www.samajalive.in
Sunday, December 7, 2025
15.1 C
Bhubaneswar

ଉତ୍କଳମଣି ହାଇସ୍କୁଲରେ ମୋ ସ୍କୁଲ କାର୍ୟ୍ୟକ୍ରମ

ଚିକିଟି : ଗଞ୍ଜାମ ଜିଲାର ଅନ୍ୟତମ ଆଦର୍ଶ ହାଇସ୍କୁଲ ଚିକିଟି ବ୍ଲକର ମାଧବନ୍ଧ ଗ୍ରାମରେ ଉତ୍କଳମଣି ହାଇସ୍କୁଲ। ଆନ୍ଧ୍ର ଓଡ଼ିଶା ସୀମାନ୍ତରେ ଥିବା ଏହି ପୁରାତନ ଚାଳଛପର ବିଦ୍ୟାଳୟଟିର ଶିକ୍ଷାଦାନର ଉନ୍ନତି ଦେଖି ପରିଚାଳନା କମିଟି ହାତରୁ ଅର୍ଥ ବାହାର କରି ଏହାକୁ ସରକାରୀ ହାଇସ୍କୁଲ ମାନ୍ୟତା ପାଇଁ ଦାବି କରିଥିଲେ ଓ ପରବର୍ତ୍ତୀ ସମୟରେ ସରକାରୀ ହାଇସ୍କୁଲ ଭାବେ ଘୋଷଣା କରାଗଲା ୧୯୯୪ ମସିହାରେ। ତାପରଠୁ ଏଠି ବିଭିନ୍ନ ସରକାରୀ ଯୋଜନାରେ ଉନ୍ନତି ଘଟି ଆସିଛି।
ବର୍ତ୍ତମାନ ସରକାରଙ୍କର ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଗତ ଶିକ୍ଷା ବର୍ଷରେ ମୋଟ ୩ଲକ୍ଷ ୫୫ ହଜାର ଟଙ୍କା ସଂଗ୍ରହ ହୋଇଥିଲା। ଏଥିରେ ସରକାର ଦୁଇଗୁଣା ଅନୁଦାନ ୭ଲକ୍ଷ ୧୦ହଜାର ଟଙ୍କା ଦେଇଥିଲେ। ସେଥିରେ ପିଲାଙ୍କ ପାଇଁ ସାଇକେଲ ସେଡ଼୍,ପାଣିଟାଙ୍କି,ମଲ୍ଟି ଟେପ୍,ପାକଶାଳା,ଶିକ୍ଷଣ ଉପକରଣ ଓ ଶିକ୍ଷଣଗୃହ, ସବୁ ପିଲାଙ୍କ ପାଇଁ ଫର୍ଣ୍ଣିଚର, ଶ୍ରେଣୀଗୃହ ମରାମତି ଇତ୍ୟାଦି କାର୍ୟ୍ୟ ସଂପାଦନ କରାଯାଇଥିଲା।ଗତ ମାର୍ଚ୍ଚ ମାସରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମହୋଦୟ ଏହି ବିଦ୍ୟାଳୟର ମୋ ସ୍କୁଲ କାର୍ୟ୍ୟକ୍ରମକୁ ଆସି ଏତେ ଗୁଡ଼ିଏ ଟଙ୍କା ସ୍ଵଳ୍ପ ଦିନରେ ସଂଗ୍ରହ ହୋଇପାରିଥିବାରୁ ଅଭିଭାବକ ଓ ଛାତ୍ରଶିକ୍ଷକ ସମସ୍ତଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।
ଚଳିତ ମାସରେ ୧ଲକ୍ଷ ୧୫ହଜାର ଟଙ୍କା ସଂଗ୍ରହ ହୋଇପାରିଛି ଓ ଏଥିରେ ମେଚିଂ ଗ୍ରାଣ୍ଟ ହିସାବରେ ସରକାର ଆଉ ୨ଲକ୍ଷ ୩୦ ହଜାର ଯୋଡ଼ି ଦେବେ ଏବଂ ମୋଟ ୩ ଲକ୍ଷ ୩୪୫ ହଜାର ଟଙ୍କାର ବିଭିନ୍ନ ପ୍ରକଳ୍ପ ଜିଲ୍ଲାଶିକ୍ଷାଧିକାରୀଙ୍କୁ ଅନୁମୋଦନ ପାଇଁ ଦିଆ ଯାଇଛି ବୋଲି ପ୍ରଧାନଶିକ୍ଷକ ସଂଜୟ ପାତ୍ର ପ୍ରକାଶ କରିଛନ୍ତି।
ଏଥିରେ ଚାରା ରୋପଣ,ନୂତନ ବଗିଚାସୃଷ୍ଟି,ବାର୍ଷିକ ଉତ୍ସବ,କଂପ୍ୟୁଟର ଓ ଇଣ୍ଟରନେଟର ଉନ୍ନତି,ଲାଇବ୍ରେରୀ ବହି କିଣିବା, ଓ ପାଠାଗାରର ଆଧୁନିକୀକରଣ ଇତ୍ୟାଦି ପ୍ରକଳ୍ପ ମୋ ସ୍କୁଲ କମିଟି ଦ୍ବାରା ଦିଆଯାଇଛି। ଭବିଷ୍ୟତରେ ଏକ ରଙ୍ଗମଞ୍ଚ ,ବାଳୀକାକମନ୍ ରୁମ୍, ଖେଲପଡିଆ ଓ ମଧ୍ୟାହ୍ନ ଭୋଜନ ପାଇଁ ଭୋଜନାଳୟ ର ଆବଶ୍ୟକତା ଥିବାରୁ ଏପରି ମୋ ସ୍କୁଲ କାର୍ୟ୍ୟକ୍ରମ ଜରିଆରେ କରିବାର ଆଶା ରଖିଛନ୍ତି ପୁରାତନ ଛାତ୍ରସଂସଦ। ବର୍ତ୍ତମାନ ଏହି ବିଦ୍ୟାଳୟରେ ପ୍ରାୟ ୩୪୦ଛାତ୍ରଛାତ୍ରୀ ପଢ଼ନ୍ତି ଓ ୧୪ଜଣ ଶିକ୍ଷକଶିକ୍ଷୟତ୍ରୀ କାର୍ୟ୍ୟ କରୁଅଛନ୍ତି। କରୋନା ଲକ ଡାଉନ୍ ସମୟରେ ଶିକ୍ଷକ ମାନେ ଘର ଘର ବୁଲି ଶିକ୍ଷାଦାନ କରିବା କାର୍ୟ୍ୟକ୍ରମ ଗତ ବର୍ଷ ବହୁ ପ୍ରଶଂସାର ପାତ୍ର ହୋଇପାରିଥିଲା।
ଗତକାଲି ସରକାରୀ ସ୍ତରରେ ମୋ ସ୍କୁଲ ଅଭଯାନର ୨୫ତମ ବୈଠକରେ ରାଜ୍ୟର ୩୪୦୦୦ ସ୍କୁଲରୁ ଆସିଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ସରକାରୀ ଅନୁଦାନ ୧୦୫ କୋଟି ଟଙ୍କା ମଂଜୁର କରାଯାଇଛି।ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ଆଗ୍ରହରେ ବିଦ୍ୟାଳୟ ବିକାଶରେ ଏପରି ଏକ ସରକାରୀ କାର୍ୟ୍ୟକ୍ରମ ମୋ ସ୍କୁଲ ଯୋଜନା, ସମଗ୍ର ଦେଶରେ ଓଡ଼ିଶାରେ ହିଁ ପ୍ରଥମେ ଆରମ୍ଭ କରାଯାଇଛି। ପ୍ରଧାନ ଶିକ୍ଷକ ସଂଜୟପାତ୍ରଙ୍କ ନିଷ୍ଠାପର ଓ ଦୂରଦୃଷ୍ଟି ସମ୍ପନ୍ନ କାର୍ୟ୍ୟ ପୁରାତନ ଛାତ୍ର ସଂସଦକୁ ପ୍ରଭାବିତ କରିବା ସହ ଏପରି ପ୍ରଗତୀର ସମସ୍ତ ଶ୍ରେୟ ପ୍ରଧାନ ଶିକ୍ଷକଙ୍କୁ ଦେଇଛନ୍ତି । ଏନେଇ ପ୍ରଧାନ ଶିକ୍ଷକ ଶ୍ରୀ ପାତ୍ର କୁହନ୍ତି ମୁଁ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣୀତ , ସ୍କୁଲ ତାଲା ଖୋଲିଲେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ,ଧୂପ ଦୀପ ଦେଇ ସ୍କୁଲ କାର୍ୟ୍ୟ ଆରମ୍ଭ କରେ ଓ ରାତ୍ର ଶୟନ ପର୍ୟ୍ୟନ୍ତ ସ୍କୁଲ ପାଇଁ ଲାଗିଥାଏ । ଏପରି ଆଦର୍ଶ ଚିନ୍ତାଧାରା ଯୋଗୁଁ ଏହି ହାଇସ୍କୁଲ ଅନ୍ୟ ସ୍କୁଲ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories