www.samajalive.in
Saturday, December 13, 2025
18.1 C
Bhubaneswar

ଗୋପାଳପୁର ଗ୍ରାମରେ ଦୁଇଗୋଷ୍ଠି ଛକାପଞ୍ଝା, ୨ ପ୍ଲାଟୁନ ପୁଲିସ ମୁତୟନ

ବଡ଼ମ୍ବା: କରୋନା ଜନିତ ତାଲାବନ୍ଦ ସମୟରେ ବଡ଼ମ୍ବା ଥାନା ଅନ୍ତର୍ଗତ ତିନୋଟି ଗ୍ରାମରେ ମାତ୍ର କିଛିଦିନର ବ୍ୟବଧାନରେ ପଛକୁପଛ ୩ଟି ଗୋଷ୍ଠି ସଂଘର୍ଷ ଘଟିଛି। ଫଳ ବ୍ୟବସାୟକୁ କେନ୍ଦ୍ରକରି ପ୍ରଥମେ ଗତ ସପ୍ତାହରେ ଗୋପୀନାଥପୁର ଏବଂ ଗୋପମଥୁରା ଗ୍ରାମର ଦୁଇଗୋଷ୍ଠି ଭିତରେ ଗଣ୍ଡଗୋଳର ସୂତ୍ରପାତ ଘଟି ରକ୍ତପାତ ଘଟିବା ଘଟଣାରେ ଦୁଇଜଣ ଗିରଫ ହେଲେ। ତା’ ପଛକୁ ଗୋପପୁର ପଞ୍ଚାୟତ ଅଧିନସ୍ଥ ପଙ୍କାଳ ଗ୍ରାମରେ ସାହି ବିବାଦକୁ କେନ୍ଦ୍ରକରି ଗୋଷ୍ଠି ସଂଘର୍ଷ ହେବାରେ ସଂପୃକ୍ତ ଘଟଣାରେ ୧୦ଜଣ ଅଭିଯୁକ୍ତଙ୍କୁ ପୁଲିସ ରବିବାର ଗିରଫ କରିଥିବା ବଡ଼ମ୍ବା ଥାନା ଆଇଆଇସି ନିରଞ୍ଜନ ଦାସ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏହି ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ଦୀର୍ଘ ଦିନରୁ ଲାଗି ରହିଥିବା ଦୁଇଗୋଷ୍ଠି ମଧ୍ୟରେ ରାଜନୈତିକ ସଂଘର୍ଷ ଏବେ ଉଗ୍ରରୁପ ନେଇଥିବାରୁ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିବା ଲକ୍ଷ୍ୟ କରାଯାଇଛି। ସପ୍ତାହକ ମଧ୍ୟରେ ପଛକୁପଛ ୩ଟି ହିଂସା ଘଟଣା ଘଟିବା ନେଇ ବଡ଼ମ୍ବାରେ ଅଶାନ୍ତ ପରିବେଶ ସୃଷ୍ଟି ହୋଇଛି।

- Advertisement -

ତେବେ ମାତ୍ର କିଛିଦିନ ତଳେ କାର୍ଯ୍ୟରେ ନୂତନ ଭାବେ ଯୋଗଦେଇଥିବା ବଡ଼ମ୍ବା ଥାନା ଆଇଆଇସି ଶ୍ରୀ ଦାସଙ୍କ ପାଇଁ ଏହା ଏକ ଆହ୍ୱାନ ହୋଇଥିବା ବେଳେ କିଭଳି ଅଜଥା ଘଟଣାକୁନେଇ ହିଂସା ନବଢିବ ଏବଂ ସଂପୃକ୍ତ ଗ୍ରାମରେ ଶାନ୍ତି ଫେରି ଆସିବ ସେନେଇ ସେ ଦୃଢ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। ଗୋପାଳପୁର ଗ୍ରାମରେ ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଗ୍ରାମର ୪ଜଣଙ୍କ ଘର ଉପରେ ସଙ୍ଗବଦ୍ଧ ଆକ୍ରମଣ ହୋଇଥିବା ଏବଂ ଟିଭି, କୁଲର, ସିଲାଇ ମେସିନ ସମେତ ଘରର ଅନେକ ଆସବାବ ପତ୍ର ଭଙ୍ଗାରୁଜା ହୋଇଥିବା ଘଟଣାସ୍ଥଳ ପରିଦର୍ଶନରୁ ଜାଣିବାକୁ ମିଳିଛି। ଯଦିଓ ଏହି ଘଟଣାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ ତେବେ ଖବରପାଇ ଥାନା ଆଇଆଇସି ଶସ୍ରୀ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ରବିବାର ଦିନତମାମ ଏହାର ଛାନଭିନ ତଦନ୍ତ କରିଥିବା ପ୍ରକାଶ। ଉଭୟ ଗୋଷ୍ଠି ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ଗ୍ରାମରେ ଉତ୍ତେଜନା ପରିସ୍ଥିତି ଲାଗିରହିଛି। ସେଠାରେ ଦୁଇ ସେକ୍ସନ ପୁଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ଜିଲା ଆରକ୍ଷୀ ଅଧିକାରୀଙ୍କ ପରାମର୍ଶ କ୍ରମେ ଭାରପ୍ରାପ୍ତ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରଣଜିତ ପୃଷ୍ଟି ରବିବାର ଅପରାହ୍ନରେ ଗୋପାଳପୁର ଗ୍ରାମ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ଗଣ୍ଡଗୋଳ ଭିଆଉଥିବା ଅଭିଯୁକ୍ତଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ତଥା ଶାନ୍ତିକମିଟି ଗଠନ କରି ଗ୍ରାମରେ ଶାନ୍ତି ଫେରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ପୁଲିସପ୍ରଶାସନକୁ ସେ ପରାମର୍ଶ ଦେଇଥିବା ଜଣାଯାଇଛି। ଗୋପୀନାଥପୁର ଗୋପମଥୁରା, ଗୋପପୁର ପଙ୍କାଳ ଏବଂ ଏବେ ଗୋପାଳପୁର ଗ୍ରାମରେ ହିଂସା ପରିଲକ୍ଷିତ ହୋଇଥିବା ନେଇ ବଡ଼ମ୍ବାରେ ହଠାତ୍ ଏକପ୍ରକାର ଆଇନଶୃଖଂଳା ପରିସ୍ଥିତି ସମ୍ବେଦନଶୀଳ ହୋଇପଡ଼ିଥିବା ଲକ୍ଷ୍ୟ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲାପ୍ରଶାସନ ତଥା ଶାନ୍ତିକାମୀ ଜନପ୍ରତିନିଧି ଓ ବୁଦ୍ଧିଜୀବୀ ସମନ୍ୱୟ ରକ୍ଷାପୂର୍ବକ ବିହିତ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ମତପ୍ରକାଶ ପାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories