www.samajalive.in
Saturday, December 13, 2025
23.1 C
Bhubaneswar

ଜାତିସଂଘ ମହାସଚିବ ଭାବେ ଗୁଟେର୍ସ ପୁନଃ ନିର୍ବାଚିତ

ଜାତିସଂଘ: ଜାତିସଂଘ ସାଧାରଣ ସଭା ଦ୍ବିତୀୟ ଥର ପାଇଁ ଏଣ୍ଟୋନିଓ ଗୁଟେର୍ସଙ୍କୁ ମହାସଚିବ ଭାବେ ଶୁକ୍ରବାର ନିର୍ବାଚିତ କରିଛି। ସେ ଆସନ୍ତା ବର୍ଷ ଜାନୁଆରୀ ପହିଲାରୁ ୩୧ ଡିସେମ୍ବର ୨୦୨୬ ପର୍ଯ୍ୟନ୍ତ ଜାତିସଂଘର ମହାସଚିବ ଭାବେ କାର୍ଯ୍ୟ ନିର୍ବାହ କରିବେ। ସାଧାରଣ ସଭାର ସମସ୍ତ ୧୯୩ ସଦସ୍ୟ ରାଷ୍ଟ୍ର ନିର୍ବିରୋଧରେ ତାଙ୍କୁ ନିର୍ବାଚିତ କରିଛନ୍ତି। ୭୨ ବର୍ଷୀୟ ଗୁଟେର୍ସ ୧୯୯୫ରୁ ୨୦୦୨ ପର୍ଯ୍ୟନ୍ତ ପର୍ତ୍ତୃଗାଲର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଥିଲେ।

୨୦୧୭ରେ ବାନ୍‌ କି ମୁନ୍‌ଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସାଧାରଣ ସଭା ପ୍ରଥମ ଥର ପାଇଁ ତାଙ୍କୁ ମହାସଚିବ ଭାବେ ନିର୍ବାଚିତ କରିଥିଲା। ସିରିଆ, ଆଫଗାନିସ୍ତାନ ଓ ଇରାକ ସମେତ ଅଧିକାଂଶ ଦେଶର ଶରଣାର୍ଥୀ ସମସ୍ୟା ସମାଧାନ କରିବାରେ ସେ ପ୍ରମୁଖ ଦାୟିତ୍ବ ତୁଲାଇଥିଲେ। ୧୯୪୫ରେ ଜାତିସଂଘ ଗଠନ ହେବା ପରେ ସେ ହେଉଛନ୍ତି ଏହାର ୯ମ ମହାସଚିବ। ସୁରକ୍ଷା ପରିଷଦର ୫ ସ୍ଥାୟୀ ସଦସ୍ୟ ରୁଦ୍ଧ କୋଠରିରେ ଜାତିସଂଘର ମହାସଚିବ କିଏ ହେବେ ସ୍ଥିର କରିଥା’ନ୍ତି। ନାମ ସ୍ଥିର ହେବା ପରେ ସାଧାରଣ ସଭା ତାଙ୍କୁ ଅନୁମୋଦିତ କରିଥାଏ।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories