www.samajalive.in
Saturday, December 6, 2025
14.1 C
Bhubaneswar

ଦେଶରେ ୩ ରାଜ୍ୟରେ ଭୂକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ : ଦେଶରେ ୩ ରାଜ୍ୟରେ ଶୁକ୍ରବାର ଭୂକମ୍ପ ଝଟକା ଅନୁଭବ ହୋଇଛି। ୩ ରାଜ୍ୟରେ ଭୂକମ୍ପ ଭିନ୍ନ ଭିନ୍ନ ସମୟରେ ଅନୁଭବ ହୋଇଛି। ଆସାମର ସୋନିତପୁର, ଚନ୍ଦେଲର ମଣିପୁରେ, ମେଘାଳୟର ପଶ୍ଚିମ ପାର୍ବତ୍ୟ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତିବ୍ରତା ଯଥାକ୍ରମେ ୪.୧,୩.୦ ଓ ୨.୬ ରେକର୍ଡ କରାଯାଇଛି।
ଏନସିଏସ ସୂଚନା ଅନୁଯାୟୀ, ମେଘାଳୟର ପଶ୍ଚିମ ପାର୍ବତ୍ୟ ଅଞ୍ଚଳରେ ସକାଳ ୪ଟା ୨୦ରେ ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୨.୬ ରେକର୍ଡ କରାଯାଇଛି। ସୋନିତପୁରରେ ୨ଟା୪୦ରେ ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ସବୁଠାରୁ ଅଧିକ ୪.୧ ରେକର୍ଡ କରାଯାଇଛି। ସେହିପରି ମଣିପୁରରେ ଚନ୍ଦେଲରେ ବିଳମ୍ବିତ ରାତିରେ ୧.୦୬ରେ ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏହାର ତିବ୍ରତା ୩.୦ ରେକର୍ଡ କରାଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories