BJD Bijuli 480×75 Mob

ଦୁଇଥର ଅଲିମ୍ପିକ୍‌ସ ଖେଳିବାକୁ ଯାଉଛନ୍ତି ଓଡ଼ିଆ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌

BJD Bijuli 480×75 Mob

ଭାରତୀୟ ମହିଳା ହକି ଦଳର ପ୍ରାଚୀର ଭାବେ ପରିଚିତ ଓଡ଼ିଆ ଡିଫେଣ୍ଡର ଦୀପ୍‌ ଗ୍ରେସ୍‌ ପ୍ରଥମ ମହିଳା ଓଡ଼ିଆ ଖେଳାଳି ଭ​‌ାବେ କ୍ରମାଗତ ଦୁଇଥର ଅଲିମ୍ପିକ୍‌ସ ଖେଳିବାକୁ ଯାଉଛନ୍ତି। ସୁନ୍ଦରଗଡ଼ର ଦୀପ୍‌ ଗ୍ରେସ୍‌ ଭାରତୀୟ ମହିଳା ହକି ଦଳ ପକ୍ଷରୁ ୨୦୧୧ରୁ ନିୟମିତ ଖେଳି ଆସୁଛନ୍ତି। ଏଥିମଧ୍ୟରେ ୧୮୩ଟି ମ୍ୟାଚ ଖେଳି ୧୩ଟି ଗୋଲ ସ୍କୋର କରିଛନ୍ତି। ୨୦୧୪ ଇଞ୍ଚିଅନ ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ, ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ରୌପ୍ୟ, ୨୦୧୭ ଏସିଆ କପ୍‌ରେ ସ୍ବର୍ଣ୍ଣ ବିଜୟୀ ଭାରତୀୟ ଦଳର ସଦସ୍ୟା ଥିଲେ। ୨୦୧୬ ରିଓ ଅଲିମ୍ପିକ୍‌ସରେ ମଧ୍ୟ ସେ ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ।

Comments are closed.