www.samajalive.in
Friday, December 5, 2025
17.1 C
Bhubaneswar

ଟ୍ରାକ୍ଟର ଧକ୍କାରେ ଟେଲର ମାଷ୍ଟରଙ୍କ ମୃତ୍ୟୁ, ଚାଳକ ଫେରାର

ରେଙ୍ଗାଲିକ୍ୟାମ୍ପ : ଆଜି ସକାଳ ପ୍ରାୟ ୧୦ଟା ସମୟରେ ଅତାବିରା ବ୍ଲକ ସିଂହପାଲି  ଗ୍ରାମର ଜଣେ ବ୍ୟକ୍ତିଙ୍କର ଟ୍ରାକ୍ଟର ଧକ୍କାରେ ମୃତ୍ୟୁ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଘଟଣା ସୂତ୍ରରୁ ଜଣାପଡ଼ିଛି ଯେ, ଅତାବିରା ଟୋପ ପଞ୍ଚାୟତ ସିଂହପାଲି ଗ୍ରାମର ମୁଖ୍ୟ ମେହେର ପଡ଼ାର ସୁଧୀର ମେହେର(୩୫) ଅତାବିରାରେ ଲୁଗା ସିଲେଇବା କାମ କରନ୍ତି। ସେ ଆଜି ତାଙ୍କର ସେଇ ବୃତ୍ତି ପାଇଁ ନିଜ ବାଇକ୍  ନମ୍ବର ଓଡ଼ି ୧୭ଏ୨୪୩୧ ରେ ଅତାବିରାକୁ ଆସୁଥିବା ବେଳେ ଟେଲିଫୋନ ଛକରୁ ପାହାଡଶ୍ରିଗିଡାକୁ ସଂଯୋଗ କରିଥିବା ରାସ୍ତାର ରେଲୱେ ଟ୍ରାଫିକରୁ କିଛି ଦୂରରେ ଏକ ଧାନ ବୋଝେ ଟ୍ରାକ୍ଟର ନଂ ଓଡି ୧୭ଇ୮୫୯୫  ପଛ ପଟୁ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଟ୍ରାକ୍ଟର ଡ଼୍ରାଇଭର ଫେରାର ମାରିଥିଲେ। ଘଟଣାଟି ସଙ୍ଗେ ସଙ୍ଗେ ଅଞ୍ଚଳ ସାରା ଚହଳ ପକାଇ ଲୋକଙ୍କ ଭିଡ଼ ଜମୀ ରହି ପ୍ରାୟ ୩ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ବନ୍ଦ ଥିଲା। ପରେ ଅତାବିରା ଥାନା ଅଧିକାରୀ ଦିଲିପ୍ ବେହେରା ଓ ଏସ ଆଇ ଯାଦବ ବାଗ  ଘଟଣା ସ୍ଥଳରେ ପହଞ୍ଚି ୧୦୮ଆମ୍ବୁଲାନ୍ସ ଡକାଇ ମୃତ ଶରୀରକୁ ଅତାବିରା ଡାକ୍ତରଖାନାକୁ ଆଣିଥିଲେ।  ସେଠାରେ ପରିବାରବର୍ଗଙ୍କୁ ମୃତ ଶରୀରକୁ ହସ୍ତାନ୍ତର କରି ବ୍ୟବଚ୍ଛେଦ ପାଇଁ ବରଗଡ ଡାକ୍ତରଖାନାକୁ ପଠାଇଥିଲେ।
ପ୍ରକାଶ ଥାଉକି, ଏହି ଆରଡି ରାସ୍ତାରେ ଗତ ୨୦୧୯ ଡିସେମ୍ବର ୧୩ତାରିଖରେ ଅତାବିରା ଜଣେ କଲେଜ ଛାତ୍ରୀଙ୍କ ଦୁର୍ଘଟଣା ଘଟି ମୃତ୍ୟୁ ହୋଇଥିଲା । ସେହି ସମୟରେ ରାସ୍ତାର ପ୍ରଶସ୍ତିକରଣ ପାଇଁ ଆନ୍ଦୋଳନ ହୋଇଥିଲା। ପ୍ରଶାସନିକ ଅଧିକାରୀମାନେ ଏହି ରାସ୍ତାକୁ ଦୁଇ ଥାକିଆ ରାସ୍ତା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ରାସ୍ତାରେ  ରହିଛି ଭାରତୀୟ ଖାଦ୍ୟ ନିଗମ, ପେଟ୍ରୋଲ ପମ୍ପ ଆଦି ଯୋଗୁ ପ୍ରତି ସମୟରେ ବଡ ବଡ଼ ଭରି ଯାନ ଗୁଡ଼ିକ ଯିବା ଆସିବା କରୁଛି। ତେଣୁ ଲୋକଙ୍କ ପାଇଁ ଗମନାଗମନ ବହୁତ୍ ବାଧାପ୍ରାପ୍ତ ହେଉଛି। ଏଠି ପାଇଁ ଅନେକ ଥର ସ୍ୱର ଉତ୍ତୋଳନ ହୋଇଥିଲେ ମଧ୍ୟ ଏହାର କିଛି ପ୍ରଭାବ ପଡୁନି। ଆଜି ବି ଲୋକମାନେ ଉତ୍ତେଜିତ ହୋଇ ସ୍ୱର ଉତ୍ତୋଳନ କରିଥିଲେ। ଆଉ କେତେ ଲୋକଙ୍କ ଜୀବନ ଗଳେ ପ୍ରଶାସନର ଆଖି ଖୋଲିବ ବୋଲି ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ଶୀଘ୍ର ଏହି ଆରଡି ରାସ୍ତାର ପ୍ରଶସ୍ତିକରଣ କରାଯିବା ପାଇଁ  ଜନସାଧାରଣ ଦାବି କରିଛନ୍ତି ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories