www.samajalive.in
Wednesday, December 10, 2025
18.1 C
Bhubaneswar

ବୁଧବାର ରାଶିଫଳ (୨୩/୦୬/୨୦୨୧)

ମେଷ : ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟରୁ ଲାଭବାନ୍‌ ହେବେ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଜଳଯାତ୍ରା ନ କରିବା ଭଲ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ସତର୍କରେ ଚଳିବେ।

ବୃଷ : ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ବ୍ୟବସାୟ ଲାଭଜନକ ହେବ। ମନରେ ସେବା ଭାବ ଜାଗ୍ରତ ହେବ। ଶାନ୍ତ ଓ ଧୈର୍ଯ୍ୟବାନ୍‌ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ପଡ଼ିବ। ମନରେ ଅହଂଭାବ ଦେଖାଦେବ।

ମିଥୁନ : ଅନାବଶ୍ୟକ ବ୍ୟୟ କରିପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁହନ୍ତା ହୋଇପାରନ୍ତି। ଚାକିରି କ୍ଷେତ୍ରରେ ସୁନାମର ଅଧିକାରୀ ହେବେ। ସ୍ଥିତପ୍ରଜ୍ଞ ବ୍ୟକ୍ତିଭାବେ ନିଜ ପରିଚୟ ଦେବେ।

କର୍କଟ : ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। କର୍ମଚଞ୍ଚଳ ରହିବେ। କନ୍ୟାସନ୍ତାନ ଦ୍ବାରା ଉପକୃତ ହେବେ। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟ ଲାଭଜନକ ହେବ।

ସିଂହ : ଉଦାର ପ୍ରକୃତିର ହେବେ। ଦାନ-ଧର୍ମ ଆଦରି ନେଇପାରନ୍ତି। ଆଦର୍ଶ ବ୍ୟକ୍ତତ୍ବଯୁକ୍ତ ହେବେ। ସୁସ୍ଥ ଓ ନିରାମୟ ରହିବେ। କୃଷି କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ପ୍ରେମୀ ଓ ବୁଦ୍ଧିମାନ ହେବେ। ଯଶ୍ବସୀ ହେବେ।

କନ୍ୟା : କାର୍ଯ୍ୟ ପ୍ରଶଂସନୀୟ ହେବ। ମନପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ପ୍ରେମୀ ଓ ସାହସୀ ହେବେ।  ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ଧାର୍ମିକ, ବନ୍ଧୁପ୍ରେମୀ ଓ ବିଦ୍ବାନ ହୋଇପାରନ୍ତି। ଆଦର୍ଶବାଦୀ ହେବେ।

ତୁଳା :  ଭାଗ୍ୟଶାଳୀ ହୋଇପାରନ୍ତି। ସହନଶୀଳ, ଶାନ୍ତିପ୍ରିୟ ଓ ମଧୁରଭାଷୀ ହେବେ। ମନପ୍ରସନ୍ନ ରହିବ। ଈଶ୍ବର ବିଶ୍ବାସୀ ହେବେ। ବିଦ୍ୟାପ୍ରେମୀ ହେବା ଆଶା କରାଯାଏ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁଙ୍କଠାରୁ ସାହାଯ୍ୟ ପ୍ରାପ୍ତ ହେବେ।

ବିଛା : ସୁଖ-ସମ୍ମାନ ଲାଭକରିପାରନ୍ତି। ମନ ପ୍ରସନ୍ନ ରହିବ। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବା ସହିତ ଧନପ୍ରାପ୍ତ ହେବେ। ଧନ-ସମ୍ପଦ ଭରପୂର ରହିବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ।

ଧନୁ :  ବିଘ୍ନକାରୀମାନେ ପଛଘୁଞ୍ଚା ଦେବେ। କର୍ମଚଞ୍ଚଳ ରହିବେ। ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତ ବିଦ୍ୟାରେ ରୁଚି ରହିବ। କ୍ଷମତାଶୀଳ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ମକର : ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଧନପ୍ରାପ୍ତିର ସୂଚନା ମିଳୁଛି। ସେବା ପୂଜାରେ ମନୋନିବେଶ କରିପାରନ୍ତି।

କୁମ୍ଭ : ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। କୁଳପ୍ରଦୀପ ହେବେ। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ସତ୍ୟ, ଶୌଚ, ଦୟା ଓ ଦାନର ଆଧାର ହୋଇପାରନ୍ତି। ଐଶ୍ବର୍ଯ୍ୟପ୍ରାପ୍ତିର ସୂଚନା ମିଳୁଛି। ମୋକଦ୍ଦମାରେ ବିଜୟୀ ହେବେ। ଯଶସ୍ବୀ ହେବେ।

ମୀନ : ସେବା ପୂଜାରେ ମନୋନିବେଶ କରି ପାରନ୍ତି। ଭାଗ୍ୟଶାଳୀ ହେବେ। ଭୋଗବିଳାସ କରିପାରନ୍ତି। ସୁଖ-ସମୃଦ୍ଧି ପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ବାନ୍‌, ସାହସୀ ଓ ସମ୍ପତ୍ତିବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories