www.samajalive.in
Monday, December 8, 2025
16.1 C
Bhubaneswar

ରଜ ମଉଜ ଫିକା: ବଡ଼ ପରଦାରେ ତାଲା, ଛୋଟ ପରଦା ଭରସା

ସାରନଗରୀ : ଓଡ଼ିଶାର ଗଣପର୍ବ ରଜ ପର୍ବ ପ୍ରାୟ ନିକଟତର । ଦିନକପରେ ଧରାପୃଷ୍ଠ ଆଗମନ କରୁଛି ସଜବାଜ। ପୁରପଲୀଠାରୁ ଆରମ୍ଭ କରି ଗାଁଗଣ୍ଡା ଓ ସହରର କୋଣ ଅନୁକୋଣରେ ପାଳିତ ହୋଇଥାଏ ରଜ ପର୍ବ। ସଜବାଜଠାରୁ ଆରମ୍ଭ କରି ରଜ ସଂକ୍ରାନ୍ତି ପ୍ରାୟ ୩ ଦିନ ଧରି ଏହି ପର୍ବରେ ମସଗୁଲ ହୋଇ ଉଠିଥାନ୍ତି ଆବାଳ ବୃଦ୍ଧ ବନିତା । ବିଶେଷ କରି କୁଆଁରୀ କନ୍ୟାମାନଙ୍କ ପାଇଁ ରଜ ପର୍ବ ନୂତନ ଉନ୍ମାଦନା ଆଣି ଦେଇଥାଏ । ଗତବର୍ଷ କରୋନା ମହାମାରୀ ରଜପର୍ବକୁ ଧୋଇ ଦେଇଥିବା ବେଳେ, ଚଳିତ ବର୍ଷ ମଧ୍ୟ ସେହି ସମାନ ସ୍ଥିତି । କରୋନାର ଦ୍ୱିତୀୟ ଳହର ସମସ୍ତଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି । ଲୋକେ ବାହାରକୁ ନଯାଇ ଘରେ ରଜ ପାଳନ କରିବାକୁ ପ୍ରାୟତଃ ସ୍ଥିର କରି ନେଇଛନ୍ତି । ସେହିପରି ଅନେକ ଶିକ୍ଷିତ ଯୁବକ, ଯୁବତୀ ଅନଲାଇନର ସାହାରା ନେଇ ଫେସବୁକ, ହ୍ୱାଟସ୍‌ଆପ, ଟ୍ୱିଟର ମାଧ୍ୟମରେ ରଜ ପର୍ବ ପାଳିବାକୁ ମନସ୍ଥ କରି ସାରିଲେଣି । ରଜ ପର୍ବରେ ମଣ୍ଡା, ଆରିସା ପିଠା ତଥା ରଜ ପାନର ସ୍ୱତନ୍ତ୍ର ଚାହିଦା ରହିବା ଦେଖିବାକୁ ମିଳେ । ଏହା ବ୍ୟତିତ ରଜ ପାଖେଇ ଆସିଲେ ଓଡ଼ିଆ ସିନେମାର ଚାହିଦା ଓଡ଼ିଆ ପରିବାରରେ ବହୁଗୁଣେ ବୃଦ୍ଧି ପାଇଥାଏ । ରଜରେ ଏକାଧିକ ଓଡ଼ିଆ ଚଳଚିତ୍ର ପ୍ରେକ୍ଷାଳୟ ମାନଙ୍କରେ ମୁକ୍ତିଲାଭ କରେ । ମାତ୍ର ଚଳିତ ବର୍ଷ ରଜ କୋଭିଡ଼ କଟକଣାରେ ପାଳନ କରାଯିବ । କରୋନା ମହମାରୀକୁ ଦୃଷ୍ଟିରେ ରଖି ସମସ୍ତ ପ୍ରେକ୍ଷାଳୟ(ସିନେମା ହଲ)ର ବଡ ପରଦାରେ ଝୁଲୁଛି ତାଲା। ବଡ଼ ପରଦା ଏକ ପ୍ରକାର ନିସ୍ତବ୍ଧ ହୋଇ ପଡ଼ିଥିବା ବେଳେ, ଏବେ ଖାଲି ଛୋଟ ପରଦା(ଟେଲିଭିଜନ) ହିଁ ମନୋରଂଜନର ଖୋରାକ ଯୋଗାଇବାକୁ ଏକ ମାତ୍ର ସାହାଭରସା। ଚଳିତ ବର୍ଷ ତାଲାବନ୍ଦ ସମୟରେ ରଜ ପର୍ବ ପାଳନ କରାଯିବ । କୋଭିଡ଼ କଟକଣାରେ ଲୋକେ ପାଳିବେ ରଜ।

ଅନ୍ୟପକ୍ଷେ ଗାଁ ଠାରୁ ନେଇ ସହର ଯାଏ ଘରେ ରହି ସମସ୍ତେ ରଜ ମଉଜ ଛୋଟ ପରଦାରେ ବିତାଇବାକୁ ସଜବାଜ ପ୍ରାୟତଃ ଆରମ୍ଭ କରି ଦେଲେଣି । ଅନ୍ୟପକ୍ଷେ ଓଲିଉଡ଼ର କିଛି ପ୍ରଯୋଜକ କମ ବଜେଟର ଓଡ଼ିଆ ସିନେମା ଟେଲିଭିଜନରେ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯୋଜନା ଶେଷ ପର୍ୟ୍ୟାୟରେ ପହଂଚିଲାଣି । ଦୁଇଟି ପ୍ରମୁଖ ଘରୋଇ ମନୋରଂଜନଧର୍ମୀ ଟିଭି ଚ୍ୟାନେଲ ପକ୍ଷରୁ ରଜ ପର୍ବକୁ ଦୃଷ୍ଟିରେ ରଖି ନୂତନ ଓଡ଼ିଆ ସିନେମା ପ୍ରଦର୍ଶନ କରିବାର ଯୋଜନା ରହିଛି । ଏହି ଦୁଇଟି ଘରୋଇ ଚ୍ୟାନେଲ ନିଜ ମଧ୍ୟରେ ପ୍ରତିଯୋଗିତାମୂଳକ ମନୋଭାବ ରଖି ଟେଲିଭିଜନ ପରଦାରେ ଓଡ଼ିଆ ସିନେମା ମୁକ୍ତିଲାଭ କରୁଛନ୍ତି । କେବଳଯେ, ଓଡ଼ିଆ ସିନେମା ନୁହେଁ, ରଜ ଉତ୍ସବକୁ ନେଇ ବିଭିନ୍ନ ରିଅଲଟି ଶୋ, ନାଚ, ସଙ୍ଗୀତଧର୍ମୀ କାର୍ୟ୍ୟକ୍ରମ ଟେଲିଭିଜନ ପରଦାରେ ଦର୍ଶକଙ୍କୁ ରଜରେ ଭରପୁର ଖୋରାକ ଯୋଗାଇବ । ଘରେ କୋଭିଡ଼ କଟକଣାରେ ଲୋକେ ଏ ସମସ୍ତ କାର୍ୟ୍ୟକ୍ରମ ଟେଲିଭିଜନ ପରଦାରେ ଦେଖି ରଜ ମଉଜରେ ମସୁଗୁଲ ହେବେ ବୋଲି ସାରନଗରୀର କର୍ମଜିବୀ ମହିଳା ଦୁଲାରୀ ପଶାୟତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଅପରପକ୍ଷରେ କୋଭିଡ଼ କଟକଣା ଯୋଗୁ ସାରନଗରୀରେ ଥିବା ପାର୍କ ବନ୍ଦ ଥିବା କାରଣରୁ ଲୋକେ ନିଜ ବାଡ଼ି, ଅଗଣାରେ ରଜ ଦୋଳିର ବ୍ୟବସ୍ଥା ଏବେଠାରୁ ବନ୍ଦୋବସ୍ତ କରୁଥିବା ନଜରକୁୁ ଆସିଲାଣି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories