www.samajalive.in
Sunday, December 14, 2025
19.1 C
Bhubaneswar

କଫ ସିରପ ଜବତ ; ୨ ଗିରଫ

ରେଙ୍ଗାଲିକ୍ୟାମ୍ପ : ଅତାବିରା ଥାନା ଅଧିକାରୀଙ୍କ ନଜର ଏବେ ଅସାମାଜିକ ତଥା ନିଶା କାରବାରରେ ଜଡ଼ିତ ଥିବା ବ୍ୟକ୍ତିଙ୍କ ଉପରେ ରହିଛି । ଗତ କାଲି ଦୁଇଜଣ ନିଶା କାରବାର କରୁଥିବା ଅଭିଯୁକ୍ତଙ୍କ ଠାରୁ  ୨୬ଟି ସିଲ୍ ଥିବା ୧୦୦ ମି ଲି ବିଶିଷ୍ଟ ଓ ୫ଟି କମ୍ପାନୀ ସିଲ୍ ନଥିବା ନକଲି କଫସିରପ, ଗୋଟିଏ ଷ୍ଟ୍ରିପ ନିଶା ଟାବେଲେଟ  ,୧୦ ଲିଟର ଅପମିଶ୍ରିତ କୋରେକ୍ସ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
ଦୁଇ ଜଣ ଗିରଫ କରି ଥାନାରେ କେସ ନମ୍ବର ୧୬୦/୧୯,୬,୨୦୨୧  ରେ ଏକ ମାମଲା ରୁଜୁ କରି ଭାରତୀୟ ପେନାଲ କୋର୍ଟର ଧାରା ୨୭୪/୨୭୫/୩୪ କ୍ରମେ ତାଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ  ଦୁଇ ଜଣ ହେଲେ ପାହାରଶ୍ରିଗିଡା ର ଜିତୁ ପ୍ରଧାନ(୨୪)ଓ ସୁବ୍ରତ ମେହେର ଓରଫ ପପୁ(୪୦)।
ବହୁ ଦିନରୁ ଅଭିଯୁକ୍ତମାନେ ନିଶା କାରବାରରେ ଲିପ୍ତ ଥିବା ଜାଣି ଏମାନଙ୍କୁ ଧରିବା ପାଇଁ ଗତ କାଲି ସନ୍ଧ୍ୟାରେ ଥାନା ଅଧିକାରୀ ଦିଲିପ୍ ବେହେରା ଓ ଏସ ଆଇ ଯାଦବ ବାଗ ତାଙ୍କର ଅଭିଯାନରେ ବାହାରି  ଏଇ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲେ। ପୁଲିସର ଏଭଳି କାର୍ଯ୍ୟ ଜାରି ରହିଲେ ଅଞ୍ଚଳରେ ବଢୁଥିବା ମଦ , ସଟା ,ଜୁଆ ଆଦିର କାରବାର ବନ୍ଦ ହୋଇପାରିବ ବୋଲି ଅଞ୍ଚଳ ବାସୀଙ୍କ ମନରେ ଆଶା ସଂଚାର  ହେବା ସହ ପୁଲିସର ଏହି କାର୍ୟ୍ୟକୁ ପ୍ରଶଂସା କରିଛନ୍ତି। ଏହି ଅଭିଯୁକ୍ତ ମାନଙ୍କ ସହ ଥିବା ଅନ୍ୟ ବ୍ୟକ୍ତିକୁ ଧରିବା ପାଇଁ ପୁଲିସ ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories