www.samajalive.in
Saturday, December 6, 2025
16.1 C
Bhubaneswar

ନୂଆ ମହାକାଶ କେନ୍ଦ୍ରକୁ ଗଲେ ଚୀନର ପ୍ରଥମ ତିନି ମହାକାଶଚାରୀ

ବେଜିଂ: ମହାକାଶରେ ଚୀନ ଅବସ୍ଥାପିତ କରିଥିବା ନୂଆ ମହାକାଶକେନ୍ଦ୍ର ଅଭିମୁଖେ ଦେଶର ପ୍ରଥମ ମହାକାଶଚାରୀ ଦଳ ଯାତ୍ରା କରିଛନ୍ତି। ଏହି ଦଳରେ ତିନିଜଣ ସଦସ୍ୟ ରହିଛନ୍ତି। ସେମାଙ୍କୁ ନେଇ ଚୀନର ଲଙ୍ଗ ମାର୍ଚ୍ଚ-୨ଏଫ ରକେଟ ତିଆଙ୍ଗଙ୍ଗ୍‍ ମହାକାଶ କେନ୍ଦ୍ରରୁ ଗୁରୁବାର ଯାତ୍ରା କରିଛି। ଏହି ମହାକାଶଚାରୀମାନ ମହାକାଶରେ ତିନିମାସ ଅବସ୍ଥାନ କରିବେ। ଚୀନର ଦକ୍ଷିଣ ପଶ୍ଚିମ ଗୋବି ମରୁଭୂମିରେ ଥିବା କେନ୍ଦ୍ରରୁ ଗୁରୁବାର ସ୍ଥାନୀୟ ସମୟ ସକାଳ ୯.୨୨ରେ ମହାକାଶଯାନର ଉତକ୍ଷେପଣ କରାଯାଇଥିଲା। ପ୍ରାୟ ୧୦ ମିନିଟ ମଧ୍ୟରେ ଏହା ନିଜର କକ୍ଷପଥରେ ପହଞ୍ଚିବା ପରେ ରକେଟଟି ମହାକାଶଯାନରୁ ପୃଥକ ହୋଇଯାଇଥିଲା। ଚୀନର ସରକାରୀ ପ୍ରସାରଣକାରୀ ସଂସ୍ଥା ସିସିଟିଭି ପକ୍ଷରୁ ଏହାର ସିଧା ପ୍ରସାରଣ କରାଯାଇଥିଲା। ଏଥିସହିତ ମହାକାଶଯାନ ମଧ୍ୟରୁ ଏହା ପ୍ରସାରଣ କରିଥିବା ଦୃଶ୍ୟରେ ତିନି ମହାକାଶଚାରୀ ସେମାନଙ୍କ ହେଲମେଟ ଭାଇଜର ଉପରକୁ ଉଠାଇ ହସୁଥିବା କ୍ୟାମେରା ଆଡକୁ ଚାହିଁ ହାତ ହଲାଉଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ମହାକାଶଯାନ ବାହାରେ ଲାଗିଥିବା କ୍ୟାମେରା ସେଠାରୁ ପୃଥିବୀର ଚିତ୍ର ଉତ୍ତୋଳନ କରୁଥିଲା।

ବେଜିଂ ଏରୋସ୍ପେଶ କଂଟ୍ରୋଲ ସେଣ୍ଟର ସୂତ୍ର ଅନୁଯାୟୀ ଲଙ୍ଗ ମାର୍ଚ୍ଚ-୨ଏଫ ରକେଟ ନିଜ ସହିତ ଶେନଝୁ-୧୨ ମହାକାଶଯାନକୁ ନେଇ ଯାଇଥିଲା। ମହାକାଶ ଯାନଟି ରକେଟରୁ ଅଲଗା ହେବାପର ସେଥିରେ ଲାଗିଥିବା ସୋଲାର ପାନେଲଗୁଡିକ ସଫଳତାର ସହିତ ଖୋଲିଥିଲା। ଏହି ତିନିଜଣିଆ ମହାକାଶଚାରୀ ଦଳର ନେତୃତ୍ୱ ନେଉଥିବା ମିଶନ କମାଣ୍ଡର ହେଉଛନ୍ତି ନି ହାଇଶେଙ୍ଗ। ସେ ପୂର୍ବରୁ ଦୁଇଟି ମହାକାଶ ଅଭିଯାନରେ ସାମିଲ ହୋଇସାରିଛନ୍ତି ଏବଂ ପିପୁଲ୍ସ ଲିବରେସନ ଆର୍ମିରେ ଜଣେ ଏୟାର ଫୋର୍ସ ପାଇଲଟ ଭାବରେ କାର୍ଯ୍ୟରତ। ଦଳର ଅନ୍ୟ ଦୁଇ ସଦସ୍ୟ ଦେଶର ସୈନ୍ୟବାହିନୀରେ କାର୍ଯ୍ୟ କରୁଥିବା ଜଣାଯାଇଛି। ସୂଚନାଯୋଗ୍ୟ ଯେ ପାଞ୍ଚବଷ ମଧ୍ୟରେ ଏହା ଚୀନର ପ୍ରଥମ ମହାକାଶଚାରୀ ଥିବା ଅଭିଯାନ ହୋଇଛି। ବେଜିଂ ଶାସକ କମ୍ୟୁନିଷ୍ଟ ପାର୍ଟିର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ଜୁଲାଇ ୧ ତାରିଖରେ ପାଳନ କରିବାକୁ ଯୋଜନା କରିଥିବାବେଳେ ଏହି ଅଭିଯାନ ଚୀନ ପାଇଁ ସମ୍ମାନଜନକ ବିଷୟ ହୋଇଛି। ଏହି ମହାକାଶଚାରୀମାନେ ମହାକାଶ ଅଭିଯାନରେ ଯିବା ପୂର୍ବରୁ ୬ହଜାର ଘଣ୍ଟା ପୂର୍ଣ୍ଣ ତାଲିମ ନେଇଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories