www.samajalive.in
Sunday, December 14, 2025
15.1 C
Bhubaneswar

ଜାଣନ୍ତୁ ଏହି ହୋଟେଲର କ’ଣ ରହିଛି ସ୍ୱତନ୍ତ୍ରତା

ହୋଟେଲର ନାମ ଡ଼ୋଲସେ ହନୋଈ ଗୋଲ୍ଡେନ ଲେକ ( Dolce Hanoi Golden Lake)। ଏହି ହୋଟେଲର ମୁଖ୍ୟଦରଜା ଠାରୁ ନେଇ କଫି କପ ସବୁକିଛି ସୁନାର। ଏହା ଏକ ଫାଇବ୍ ଷ୍ଟାର ହୋଟେଲ ଯାହା ୨୫ ମହାଲାର ଅଟେ। ଏହି ହୋଟେଲରେ ୪୦୦ କକ୍ଷ ରହିଛି। ହୋଟେଲର ବାହାର ଦରଜାରେ ପ୍ରାୟ ୫୪ ହଜାର ବର୍ଗ ଫୁଟ ( ଗୋଲ୍ଡ ପ୍ଲେଟେଡ଼)ର ଅର୍ଥାତ ସୁନା ଆସ୍ତରଣର ଟାଇଲ୍ସ ବ୍ୟବହାର ହୋଇଛି। ଦୁନିଆର ପ୍ରଥମ ସୁନାର ହୋଟେଲ ଭିଏତନାମର ରାଜଧାନୀ ହନୋଈରେ ତିଆରି ହୋଇଛି।ଏଠାକାର ଦରଜା,କପ, ଟେବୁଲ, ଝରକା, ନଳ, ସ୍ନାନକକ୍ଷ, ଭୋଜନ ପାଇଁ ବ୍ୟବହୃତ ବାସନ ସବୁକିଛି ସୁନାର। ଗତ ବର୍ଷ ଜୁଲାଇ ୨ରେ ଅର୍ଥାତ ଗୁରୁବାର ଏହି ହୋଟେଲର ଶୁଭାରମ୍ଭ ହୋଇଛି।
ହୋଟେଲର କର୍ମଚାରୀଙ୍କ ପୋଷାକ ଲାଲ ଓ ସୁନେଲି ରଙ୍ଗର। ହୋଟେଲରେ ଆସବାବପତ୍ର ଓ ସାଜସଜ୍ଜାରେ ମଧ୍ୟ ସୁନାର କାରିଗରୀ ବ୍ୟବହାର ହୋଇଛି। ଯେପରି ସମ୍ପୂର୍ଣ୍ଣ ହୋଟେଲଟି ସୁନାର ବୋଲି ଜଣାପଡ଼ିବ।
ସ୍ନାନ କକ୍ଷରେ ମଧ୍ୟ ସେଭଳି ବାଥ ଟବ୍ , ସିଙ୍କ, ଶାୱାର ମଧ୍ୟ ସୁନାର।
ଶୟନ କକ୍ଷରେ ଫର୍ନିଚର ଓ ସାଜସଜ୍ଜା ଜିନିଷ ମଧ୍ୟ ସୁନା ଆସ୍ତରଣ ( ଗୋଲ୍ଡ ପ୍ଲେଟେଡ଼)ର ।
ଛାତରେ ସୁମିଙ୍ଗ ପୁଲର ବ୍ୟବସ୍ଥା ହୋଇଥିବା ବେଳେ ଏଠାରୁ ହନୋଈ ସହରର ସୌନ୍ଦର୍ୟ୍ୟ ଦେଖାଦେଇଥାଏ। ଛାତର କାନ୍ଥ ଗୁଡ଼ିକ ମଧ୍ୟ ( ଗୋଲ୍ଡ ପ୍ଲେଟେଡ଼)ଇଟାର ବ୍ୟବହାର ହୋଇଛି ।
ପ୍ରଥମ ଦିନ ହିଁ ଅତିଥିମାନେ ନିଜର ରୁଚି ପ୍ରଦର୍ଶନ କରିଛନ୍ତି। ସୁନାର ଆସ୍ତରଣ କାନ୍ଥରେ ଲୋକେ ଆନନ୍ଦର ସହ ଫଟୋ ଉଠାଉଛନ୍ତି।
ଏହି ହୋଟେଲର ନିର୍ମାଣ ୨୦୦୯ ମସିହାରେ ଆରମ୍ଭ ହୋଇଥିଲା। ହୋଟେଲର ଉପରି ଭାଗରେ ଘର ମଧ୍ୟ ହୋଇଛି, ଯାହାର ଆବଶ୍ୟକ ସେ ନିଜ ପାଇଁ ନେଇପାରିବେ।
ଏହି ହୋଟେଲକୁ ଦକ୍ଷିଣ-ପୂର୍ବ ଏସିଆର ସବୁଠାରୁ ଦାମୀ ହୋଟେଲର ଆଖ୍ୟା ଦିଆଯାଇଛି।
ଏପରି କୁହାଯାଏ, ସୁନା ମାନସିକ ଦୁଶ୍ଚିତାକୁ ଦୂର କରିବାରେ ସହାୟକ ହୋଇଥାଏ। ଏହି କାରଣରୁ ଏହି ହୋଟେଲ ତିଆରି କରିବାରେ ଏତେ ପରିମାଣରେ ସୁନାର ବ୍ୟବହାର ହୋଇଛି। ଏଠାରେ ୬ ପ୍ରକାରର କକ୍ଷ ରହିଛି।
ଡ଼ବଲ ବେଡ଼ରୁମରେ ଏକ ରାତି ପାଇଁ ଭଡ଼ା ପ୍ରାୟ ୭୫ ହଜାର। ଏହାସହ ଅନ୍ୟ କକ୍ଷମାନଙ୍କ ଭଡ଼ା ପାଖାପାଖି ୨୦ ହଜାରରୁ ଆରମ୍ଭ ହୋଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories