www.samajalive.in
Saturday, December 13, 2025
18.1 C
Bhubaneswar

ଯୌତୁକ ଜୁଇରେ ରିଜା: ସ୍ୱାମୀ, ଦିଅର ଓ ଶ୍ବଶୁର ଅଟକ

ବୁଗୁଡା : ଯୌତୁକ ନିର୍ଯ୍ୟାତନା ଅସହ୍ୟ ହେବାରୁ ତିନିବର୍ଷ ପୂର୍ବେ ବିବାହ କରିଥିବା ରିଜା ସାହୁ ଜୁନ ୧୯ ତାରିଖ ରାତିରେ କୀଟନାଶକ ପାନ କରି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

ବୁଗୁଡା ଥାନା ଅନ୍ତର୍ଗତ ମାଣିକପୁର ଗ୍ରାମର ପଦ୍ମନାଭ ସାହୁଙ୍କ ବଡ ପୁଅ ଗୋପାଳ ଚନ୍ଦ୍ର ସାହୁ ତିନି ବର୍ଷ ପୂର୍ବେ କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ଜରଡ଼ ଗ୍ରାମାର ଅରୁଣ ସାହୁଙ୍କ ତୃତୀୟ ଝିଅ ରିଜା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହର ବର୍ଷକ ପରେ ରିଜା ଓ ଗୋପାଳଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିବା ବେଳେ ରିଜା ବର୍ତ୍ତମାନ ଗର୍ଭବତୀ ଥିଲେ। ରିଜାଙ୍କ ପିତା ଅରୁଣ ସାହୁ ଓ ମାତା ଜ୍ୟୋତ୍ସ୍ନାରାଣୀ ସାହୁ ଉଭୟେ ବିବାହ ପୂର୍ବରୁ ପ୍ରକାଶ କରିଥିଲେ ଯେ, ସେମାନଙ୍କ ପାଞ୍ଚଟି ଝିଅ ଥିବାବେଳେ ସେମାନେ ଗରିବ ପରିବାର ଅଟନ୍ତି, ଅଧିକ ଯୌତୁକ ଦେଇ ପାରିବେ ନାହିଁ। ଏଥିରେ ବରଘର ପରିବାର ରାଜି ହେବା ସହ ବିବାହ ଅନୁଷ୍ଠିତ ହୋଇଥିଲା। ମାତ୍ର ବିବାହ ପରେ ଯୌତୁକ ପାଇଁ ରିଜାଙ୍କୁ ସ୍ୱାମୀ ଓ ଶାଶୁ ମାନସିକ ଓ ଦୈହିକ ନିର୍ଯ୍ୟାତନା ଦେବାରେ ଲାଗିଲେ। ଫଳରେ ଯନ୍ତ୍ରଣା ଅସହ୍ୟ ହେବାରୁ ରିଜା ନିଜର ଏକ ବର୍ଷ ଆଠ ମାସର ଝିଅକୁ ଛାଡି ବାପା ଘରକୁ ଚାଲି ଯାଇଥିଲେ। ଜୁନ ୨ ତାରିଖ ଦିନ ରିଜାଙ୍କ ଶ୍ୱଶୁର, ସ୍ୱାମୀ ଓ ଦିଅର ଜରଡ଼ ଯାଇଥିଲେ। ଜରଡ଼ ଗ୍ରାମର ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତ ରେ ଜରଡ଼ ଗ୍ରାମରେ ଥିବା ରିଜାଙ୍କ ନିକଟରେ ଝିଅକୁ ଛାଡିବେ ଓ ରିଜାଙ୍କ ସ୍ୱାମୀ ଗୋପାଳ କିଛିଦିନ ଜରଡ଼ ଆସି ମିଳାମିଶା କରି ଗଲେ ଝିଅକୁ ଶାଶୁଘରକୁ ପଠାଇ ଦେବେ ବୋଲି ନିଷ୍ପତ୍ତି ହୋଇଥିଲା। ମାତ୍ର ରିଜାଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ସାହୁ ଜୁନ ୧୦ ତାରିଖ ଦିନ ଶାଶୁଘରକୁ ଫୋନ କରି କହିଲେ ସେ କାମ କରିବାକୁ ସୁରାଟ ଚାଲିଯବେ, ସେଥିପାଇଁ ଟିକେଟ କରିସାରିଛିନ୍ତି କହି ଟିକେଟର ଫୋଟ ମଧ୍ୟ ପଠାଇ ଥିଲେ। ଏଥିରେ ରିଜା ଓ ତାଙ୍କ ବାପା, ମାଆ ରାଜି ହୋଇଥିଲେ।

- Advertisement -

ଜୁନ ୧୮ ତାରିଖ ଦିନ ଗୋପାଳ ଜରଡ଼ ଯାଇ ନିଜ ପତ୍ନୀ ରିଜାଙ୍କୁ ଧରି ସନ୍ଧ୍ୟାରେ ନିଜ ଗ୍ରାମ ମାଣିକପୁର ଆସିଥିଲେ।ଜୁନ ୧୯ ତାରିଖ ଦିନ ରିଜାର ମାଆ ଫୋନ କରିଥିଲେ । ସେ ବାହାରେ ଅଛନ୍ତି ଘରକୁ ଗଲେ ଫୋନ କରିବି କହି ଗୋପାଳ ଆଉ ଫୋନ କଲେନାହିଁ କି ରିଜାଙ୍କ ମାଆଙ୍କ ଫୋନ କଲ ରିସିଭ କଲେନାହିଁ। ଜୁନ ୨୦ ତାରିଖ ସକାଳେ ରିଜା ବିଷପାନ କରି ମୃତ୍ୟୁବରଣ କରିଥିବା ନେଇ ଗୋପାଳ ଚନ୍ଦ୍ର ସାହୁ ଫୋନ କରି ଜଣାଇଥିଲେ ବୋଲି ଅଭିଯୋଗ କରିବା ସହ ଯୌତୁକ ନିର୍ୟ୍ୟାତନା ପାଇଁ ଝିଅର ମୃତ୍ୟୁ ଘଟିଥିବା ନେଇ ରିଜାଙ୍କ ମାଆ ବୁଗୁଡା ଥାନାରେ ଅଭିଯୋଗ କରିଥିଲେ। ଏନେଇ ବାଲିପଦର ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମୃତ୍ୟୁବରଣ କରିଥିବା ରିଜାଙ୍କ ସ୍ୱାମୀ ଗୋପାଳ ଚନ୍ଦ୍ର ସାହୁ ଏବଂ ଶ୍ବଶୁର ଓ ଦିଅରଙ୍କୁ ଅଟକ ରଖି ଅନୁସନ୍ଧାନ ଜାରି କରିଛନ୍ତି। ରିଜାଙ୍କ ଶ୍ବଶୁରଘରୁ ଏକ ଚିରା ହୋଇଥିବା କୀଟନାଶକ ଔଷଧ ପ୍ୟାକେଟ ଜବତ ହୋଇଥିବା ବେଳେ ବୁଗୁଡା ଥାନା କେଶ ନଂ ୩୦୩/ ୨୧ ପ୍ରକାରେ ଏକ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା ପ୍ରକାଶ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories