www.samajalive.in
Friday, December 12, 2025
16.1 C
Bhubaneswar

କେନ୍ଦ୍ରଙ୍କୁ ଅନୁରୋଧ, ରାଜ୍ୟକୁ ମିଳୁ ଘରୋଇ ଡାକ୍ତରଖାନାର ୨୦ ଭାଗ ଟିକା

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କିଭଳି ତ୍ୱରିତ ଟିକାକରଣ କରାଯାଇ କରୋନା ମହାମାରୀ କବଳରୁ ରକ୍ଷା କରାଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣିଥରେ ଉଦ୍ୟମ ଆରମ୍ଭ ହୋଇଛି। ଅନ୍ୟସବୁ ରାଜ୍ୟରେ ବହୁତ ଘରୋଇ ଡାକ୍ତରଖାନା ରହିଛି ଏବଂ ଲୋକେ ଅଧିକ ଅର୍ଥ ଦେଇ ଟିକା କିଣିବା ପାଇଁ ଆଗ୍ରହୀ ରହିଛନ୍ତି। ତେଣୁ ସେହିସବୁ ରାଜ୍ୟରେ ଘରୋଇ ଡାକ୍ତରଖାନା ଗୁଡ଼ିକ ୨୫ ପ୍ରତିଶତ ଟିକା ସିଧାସଳଖ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ କିଣି ଲୋକଙ୍କୁ ବିକି ପାରିବେ। ହେଲେ ଓଡ଼ିଶାରେ ସମୁଦାୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ମାତ୍ର ୫ ପ୍ରତିଶତ ଘରୋଇ ଡାକ୍ତରଖାନା ଟିକା ସଂଗ୍ରହ ଅପେକ୍ଷାରେ ରହିଛନ୍ତି। ତେଣୁ ଭାରତ ସରକାରଙ୍କ ଜୁନ୍‍ ୮ତାରିଖ ନିର୍ଦେଶନାମା ଅନୁଯାୟୀ ଓଡ଼ିଶାର ମାତ୍ର ୪ଟି ଘରୋଇ ଚିକିତ୍ସାଳୟ ଏତେ ସଂଖ୍ୟକ ଟିକା କିଣି ପାରିବେ ନାହିଁ। ଅଯଥାରେ ଓଡ଼ିଶାର ଟିକା ଅନ୍ୟ ରାଜ୍ୟ ନେଇଯିବେ। ଫଳରେ ଓଡ଼ିଶାବାସୀଙ୍କୁ ଅଧିକ ସମୟ ପର୍ଯ୍ୟନ୍ତ ଟିକା ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ଚିକିତ୍ସାଳୟର ୨୦ ପ୍ରତିଶତ ଭାଗ ଟିକା କିଣିବାକୁ ପ୍ରସ୍ତୁତ ରହିଛନ୍ତି। ତେଣୁ ଉକ୍ତ ଟିକାର ଅନୁପାତକୁ ୯୫:୫ ପ୍ରତିଶତରେ ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପତ୍ର ଲେଖି ଅନୁରୋଧ କରିଛନ୍ତି।

ଶ୍ରୀ ମହାପାତ୍ର ଦର୍ଶାଇଛନ୍ତି ଯେ ଭାରତ ସରକାରଙ୍କ ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ଆସନ୍ତା ୨୧ରୁ ଟିକାକରଣ କରାଯିବ। ଏଥିରେ ଭାରତ ସରକାରଙ୍କ ସର୍ତ୍ତ ରହିଛି ଯେ ଭାରତ ସରକାର ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ୭୫ ପ୍ରତିଶତ ଟିକା କିଣିବେ ଏବଂ ଅବଶିଷ୍ଟ ୨୫ ପ୍ରତିଶତ ଟିକା ସମ୍ପୃକ୍ତ ରାଜ୍ୟର ଘରୋଇ ଡାକ୍ତରଖାନା ଓ କର୍ପୋରେଟ ସଂସ୍ଥା ଚାହିଁଲେ କିଣିପାରିବେ। ଏହି ଦୃଷ୍ଟିରୁ ରାଜ୍ୟର ମାତ୍ର ୪ଟି ଘରୋଇ ହସ୍ପିଟାଲ ଟିକା କିଣିବା ଲାଗି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଉକ୍ତ ହସ୍ପିଟାଲ ଗୁଡ଼ିକ ଅତି ବେଶୀରେ ୫ପ୍ରତିଶତ ଟିକା ସଂଗ୍ରହ କରିବେ। ଅବଶିଷ୍ଟ ୨୦ ପ୍ରତିଶତ ଟିକା ଯାହାକି ରାଜ୍ୟର ପାଇବାକୁ ହକ୍‍ ସେଥିରୁ ସେ ବଞ୍ଚିତ ହେବ। ତେଣୁ କେନ୍ଦ୍ର ସରକାର ଯେଉଁ ୭୫:୨୫ ଅନୁପାତ ସ୍ଥିର କରିଛନ୍ତି ତାହାକୁ ଓଡ଼ିଶା କ୍ଷେତ୍ରରେ ୯୫:୫ ପ୍ରତିଶତ କରାଯାଉ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories