www.samajalive.in
Monday, December 8, 2025
16.1 C
Bhubaneswar

ଗୁରୁପ୍ରସାଦ ମହାପାତ୍ରଙ୍କ ପରଲୋକ : ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ

ବରିଷ୍ଠ ଓଡ଼ିଆ ଭାରତୀୟ ପ୍ରଶାସନିକ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କର ପରଲୋକ ଘଟିଛି। କୋଭିଡ ପରବର୍ତ୍ତୀ ଜଟିଳତା ନେଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ସେ ବାଣିଜ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟର ପ୍ରୋତ୍ସାହନ ବିଭାଗ-DPIITର ସଚିବ ଭାବେ କାର୍ଯ୍ୟ କରୁଥିଲେ। ସେ ହେଉଛନ୍ତି ଲୋକପ୍ରିୟ ସାହିତ୍ୟିକ ସ୍ୱର୍ଗତ ମହାପାତ୍ର ନୀଳମଣୀ ସାହୁଙ୍କ ସାନପୁଅ। ୧୯୮୬ ବ୍ୟାଚର ଗୁଜରାଟ କ୍ୟାଡର ଏହି ଓଡ଼ିଆ ଆଇଏଏସ୍‍ ଅଧିକାରୀ ଏହା ପୂର୍ବରୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।

ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ (ଡିପିଆଇଆଇଟି)ର ସଚିବ ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ୟାବିନେଟ ସଚିବ ଓ ଅନ୍ୟ ନେତୃବୃନ୍ଦ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।
ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ତାଙ୍କର ଶୋକବାର୍ତ୍ତାରେ କହିଛନ୍ତି, “ଡିପିଆଇଆଇଟି ସଚିବ ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ଅକାଳ ବିୟୋଗ ଖବର ଅତ୍ୟନ୍ତ ଯନ୍ତ୍ରଣାଦାୟକ। ସେ ଜଣେ ଦକ୍ଷ ପ୍ରଶାସକ ଥିଲେ, ତାଙ୍କର ନୈତିକ କାର୍ୟ୍ୟଶୈଳୀ ଓ ଲୋକସେବା ପ୍ରତି ସମର୍ପଣ ସର୍ବଦା ଅନୁକରଣୀୟ ହୋଇ ରହିବ। ଏହି ଦୁଃଖଦ ସମୟରେ ମୁଁ ତାଙ୍କ ପରିବାର, ବନ୍ଧୁ ଓ ସହଯୋଗୀମାନଙ୍କ ପ୍ରତି ଗଭୀର ସମବେଦନା ପ୍ରକଟ କରୁଛି।”
ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଟୁଇଟ୍ କରି କହିଛନ୍ତି “ଡିପିଆଇଆଇଟି ସଚିବ ଡ. ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ଦୁଃଖିତ । ଗୁଜରାଟରେ ଏବଂ କେନ୍ଦ୍ର ସରକାରରେ ତାଙ୍କ ସହିତ ମୁଁ ବ୍ୟାପକ ଭାବେ କାର୍ୟ୍ୟ କରିଥିଲି । ପ୍ରଶାସନିକ ପ୍ରସଙ୍ଗରେ ତାଙ୍କର ଉତ୍ତମ ବୁଝାମଣା ଥିଲା ଏବଂ ସେ ତାଙ୍କର ଅଭିନବ ଶୈଳୀ ପାଇଁ ପରିଚିତ ଥିଲେ। ତାଙ୍କ ପରିବାର ଓ ଆତ୍ମୀୟସ୍ବଜନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି। ଓମ୍ ଶାନ୍ତି ।”

- Advertisement -

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଢ଼ଙ୍ଗୀ ଓ ବହୁ ବିଶିଷ୍ଟ ବ୍ୟକ୍ତି ଶ୍ରୀ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।
ଡ. ଗୁରୁପ୍ରସାଦ ମହାପାତ୍ର ଭାରତ ସରକାରଙ୍କ କୋଭିଡ-୧୯ ବିରୋଧୀ ଲଢ଼େଇରେ ନିୟୋଜିତ ପ୍ରମୁଖ ଅଧିକାରୀମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଶିଳ୍ପ ଓ ଅନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗର ସଚିବ ଭାବେ ସେ ମହାମାରୀ ସମୟରେ ମେଡ଼ିକାଲ ଅକ୍ସିଜେନର ସୂଚାରୁ ରୂପେ ଯୋଗାଣ ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଏହି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଅନେକ ଲୋକଙ୍କ ଜୀବନ ରକ୍ଷା କରିଥିଲା।
କୋଭିଡ୍ ମୁକାବିଲା କ୍ଷେତ୍ରରେ ତାଙ୍କର ଯୋଗଦାନକୁ କ୍ୟାବିନେଟ୍ ସଚିବ ଶ୍ରୀ ରାଜୀବ ଗୌବା ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, “ଡ. ମହାପାତ୍ର ଜଣେ ପ୍ରିୟ ସହଯୋଗୀ ଏବଂ ରଣନୈତିକ ଦୃଷ୍ଟିକୋଣ ଓ ନେତୃତ୍ବର ଅଭିନବ ଗୁଣାବଳୀ ଥିବା ଦକ୍ଷ ପ୍ରଶାସକ ଥିଲେ।
କ୍ଷମତାପ୍ରାପ୍ତ ଗୋଷ୍ଠୀର ମୁଖ୍ୟ ଭାବେ, ସେ ବର୍ତ୍ତମାନର କୋଭିଡ-୧୯ ମହାମାରୀ ବିରୋଧୀ ମୁକାବିଲାରେ ସମ୍ପୂର୍ଣ୍ଣ ସମର୍ପଣର ସହିତ କାର୍ଯ୍ୟ କରିଥିଲେ।
ଏପରିକି ପଜିଟିଭ୍ ଚିହ୍ନଟ ହେବା ପରେ ଅସୁସ୍ଥ ଥାଇ ମଧ୍ୟ ସେ ଦୀର୍ଘ ସମୟ ଧରି କାର୍ଯ୍ୟ କରୁଥିଲେ ଏବଂ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ ପରିସ୍ଥିତିରେ, ଦେଶରେ ଅକ୍ସିଜେନ ଯୋଗାଣକୁ ଅନୁଧ୍ୟାନ କରିଥିଲେ।
ଜନସେବା ପ୍ରତି ସମର୍ପଣ ଓ ସକ୍ରିୟ ମନୋଭାବ ପାଇଁ ସେ ସବୁଦିନ ସ୍ମରଣୀୟ ହୋଇ ରହିବେ। ତାଙ୍କର ଅକାଳ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ମୁଁ ତାଙ୍କ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛି।”
ଏହି ବରିଷ୍ଠ ପ୍ରଶାସକ ଜଣଙ୍କ ନିଜର ପ୍ରଶାସନିକ ଦକ୍ଷତା ଏବଂ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟ ପାଇଁ ପରିଚିତ ଥିଲେ। ପୂର୍ବରୁ ସେ ଗୁଜରାଟ ସରକାର, ବେସାମରିକ ବିମାନ ଚଳାଚଳ ଓ ବାଣିଜ୍ୟ ଓ ଉଦ୍ୟୋଗ ସମେତ ବିଭିନ୍ନ କେନ୍ଦ୍ର ମନ୍ତ୍ରଣାଳୟରେ ଉଲ୍ଲେଖନୀୟ କାର୍ଯ୍ୟ କରି ନିଜ କାର୍ଯ୍ୟ ଦକ୍ଷତାର ପରିଚୟ ଦେଇଥିଲେ।
ଚଳିତ କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ଗଠିତ ହୋଇଥିବା ଏକ କ୍ଷମତାସମ୍ପନ୍ନ ଗୋଷ୍ଠୀରେ ଡ. ମହାପାତ୍ର ମୁଖ୍ୟ ଥିଲେ। ଏହି ଗୋଷ୍ଠୀ ନିକଟରେ ସାରା ଦେଶକୁ ମେଡ଼ିକାଲ ଅକ୍ସିଜେନ ଯୋଗାଣ ଦାୟିତ୍ବ ରହିଥିଲା। ଏଥିପାଇଁ ଗୋଷ୍ଠୀ ଆବଶ୍ୟକ ସୁପାରିସ କରିବା ସହିତ ବିଦେଶରୁ ୫୦,୦୦୦ ଟନ୍ ଅକ୍ସିଜେନ ଆମଦାନୀ ସୁନିଶ୍ଚିତ କରିଥିଲା। ତାଙ୍କ ନେତୃତ୍ବରେ, ଏହି ଗୋଷ୍ଠୀ ସାରା ଦେଶରେ ଅକ୍ସିଜେନ ଯୋଗାଣକୁ ସୁଗମ କରିବା ନିମନ୍ତେ ଏକ ଲଜିଷ୍ଟିକ୍ସ ଢାଞ୍ଚାକୁ ସଂସ୍ଥାଗତ ରୂପ ଦେବାରେ ସକ୍ଷମ ହୋଇଥିଲା।
କୋଭିଡ-୧୯ ଜରୁରିକାଳୀନ ସ୍ଥିତିରେ ଏହି ଗୁଜରାଟ କ୍ୟାଡର ଆଇଏଏସ ଅଧିକାରୀ ଜଣକ ସର୍ବୋଚ୍ଚ ସମର୍ପଣର ସହିତ କାର୍ଯ୍ୟ କରିଥିଲେ। କୋଭିଡ-୧୯ରେ ସଂକ୍ରମିତ ହେବା ସତ୍ତ୍ବେ ସେ ନିଜର ଦାୟିତ୍ବ ପ୍ରତି ସମର୍ପିତ ଥିଲେ ଏବଂ ଅକ୍ସିଜେନ୍ ଯୋଗାଣକୁ ନିରୀକ୍ଷଣ କରୁଥିଲେ।
କୋଭିଡ-୧୯ର ମିଳିତ ମୁକାବିଲାରେ ଅନେକ ପ୍ରଶାସନିକ ସେବା ଅଧିକାରୀ, ଡାକ୍ତର ଓ ସମ୍ମୁଖ ଯୋଦ୍ଧାମାନେ ନିଜ କର୍ତ୍ତବ୍ୟ ଠାରୁ ଊର୍ଦ୍ଧ୍ବକୁ ଯାଇ ସେବା ଯୋଗାଇ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ ଡ. ମହାପାତ୍ର, ଯିଏକି ଜୀବନ ଅପେକ୍ଷା ଦେଶସେବାକୁ ଅଧିକ ଗୁରୁତ୍ବ ଦେଇଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories