www.samajalive.in
Monday, December 15, 2025
26.1 C
Bhubaneswar

କରୋନାରେ ଆଖି ବୁଜିଲେ ଆଉ ଜଣେ ଶିକ୍ଷକ

କଣ୍ଟାମାଳ : ବୌଦ୍ଧ ଜିଲ୍ଲାରେ କରୋନାରେ ଜଣେ ପରେ ଜଣେ ଶିକ୍ଷକ ଆଖି ବୁଜି ଚାଲିଥିବା ବେଳେ ଗତକାଲି ଆଉ ଜଣେ ଶିକ୍ଷକ ମଧ୍ୟ ମୃତ୍ୟୁ ମୁଖରେ ପଡିଥିବା ଜଣାଯାଇଛି। ପ୍ରକାଶ ଯେ କଣ୍ଟାମାଳ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ନାରାୟଣ ପ୍ରସାଦ କ୍ଟଷ୍ଟରର ସିଆରସିସି ଉମେଶ କହଁର ଗତ ୪ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ବୌଦ୍ଧ କୋଭିଡ ହସପିଟାଲରେ ଭର୍ତ୍ତୀ ହୋଇଥିଲେ। ତାଙ୍କରି ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୂବନେଶ୍ୱରର ଏକ ଘରୋଇ ହସପିଟାଲରେ ଭେଣ୍ଟିଲେଟରରେ ଚିକିତ୍ସା କରାଯାଉଥିଲା। ଇତି ମଧ୍ୟରେ ଡାକ୍ତର ତାଙ୍କରି ଇକମୋ ଚିକିତ୍ସା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ ଓ ଆର୍ଥୀକ ସହାୟତା ପାଇଁ ତାଙ୍କ ପତ୍ନୀ ସାମାଜିକ ଗଣମାଧ୍ୟମ ଓ ଖବରକାଗଜ ମାଧ୍ୟମରେ ସହାୟତା ପାଇଁ ଅନୁରୋଧ ମଧ୍ୟ କରିଥିଲେ। ଡାକ୍ତର ମାନଙ୍କ ଚେଷ୍ଟା ସତ୍ତେ୍ୱ ଗତକାଲି ସନ୍ଧ୍ୟାରେ ତାଙ୍କରି ମୃତ୍ୟୁ ହୋଇଥିବା ପରିବାରସୂତ୍ରରୁ ପ୍ରକାଶ। ତାଙ୍କରି ପରିବାରରେ ବିଧବା ପତ୍ନୀଙ୍କ ସହ ଗୋଟିଏ ଛୋଟ ଝିଅ ଓ ପୁଅ ଅଛନ୍ତି। ସ୍ୱର୍ଗତ କହଁରଙ୍କ ମୃତ୍ୟୁରେ ଶିକ୍ଷକ ତଥା କଣ୍ଟାମାଳ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁରେ ଗୋଷ୍ଠୀ ଶିକ୍ଷା କେନ୍ଦ୍ରର ଫାଲଗୁନୀ ମାଝୀ, ସିଆରସିସି ସତ୍ୟନାରାୟଣ ରଣା, ମଦନ ବେହେରା, ଆନନ୍ଦ କୁମାର ପରମଗୁରୁ, ନିରାକର ସାହୁ, ଯୁଧଷ୍ଠିର କହଁର, ଶଶୀଭୂଷଣ ଭୋଇ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି। ସ୍ୱର୍ଗତ କହଁରଙ୍କ ପରିବାରର ଦୁରବସ୍ଥା ଆଦୌ ସ୍ୱଚ୍ଛଳ ନଥିବାରୁ ପତ୍ନୀଙ୍କୁ ଅଗ୍ରାଧିକାର ଭିତ୍ତିରେ ସରକାରୀ ସ୍ତରରେ ଥଇଥାନ କରିବାକୁ ଦାବୀ ହେଉଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories