www.samajalive.in
Sunday, December 14, 2025
26.1 C
Bhubaneswar

ମେହୁଲ ଚୋକ୍ସିଙ୍କୁ ଜେଲ ପଠାଇଲେ ଡୋମିନିକା ଅଦାଲତ

ସାଣ୍ଟୋ ଡୋମିଙ୍ଗୋ: ଭାରତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିର ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଡୋମିନିକା ଅଦାଲତ ପୁଲିସ ହେପାଜତରୁ ଜେଲକୁ ପଠାଇବାକୁ ଆଦେଶ ଦେଇଛନ୍ତି। ତେବେ ମେହୁଲ ସଂପ୍ରତି ଅସୁସ୍ଥ ଅବସ୍ଥାରେ ଚିକିତ୍ସିତ ହେଉଥିବାରୁ ତାଙ୍କୁ ଡୋମିନିକା-ଚାଇନା ଫ୍ରେଣ୍ଡସିପ ହସପିଟାଲରେ ରହିବାକୁ ଅନୁମତି ଦେଇଛନ୍ତି ଅଦାଲତ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଲେ ତାଙ୍କୁ ଜେଲ ପଠାଇ ଦିଆଯିବ। ଏହି ଦ୍ୱୀପରାଷ୍ଟ୍ରକୁ ବେଆଇନ ଭାବରେ ପ୍ରବେଶ କରିଥିବା ଅଭିଯୋଗରେ ଅଦାଲତ ତାଙ୍କୁ ଏଭଳି ଦଣ୍ଡାଦେଶ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ମେହୁଲଙ୍କୁ ବିମାନରେ ନିଆଯିବା ନେଇ ସ୍ୱାସ୍ଥ୍ୟଗତ ବିପଦ ରହିଥିବା କାରଣ ଦର୍ଶାଇ ଅଦାଲତ ପୂର୍ବରୁ ତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ବେଆଇନ ଭାବରେ ଦେଶରେ ପ୍ରବେଶ କରିଥିବା ମାମଲାର ପରବର୍ତ୍ତୀ ଶୁଣାଣି ଚଳିତ ଜୁନ୍‍ ମାସ ୨୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ଇତିମଧ୍ୟରେ ମେହୁଲଙ୍କୁ ଭାରତ ଫେରାଇ ଆଣିବାକୁ ଭାରତ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରୟାସ କରାଯାଉଛି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଉକ୍ତ ରାଷ୍ଟ୍ର କର୍ତ୍ତୃପକ୍ଷଙ୍କ ନିକଟରେ ମେହୁଲଙ୍କ ବିରୋଧରେ ଭାରତରେ ରହିଥିବା ମାମଲା ଏବଂ ତାଙ୍କର ଭାରତୀୟ ନାଗରିକତ୍ୱ ସମ୍ପର୍କିତ ସମସ୍ତ ତଥ୍ୟ ଉପସ୍ଥାପନ କରାଯାଇଛି। ଏ ସମ୍ପର୍କିତ ଆଇନ ପ୍ରୟାସ ଜାରି ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories