www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଆ ହକି ଖେଳାଳିଙ୍କୁ ଉପେକ୍ଷା, ଅଲିମ୍ପିକ୍‌ସ ପାଇଁ ଜାତୀୟ ଦଳରେ ମାତ୍ର ଜଣେ ସାମିଲ

ହକି ଓଡ଼ିଶା ନା ଓଡ଼ିଶା ସରକାର? ଓଡ଼ିଆ ହକି ଖେଳାଳିଙ୍କ ସ୍ବାର୍ଥ ରକ୍ଷା ଦାୟିତ୍ବ କାହାର?

କଟକ: ଜାତୀୟ ପୁରୁଷ ହେଉ କି ମହିଳା ହକି​ ଦଳ‌ରେ ଓଡ଼ିଶାର ପ୍ରତିନିଧିତ୍ବ ସବୁବେଳେ ଆଗରେ ରହିବା ସତ୍ତ୍ବେ ଓଡ଼ିଶାର ଖେଳାଳିମାନେ ହକି ଇଣ୍ଡିଆ ଦ୍ବାରା ବାରମ୍ବାର ଉପେକ୍ଷିତ ହେଉଛନ୍ତି। ଦକ୍ଷତା ଓ ନିୟମିତ ଭଲ ପ୍ରଦର୍ଶନ ସତ୍ତ୍ବେ ଜାତୀୟ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହେଉଛନ୍ତି; ଯାହା ଟୋକିଓ ଅଲିମ୍ପିକ୍‌ସ ଲାଗି ଘୋଷିତ ଭାରତୀୟ ମହିଳା ହକି ଦଳରୁ ଅନୁମେୟ ହୋଇଛି। ଟୋକିଓ ଅଲିମ୍ପିକ୍‌ସ ଲାଗି ହକି ଇଣ୍ଡିଆ ପକ୍ଷରୁ ୧୬ ଜଣିଆ ଭାରତୀୟ ମହିଳା ହକି ଦଳରେ ଓଡ଼ିଶାରୁ ଏକମାତ୍ର ଖେଳାଳି ଭାବେ ଦୀପ୍‌ ଗ୍ରେସ୍‌ ଏକ୍କା ସ୍ଥାନ ପାଇଛନ୍ତି।

- Advertisement -

୨୦୨୦ ଟୋକିଓ ଅଲିମ୍ପିକ୍‌ସ ଶିବିର ଲାଗି ସମ୍ଭାବ୍ୟ ଭାରତୀୟ ଦଳରେ ଓଡ଼ିଶାରୁ ଲିଲିମା ମିଞ୍ଜ୍‌, ନମିତା ଟପ୍ପୋ, ଦୀପ୍‌ ଗ୍ରେସ୍‌ ଏକ୍କା ଓ ରଶ୍ମିତା ମି୍ଞ୍ଜ ସ୍ଥାନ ପାଇଥିଲେ। ସେମାନଙ୍କ ମଧ୍ୟରୁ କେବଳ ଦୀପ୍‌ ଗ୍ରେସ୍‌ଙ୍କୁ ସ୍ଥାନମିଳିଛି। ୨୦୧୧ରୁ ଭାରତୀୟ ଦଳର ପ୍ରତିନିଧିତ୍ବ କରି ଆସୁଥିବା ଡିଫେଣ୍ଡର ଲିଲିମା ମିଞ୍ଜ ୧୩୩ଟି ମ୍ୟାଚ ଓ ନମିତା ଟପ୍ପୋ ୧୬୩ଟି ମ୍ୟାଚ ଖେଳିବାର ଅଭିଜ୍ଞତା ରଖିଥିବା ବେଳେ ନିୟମିତ ଭାରତୀୟ ଦଳ ପକ୍ଷରୁ ଖେଳି ଆସୁଛନ୍ତି। ଡିଫେଣ୍ଡର ରଶ୍ମିତା ମିଞ୍ଜ୍‌ ଭାରତୀୟ ସିନିୟର ମହିଳା ଦଳ ପକ୍ଷରୁ ୧୩ଟି ମ୍ୟାଚ ଖେଳିଛନ୍ତି। ରଶ୍ମିତା,ଲିଲିମା ଓ ନମିତା ଟୋକିଓ ଅଲିମ୍ପିକ୍‌ସ ଦଳରେ ସ୍ଥାନ ପାଇବା ନେଇ ଦାବିଦାର ଥିଲେ ମଧ୍ୟ ଏମାନଙ୍କୁ ଉପେକ୍ଷା କରାଯାଇଛି।

ଓଡ଼ିଶା ହକି ଖେଳାଳିଙ୍କ ଉତ୍ତମ ପ୍ରଦର୍ଶନ ଥିବା ସତ୍ତ୍ବେ ହକି ଇଣ୍ଡିଆ ଉପେକ୍ଷା କରୁଛି। ହକି ଇଣ୍ଡିଆ ହକି ଓଡ଼ିଶାକୁ ପରିଚାଳନା କରିବା ନେଇ ଆଡ୍‌ ହକ୍‌ କମିଟି ଗଠନ କରିବା, ଏହାର ଅଧ୍ୟକ୍ଷ ଭାବେ ବାହାର ରାଜ୍ୟର ବ୍ୟକ୍ତିଙ୍କୁ ନିଯୁକ୍ତି କରିବା ସହ ୨୦୨୦ରେ ଜାତୀୟ ସିନିୟର ହକି ପ୍ରତିଯୋଗିତାରେ ଓଡ଼ିଶା ପୁରୁଷ ଓ ମହିଳା ଖେଳାଳିଙ୍କୁ ଭାଗନେବାର ଅନୁମତି ନଦେବା ଭଳି ଘଟଣା ମଧ୍ୟ ସୃଷ୍ଟି ହୋଇଥିଲା। ୨୦୨୦ରେ ଜାତୀୟ କ୍ରୀଡ଼ା ପୁରସ୍କାର ଲାଗି ହକି ଇଣ୍ଡିଆ କୌଣସି ଜଣେ ହେଲେ ଓଡ଼ିଶା ଖେଳାଳିଙ୍କ ନାମ ମଧ୍ୟ ସୁପାରିସ କରିନଥିଲା । ଓଡ଼ିଶା ସରକାର ହକିର ବିକାଶ ପାଇଁ କୋଟିକୋଟି ଟଙ୍କା ବ୍ୟୟକରି ଭିତ୍ତିଭୂମି ସୃଷ୍ଟିକରୁଛି। ବିଶ୍ବକପ୍‌ ପରେ ବିଶ୍ବକପ ଆୟୋଜନ ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚଳାଇଛି। ଓଡ଼ିଶା ସରକାର ୫ ବର୍ଷ ପାଇଁ ଭାରତୀୟ ସିନିୟର ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ମଧ୍ୟ ରହିଛନ୍ତି। କିନ୍ତୁ ହକି ଇଣ୍ଡିଆ ଓଡ଼ିଶା ଖେଳାଳିଙ୍କ ଦକ୍ଷତା ଥାଇ ମଧ୍ୟ ଉପେକ୍ଷା କରିଚାଲିଛି। ଏଥିପାଇଁ କେହି ମୁହଁ ଖୋଲିବାକୁ ନାହାନ୍ତି। ଏବେ ହକି ଓଡ଼ିଶାର ନା ଓଡ଼ିଶା ସରକାରଙ୍କର; ତାହାକୁ ନେଇ ପ୍ରଶ୍ନ ଉଙ୍କିମାରିଛି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories