ଚୌଦ୍ୱାର : ଚୌଦ୍ୱାର ନଗର କଂଗ୍ରେସ ତରଫରୁ ପେଟ୍ରୋଲ, ଡିଜେଲ ଓ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧିକୁ ନେଇ ଶୁକ୍ରବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଚୌଦ୍ୱାର ନଗର ସଭାବତି ବିଜୟ କୁମାର ବେହେରାଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ କଳିଙ୍ଗ ଛକସ୍ଥିତ ପେଟ୍ରୋଲ ପମ୍ପ ଠାରେ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ର ସରକାରଙ୍କ ଗରିବ ମାରଣ ନୀତି ବିରୋଧରେ ବିଭିନ୍ନ ନାରାବାଜି କରିଥିଲେ। ପୂର୍ବତନ ନଗର ସଭାପତି ଧୀରେନ୍ଦ୍ର ଚୌଧୁରୀ, ଭ୍ରମରବର ନାୟକ, ବିଜୟ ଦାସ, କୈଳାସ ଚନ୍ଦ୍ର ବରାଳ, ରାଜୀବ ମହାନ୍ତି, କୈଳାସ ସାହାଣୀ, ସୁବାସ ସୁବୁଦ୍ଧିରାୟ, ଦିଲ୍ଲିପ ଭୟାଁଁ, ଅଜୟ ଦାସ, ଅଂଶୁମାନ ପ୍ରଧାନ, ମୋନାଲିସା ଦାସ ,ହରିହର ପରିଡ଼ା, କିଶୋର ସାମଲ, ଶ୍ରୀମନ୍ତ ବେହେରା, ବିଭୁତି ନାଥ ପ୍ରମୁଖ ବିକ୍ଷୋଭରେ ଅଂଶ ଗ୍ରହଣ କରିଥିଲେ।
Popular Categories



