www.samajalive.in
Saturday, December 6, 2025
16.1 C
Bhubaneswar

ଧାନବସ୍ତା ରଖି ଚାଷୀଙ୍କ ରାଜରାସ୍ତା ଅବରୋଧ

ବରପାଲି : ଧାନବସ୍ତା ରଖି ଚାଷୀଙ୍କ ରାଜରାସ୍ତା ଅବରୋଧ । ବରପାଲି ତହସିଲ ଛକ ୨୬ ନମ୍ବର ରାଜରାସ୍ତା ଉପରେ ଧାନବସ୍ତା ରଖି ଚାଷୀକୂଳ ଧାନବିକ୍ରିର ଅନୁମୋଦନ ସହ ଟୋକନ ବ୍ୟବସ୍ଥାରେ ସରଳିକରଣ ନିମନ୍ତେ ଅବରୋଧ ମାଧ୍ୟମରେ ପ୍ରତିବାଦ ଜଣାଇଛନ୍ତି।
ସୋମବାର ପୁର୍ବାହ୍ନରେ ଚାଷୀ ମାନେ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ମୂଖ୍ୟଦ୍ୱାର ସମ୍ମୁଖରେ ଧାନବସ୍ତା ଗଦା କରିବା ସହ ଯୋଗାଣ ବିଭାଗର ଅସହଯୋଗିତା କର୍ମକର୍ତ୍ତାମାନଙ୍କ ପୁର୍ବ ପ୍ରତିଶୃତି ମୂଳକ ଅବହେଳା ଟୋକନ ପ୍ରଦାନରେ ପ୍ରତିବାଦ ଜଣାଇଥିଲେ। ପରେ ତହସିଲଦାର ଅକ୍ଷୟ ବାଘ ଧାରଣାସ୍ଥାଳରେ ଚାଷୀ ମାନଙ୍କୁ ବୁହୁ ବୁଝାଶୁଝା କରିଥିଲେ ସୁଦ୍ଧା କୌଣଷି ସୁପଳ ମିଳିନଥିଲା। ପରେ ଚାଷୀ ମାନେ ରାଜ୍ୟ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେବା ସହିତ ଏକ ଶୋଭାଯାତ୍ରାରେ ବାହାରି ରାଜରାସ୍ତାକୁ ଅବରୋଧ କରିଥିଲେ। ଅବରୋଧର ଦୁଇଘଣ୍ଟା ପରେ ଉପ ଜିଲ୍ଲାପାଳ ସୁଭେନ୍ଦ୍ର କୁମାର ସାମଲ,ତହସିଲଦାର ଅକ୍ଷୟ ବାଘ,ଥାନାଧିକାରୀ ରଜାଲିନ ପଟେଲ ପ୍ରମୁଖ ଧାରଣାସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିବା ସହିତ ଆଲୋଚନା ମାଧ୍ୟମରେ ଦୁଇଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ବୋଲି ପ୍ରତିଶୃତି ଦେଇଥିଲେ।
ଗତ ୪ତାରିଖରୁ ଚାଷୀ ତାର ଉପାର୍ଜିତ ଧାନ ଗଣ୍ଡାକ ବିକିବାକୁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟୋକନ ବ୍ୟବସ୍ଥାର ଉଚିତ ସମାଧାନ ଓ ସରଳିକରଣ କରାଯାଉ ବୋଲି ଅଚଂଳର ଚାଷୀ ୬ଦଫା ଦାବୀ ଉପଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ତିନିଘଣ୍ଟା କାଳ ରାସ୍ତା ଅବରୋଧ ରହିଲା ପରେ ଚାଷୀ ଧାରଣାରୁ ଉଠିଥିଲେ। ଏବଂ ରାସ୍ତାରେ ଯାନବାହାନ ଯାତାୟାତ ହେବା ସହ ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଥିଲା।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories