ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ରେଙ୍ଗାଲିକ୍ୟାମ୍ପ ସ୍ଥିତ କେନାଲ ସବଡିଭିଜନର କନିଷ୍ଠ ଯନ୍ତ୍ରୀ ବୁଧୁରାମ ସିଂ ଦୀର୍ଘ ୧୩ ବର୍ଷ ଧରି ଏଠାରେ କାର୍ଯ୍ୟ କରିଆସୁଥିଲେ। କିଛି ଦିନ ତଳେ ସେ କରୋନlରେ ଆକ୍ରାନ୍ତ ହୋଇ ବୁର୍ଲା ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ନିଜ ସରକାରୀ ବାସଭବନକୁ ଫେରିଥିଲେ। କିନ୍ତୁ ପୁଣି ତାଙ୍କର ଦେହ ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ତାଙ୍କର ଅକ୍ସିଜେନ୍ ସ୍ତର କମିଯାଇଥିଲା। ତେଣୁ ପୁଣି ତାଙ୍କୁ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଠିକ୍ ଭାବରେ ଚିକିତ୍ସା ହୋଇ ନଥିବା ଜଣାପଡ଼ିଛି। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାର ରଙ୍ଗାମଟିଆରୁ ପରିବାର ବର୍ଗ ଆସି ତାଙ୍କର ଶରୀରକୁ ନେଇଥିଲେ ଓ ସେଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ୭ ବର୍ଷର ବଡ ପୁଅ ଶିବାଶିଷ ମୁଖାଗ୍ନି ଦେଇଥିଲେ।
ତାଙ୍କ ଆତ୍ମାର ସଦଗତି ନିମନ୍ତେ କେନାଲ ବିଭାଗ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ବିଭାଗୀୟ ଏସଡିଓ ରବୀନ୍ଦ୍ର ସେଠ, ସହକାରୀ ଯନ୍ତ୍ରୀ ସୁକାନ୍ତ ନାଏକ, ଦିବ୍ୟ କିଶୋର୍ କଉର, ରାଜକିଶୋର ମୁର୍ମୁ, ପ୍ରମୋଦ କୁମାର ବେହେରା, କର୍ମଚାରୀ କୈଳାଶ ଗଉଡ, ଗୌରହରି ମିଶ୍ର, ଅଭିରାମ ପ୍ରଧାନ ଓ କାହୁଁ ମହାନ୍ତି ପ୍ରମୁଖ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି।



