www.samajalive.in
Saturday, December 6, 2025
26.1 C
Bhubaneswar

ଉଦ୍ୟାନ କୃଷି ବିଭାଗ ନାଁରେ ମନରେଗା ଦୁର୍ନୀତି ଅଭିଯୋଗ

ହରଭଙ୍ଗା : ମନରେଗା ଭଳି ସରକାରଙ୍କ ମହତକାକ୍ଷୀ ଶ୍ରମଭିତିକ ଯୋଜନା ବୌଦ୍ଧଜିଲ୍ଲାରେ ବାଟବଣା ହୋଇଥିବା ଦେଖୀବାକୁ ମିଳିଛି। କେଉଁଠି ଶ୍ରମିକ ବଦଳରେ ମେସିନରେ କାମ ଚାଲିଛି ତ ଆଉ କେଉଁଠି ପୁରୁଣାକାମକୁ ନୂଆ କାମ ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବାଟମାରଣା କରାଯାଉଥିବା ସାଂଘାତିକ ଦୁର୍ନୀତି ନଜରକୁ ଆସୁଛି।
ସୂଚନା ଅନୁସାରେ ଜିଲ୍ଲାର ହରଭଙ୍ଗା ବ୍ଲକ ଆଦିବାସୀ ଅଧ୍ୟୁଷିତ ଆଡେଣିଗଡ ପଂଚାୟତର ମାଧପୁର ଗ୍ରାମର ହିତାଧିକାରୀ ଏବଂ ଅନ୍ୟ ଦୁଇଜଣଙ୍କ ନାମରେ ମନରେଗା ଯୋଜନାରେ ୨୦୧୮-୧୯ ଆର୍ଥୀକ ବର୍ଷରେ ୪ହେକ୍ଟର ଜମିରେ ବେଲ ବଗିଚା ଭଳି ଔଷଧୀୟ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଗଲା । ଏହି ପ୍ରକଳ୍ପ କାର୍ଯ୍ୟ ପାଇଁ ୧୧ଲକ୍ଷ ୬୦ହଜାର ଟଙ୍କା ମନରେଗା ଯୋଜନାରେ ମଞ୍ଜୁର ହୋଇଥିଲା। ପ୍ରକଳ୍ପ କାର୍ଯ୍ୟ ୩ବର୍ଷ ମଧ୍ୟରେ ସଂପୂର୍ଣ୍ଣ ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିଲା।ମାତ୍ର ବେଲ ବଗିଚା ପ୍ରକଳ୍ପ କାର୍ଯ୍ୟରେ ଶ୍ରମିକ , ମେଟେରିଆଲ ଏବଂ ଅନ୍ୟାନ୍ୟ ବାବଦକୁ ୫ଲକ୍ଷ୯୨ହଜାର ଟଙ୍କା ବ୍ୟୟବରାଦ ସରିଥିବା ସୂଚନା ମିଳିଛି। ମାତ୍ର ଲକ୍ଷାଧିକ ଟଙ୍କା ବ୍ୟୟବରାଦ ପରେ ବି ବେଲ ବଗିଚା ପ୍ରକଳ୍ପରେ ନାଁ ଗୋଟିଏ ବେଲ ଗଛ ଅଛି ନାଁ ବେଲ ଗଛର ବାସ୍ନା ରହିଛି। କେବଳ ଲୁହା ତାର ଜାଲି ଖାଲି ପଡିଆକୁ ଅନେଇ ବସିଥିବା ଭଳି ଚିତ୍ରକୁ ଲକ୍ଷ୍ୟକଲେ ବିନା ବେଲ ଗଛରେ ଉଦ୍ୟାନ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଦୁର୍ନୀତି ହୋଇଥିବା ଜଳ ଜଳ ହୋଇଦିଶୁଛି। ଏଭଳି ଏକ ସାଂଘାତିକ ଦୁର୍ନୀତି ବିଭାଗର କାର୍ଯ୍ୟଶୈଳୀ ଏବଂ ଯୋଜନାର ଅପବ୍ୟବହାର ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ଏଭଳି ଏକ ସାଂଘାତିକ ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଯିବା ଆବଶ୍ୟକ ରହିଥିବା ବୁଦ୍ଧିଜୀବି ଏବଂ ସଚେତନ ନାଗରିକ ମହଲରୁ ଦାବୀ ଉଠୁଛି। ଏ ସଂର୍ପକରେ ବୌଦ୍ଧ ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଯୋଗୀନ୍ଦ୍ରନାଥ ମହାପାତ୍ରଙ୍କୁ ପଚାରିବାରୁ ସେ କହିଲେ ଏହି ଘଟଣାର ତଦନ୍ତ ଚାଲିଛି ସତ୍ୟାସତ୍ୟ ଜଣାପଡିବା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories