www.samajalive.in
Saturday, December 13, 2025
27.1 C
Bhubaneswar

ୟୁରୋ କପ୍ ଫୁଟ୍‌ବଲ: ରୁଷିଆ, ୱେଲ୍‌ସ ଓ ଫ୍ରାନ୍ସ ବିଜୟୀ

ସେଣ୍ଟ ପିଟର୍ସବର୍ଗ (ରୁଷିଆ)/ବାକୁ/ମ୍ୟୁନିକ୍‌: ଚଳିତ ୟୁରୋ କପ୍ ଫୁଟ୍‌ବଲରେ ବୁଧବାର ଗ୍ରୁପ୍ ‘ବି’ର ୨ୟ ରାଉଣ୍ଡର ଏକ ମ୍ୟାଚରେ ଫିନ୍‌ଲାଣ୍ଡକୁ ୧-୦ ଗୋଲ୍‌ରେ ହରାଇ ରୁଷିଆ ଟୁର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ରୁଷିଆର ଆଲେକ୍ସି ମାରାଞ୍ଚୁକ୍ ବିଜୟସୂଚକ ଗୋଲ୍‌ ଦେଇଥିଲେ। ୨ୟ ମ୍ୟାଚ୍‌ରେ ପ୍ରଥମ ପରାଜୟ ଭୋଗିଛି ଫିନ୍‌ଲାଣ୍ଡ। ଖେଳର ୫ମ ମିନିଟରେ ବଲ୍ ରୁଷିଆର ଗୋଲ୍‌ପୋଷ୍ଟ ଭେଦ କରିଥିଲା।

ଅନ୍ୟପକ୍ଷରେ ଗ୍ରୁପ୍ ‘ଏ’ର ୨ୟ ରାଉଣ୍ଡର ଏକ ମ୍ୟାଚରେ ତୁର୍କୀକୁ ୨-୦ ଗୋଲ୍‌ରେ ୱେଲ୍‌ସ ପରାସ୍ତ କରିଛି। ଉଭୟ ହାଫ୍‌ରେ ୱେଲ୍‌ସ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା। ଫଳରେ ୨ଟି ମ୍ୟାଚ୍‌ରୁ ୪ ପଏଣ୍ଟ ପାଇ ନକ୍‌ଆଉଟ ଆଶା ବଜାୟ ରଖିଛି ୱେଲ୍‌ସ। ତୁର୍କୀ କିନ୍ତୁ ଉଭୟ ମ୍ୟାଚ୍‌ରେ ପରାସ୍ତ ହୋଇଛି। ସେହିପରି ୟୁରୋ କପ୍‌ ଫୁଟବଲର ଅନ୍ୟତମ ଟାଇଟଲ ଦାବିଦାର ତଥା ବିଶ୍ବ ଚମ୍ପିଆନ୍ ଫ୍ରାନ୍‌ସ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ମଙ୍ଗଳବାର ରାତିରେ ଖେଳା ଯାଇଥିବା ଗ୍ରୁପ୍‌ ‘ଏଫ୍‌’ର ଲିଗ୍‌ ମ୍ୟାଚରେ ଜର୍ମାନୀ ଆତ୍ମଘାତୀ ଗୋଲ ବଳରେ ୧-୦ ଗୋଲ୍‌ରେ ଫ୍ରାନ୍‌ସ ନିକଟରୁ ପରାସ୍ତ ହୋଇଛି। ଏହି ବିଜୟ ସହ ଫ୍ରାନ୍‌ସ ପଏଣ୍ଟ ଖାତା ଖୋଲିପାରିଛି। ମ୍ୟାଚ୍‌ରେ ଫ୍ରାନ୍‌ସ ପ୍ରାଧାନ୍ୟ ବିସ୍ତାରକରି ଖେଳିଥିଲା। ତେବେ ଏହାର କୌଣସି ଖେଳାଳି ୯୦ ମିନିଟରେ ଗୋଲ୍‌ ଦେଇନପାରିବା ଫ୍ରାନ୍‌ସ ପାଇଁ ଚିନ୍ତାର ବିଷୟ ପାଲଟିଛି।

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories