www.samajalive.in
Saturday, December 6, 2025
16.1 C
Bhubaneswar

ଗାଜା ଅଞ୍ଚଳରେ ଇସ୍ରାଏଲର ସାନି ଆକ୍ରମଣ

ଜେରୁଜେଲମ: ଗତ ମାସରେ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ୧୧ ଦିନ ଧରି ଚାଲିଥିବା ଲଢେଇରେ ଅନ୍ତ ଘଟାଇବାକୁ ରାଜିନାମା ହେବାବରେ ବୁଧବାର ଇସ୍ରାଏଲ ପୁନର୍ବାର ଆକ୍ରମଣ କରିଛି। ଗାଜା ଅଞ୍ଚଳ ଉପରେ ଇସ୍ରାଏଲ ସୈନ୍ୟମାନେ କ୍ଷେପଣାସ୍ତ୍ର ଆକ୍ରମଣ କରିଛନ୍ତି। ଗାଜା ଅଞ୍ଚଳରେ ରହୁଥିବା ପାଲେଷ୍ଟିନୀୟମାନେ ଇସ୍ରାଏଲର ଦକ୍ଷିଣ ଭାଗକୁ ବିସ୍ଫୋରକ ଭର୍ତ୍ତି ଥିବା ବେଲୁନ ଛାଡିବା ପରେ ତାହାର ଜବାବରେ ଇସ୍ରାଏଲ ସୈନ୍ୟମାନେ ଗାଜା ଉପରେ ଆକାଶ ମାର୍ଗରୁ ଆକ୍ରମଣ କରିଛନ୍ତି। ଇସ୍ରାଏଲରେ ନୂଆ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପେରେ ଏଭଳି ଆକ୍ରମଣ ପୁଣି ଉକ୍ତ ଅଞ୍ଚଳରେ ଉତ୍ତେଜନାର କାରଣ ହୋଇଛି।
ଖବର ସରବରାହ ସଂସ୍ଥା ଅଲ୍‍ ଜଜିରା ପକ୍ଷରୁ କୁହାଯାଇଛି ଯେ ଇସ୍ରାଏଲି ସୈନ୍ୟମାନେ ଗାଜାରେ ଥିବା ହାମାସ ଆତଙ୍କିଙ୍କ ସ୍ଥଳକୁ ଲକ୍ଷ୍ୟକରି ଆକ୍ରମଣ କରିଛନ୍ତି। ସମସ୍ତ ପ୍ରକାର ପରିସ୍ଥିତି ପାଇଁ ଇସ୍ରାଏଲି ସେନା ପ୍ରସ୍ତୁତ ରହିଥିବା କହିଛନ୍ତି। ଇସ୍ରାଏଲ ସେନା ମୁଖପାତ୍ର କହିଛନ୍ତି ଯେ ଗାଜା ପଟୁ ଇସ୍ରାଏଲ ମଧ୍ୟକୁ ବିସ୍ଫୋରକ ଭର୍ତ୍ତି ବେଲୁନ ଛଡାଯିବା ପରେ ଇସ୍ରାଏଲ ପକ୍ଷରୁ ଏଭଳି ଜବାବ ଦିଆଯାଇଛି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories