www.samajalive.in
Saturday, December 13, 2025
23.1 C
Bhubaneswar

ଟିକାକରଣ ଅଭିଯାନ : ୨୪.୬୦ କୋଟି ନାଗରିକଙ୍କୁ ଦିଆଗଲାଣି ଟିକା

ନୂଆଦିଲ୍ଲୀ :  ଦେଶରେ ଚାଲିଥିବା ସର୍ବବୃହତ ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି। ବିଭିନ୍ନ ବର୍ଗ ଓ ବୟସର ଲୋକମାନଙ୍କ ମଧ୍ୟରେ ଟିକା ନେବା ପାଇଁ ଆଗ୍ରହ ପ୍ରକାଶ ପାଉଛି। ଏପର୍ଯ୍ୟନ୍ତ ୨୪କୋଟି ୬୦ଲକ୍ଷ ୮୫ ହଜାରରୁ ଅଧିକ ନାଗରିକଙ୍କୁ ଟିକା ଦିଆ ସରିଲାଣି।

ଗୁରୁବାର ଟିକାଦାନର ୧୪୬ତମ ଦିନରେ ୩୨ ଲକ୍ଷ ୭୪ ହଜାର ୬୭୨ ଜଣଙ୍କୁ ଟିକାଦାନ କରାଯାଇଛି। ୧୮ରୁ ୪୪ ବର୍ଷ ବୟସର ୧୮ଲକ୍ଷ ୬୪ ହଜାର ୨୩୨ଜଣଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଥିବା ବେଳେ ୭୭ ହଜାର ୧୩୬ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଦେଶର ୩୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୩ କୋଟି ୬୩ଲକ୍ଷରୁ ଅଧିକ ଏହି ବର୍ଗର ନାଗରିକ ଟିକା ନେଇଛନ୍ତି। ୪ଲକ୍ଷ ୮୪ ହଜାର ୭୭୦ ଜଣ ଉଭୟ ଡୋଜ୍‍ ଟିକା ନେଇସାରିଛନ୍ତି। ବିହାର, ଦିଲ୍ଲୀ, ଗୁଜରାଟ, ହରିଆଣା, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ତେଲଙ୍ଗାନା, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ୧୮ରୁ ୪୪ ବର୍ଷବୟସର ୧୦ଲକ୍ଷରୁ ଅଧିକ ଲେଖାଏଁ ନାଗରିକ ପ୍ରଥମ ଡୋଜ୍‍ କୋଭିଡ ପ୍ରତିଷେଧକ ଟିକା ନେଇସାରିଲେଣି।
ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିରବଚ୍ଛିନ୍ନ ଭାବେ କୋଭିଡ ଟିକା ଯୋଗାଇ ଦେଉଛନ୍ତି। ଏପର୍ଯ୍ୟନ୍ତ ୨୫କୋଟି ୬୦ଲକ୍ଷ ଡୋଜ୍‍ ଟିକା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଯୋଗାଇ ଦିଆଯାଇଛି।

- Advertisement -

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଏପର୍ଯ୍ୟନ୍ତ ୨୪ କୋଟି ୪୪ଲକ୍ଷ ଡୋଜ୍‍ ଟିକା ବ୍ୟବହାର ହୋଇସାରିଛି। ରାଜ୍ୟଗୁଡ଼ିକ ପାଖରେ ବର୍ତ୍ତମାନ ୧କୋଟି ୧୭ଲକ୍ଷ ଡୋଜ୍‍ରୁ ଅଧିକ ଟିକା ମହଜୁଦ ରହିଛି। ମନ୍ତ୍ରଣାଳୟ କହିଛି ଆସନ୍ତା ୩ ଦିନ ମଧ୍ୟରେ ୩୮ଲକ୍ଷ ୨୧ ହଜାର ଟିକା ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯିବ।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories