରିଡ୍‌ କହିଛନ୍ତି। ଭାରତ ଜୁଲାଇ ୨୪ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳି ଅଲିମ୍ପିକ୍‌ସ ଅଭିଯାନ ଆରମ୍ଭ କରିବ।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories