www.samajalive.in
Sunday, December 14, 2025
16.1 C
Bhubaneswar

ଦାଦା ଘରକୁ ବୁଲିଆସି କୂଅରେ ପଡି ଚାଲିଗଲା ପୁତୁରା ଜୀବନ

ମୋହନା : ଦାଦା ଘରକୁ ବୁଲିଆସି କୂଅରେ ପଡି ଚାଲିଗଲା ପୁତୁରା ଜୀବନ ।  ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ପିଲାମାନଙ୍କ ସହ ଖେଳୁଥିବା ସମୟରେ ୩୫ ଫୁଟ ଗଭୀର କୂଅକୁ ଖସିପଡ଼ିଥିଲେ ୨ ବର୍ଷର ଶିଶୁ କ୍ରିଷ୍ଣା । ପରିବାର ଲୋକେ ଦେଖିବା ପରେ କାନ୍ଦବୋବାଳି କରି ପିଲାକୁ ଉଦ୍ଧାର କରିବା ପାଇଁ ଚିତ୍କାର କରିଥିଲେ । ଗ୍ରାମର ଜଣେ ଜନୈକ ବ୍ୟକ୍ତି ଶିଶୁକୁ ଉଦ୍ଧାର କରିବାପାଇଁ କୂଅ ଭିତରକୁ ଯାଇଥିଲେ। ଶିଶୁଟିକୁ ଉଦ୍ଧାର କରି ଉପରକୁ ଆସୁଥିବାବେଳେ ଅଧା ରାସ୍ତାରେ କୂଅର ନନ୍ଦ ଭାଙ୍ଗି ଉପରେ ପଡିଯିବାରୁ ନିଜ ଜୀବନକୁ ବଞ୍ଚାଇବା ପାଇଁ ଶିଶୁଟିକୁ ଛାଡି ଉପରକୁ ଚାଲି ଆସିଥିଲେ ପରେ ପରିବାର ଲୋକେ ରା. ଉଦୟଗିରି ଅଗ୍ନିଶମ ବିଭାଗକୁ ଜଣାଇଥିଲେ।
ଖବର ପାଈ ଅଗ୍ନିଶମ ବିଭାଗ ଅଧିକାରୀ ରଜନୀକାନ୍ତ ଗୌଡ଼ଙ୍କ ନିର୍ଦେଶ କ୍ରମେ ତାଙ୍କ ଟିମ କ୍ରିଷ୍ନାକୁ ବଞ୍ଚାଇବା ପାଇଁ ଉଦ୍ଧାର କାର୍ୟ୍ୟ ଆରମ୍ଭ କହିଥିଲେ। ୩ ଫୁଟ ଓସାର ୩୫ ଫୁଟ ଗଭୀର କୂଅ ମଧ୍ୟରେ ୩୦ ଗୋଟି ନନ୍ଦ ରହିଥିବା କୂଅରେ ଅଗ୍ନିଶମ କର୍ମଚାରୀ ଭିତରେ ପଶି ଉଦ୍ଧାର କରିବାପାଇଁ ପ୍ରୟାସ ଜାରୀ ରଖିଥିବା ବେଳେ କୁଅ ମଝିରୁ ଅତି ପୁରୁଣା ନନ୍ଦ ହୋଇଥିବାରୁ ମଝିରୁ ନନ୍ଦ ଖସିପଡ଼ିଥିଲା ଯାହା ଫଳରେ ଭୟରେ ଉପରକୁ ଆସି ରାୟଗଡ଼ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଦୁଇ ବିଭାଗର ମିଳିତ ପ୍ରୟାସରେ ଉଦ୍ଧାର କାର୍ୟ୍ୟ ଜାରୀ ରହିଥିବାବେଳେ ଧୀରେ ଧୀରେ ୯ ଗୋଟି ନନ୍ଦ ତଳକୁ ପୋତିହେବାରେ ଲାଗିଥିଲା।
ରା.ଉଦୟଗିରି ଥାନା ଅଧିକାରୀ ରବୀନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ପୁଲିସ ଟିମ ଘଟଣାସ୍ଥଳରେ ପହଂଚିଥିଲେ । ପୁଣି ଖବର ପାଇ ରା.ଉଦୟଗିରି ବିଡିଓ଼ ପ୍ରଦୀପ ନାୟକ ପହଞ୍ଚି ସରପଞ୍ଚ ବୀରଭାସ୍କର ପାଇକଙ୍କ ସହ ଆଲୋଚନା କରି ଜେସିଭି ସାହାଯ୍ୟରେ କୂଅର ଚତୁଃର୍ପାଶ୍ୱକୁ ୧୫ ଫୁଟ ଖୋଳି ଅଗ୍ନିଶମ ବିଭାଗ ଦ୍ଵାରା ଭଙ୍ଗା ନନ୍ଦ, ମାଟି, ବାହାର କରି ମଟର ଲଗାଇ ପାଣି ଶୁଖାଇ ରା଼ତ୍ରୀ କାଳୀନ ଉଦ୍ଧାର କାର୍ୟ୍ୟ ଜାରୀ ରଖି ୧୨ ଘଣ୍ଟା ପରେ କ୍ରିଷ୍ଣାର ମୃତ ଶରୀର ଉଦ୍ଧାର କରିଥିଲେ।
ଘଟଣାରୁ ପ୍ରକାଶ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଂଚଳର ଟି.ଦିଲୀପ କୁମାର ପାତ୍ର ନିଜ ପରିବାର ସହ ବଡ ଭାଇ ଟି.ବାଳକୃଷ୍ଣ ପାତ୍ରଙ୍କ ଘର ମହେନ୍ଦ୍ରଗଡ଼ରେ ରହୁଥିବା ଭଡା ଘରକୁ ବୁଲିବାକୁ ଆସିଥିଲେ । ସନ୍ଧ୍ୟା ୫ଟା ସମୟରେ ଘରେ ସବୁ ବସିଥିବାବେଳେ ଶିଶୁପୁତ୍ରଟି ବାରିପଟେ ଖେଳୁ ଖେଳୁ କୁଅ ଭିତରେ ପଡିଯାଇଥିଲେ । ଯାହାଫଳରେ ଶିଶୁପୁତ୍ରର ମୃତ ଘଟିଛି। ଏ ନେଇ ରା.ଉଦୟଗିରି ଥାନାରେ ମାମଲା ରୁଜୁକରି ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଯାଇଥିଲା। ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି । ପ୍ରକାଶ ଥାଉକି ନିମ୍ନ ମାନର ନନ୍ଦ ପାଇଁ ଓ଼ କୂଅ ଉପରେ ଢାଙ୍କୁଣୀ ନଥିବାରୁ ନିରୀହ ଶିଶୁର ଜୀବନ ଚାଲିଗଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories