ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଚଳିତ ମାସ ନାମଲେଖା ପ୍ରକ୍ରିୟା ପାଇଁ ଷ୍ଟିୟରିଂ କମିଟି ଗଠନ କରାଯିବ। ମୁଖ୍ୟତଃ ଏହି କିମିଟି ଗତବର୍ଷ ନାମଲେଖା ସମୟରେ ସୃଷ୍ଟି ହୋଇଥିବା ବିିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା କରିବ। ନାମଲେଖା ପ୍ରକ୍ରିୟା ପାଇଁ ଏକ ପରିଚାଳନା କମିଟି ମଧ୍ୟ ଗଠନ କରାଯିବ। ଗତଥର ପ୍ରତ୍ୟକ୍ଷ (ଅନ୍ଲାଇନ୍)ରେ ଦେୟପୈଠ କରିବାରେ ସମସ୍ୟା ଦେଖା ଦେଇଥିବାରୁ ଏଥର କିଭଳି ଭାବେ ସହଜରେ ଛାତ୍ରଛାତ୍ରୀ ଅନ୍ଲାଇନ୍ରେ ଦେୟପୈଠ କରିପାରିବେ ତାକୁ ନିର୍ଦେଶାଳୟ ପକ୍ଷରୁ ଗୁରୁତ୍ବ ଦିଆଯାଇଛି।
ଏଥର କନିଷ୍ଠ ମହାବିଦ୍ୟାଳୟ ସଂଖ୍ୟା ବଢିବ ନାହିଁ। କିନିଷ୍ଠ ମହାବିଦ୍ୟାଳୟ ସଂଖ୍ୟା ଗତ ବର୍ଷ ୨୦୩୨ ଥିବାବେଳେ ଏଥର କେତେ ରହିବ ସେନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ(ହାଇ ପାୱାର) କମିଟି ନିର୍ଦ୍ଧାରଣ କରିବ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ କରାଯିବ। ଜୁଲାଇ ଦ୍ବିତୀୟ ସପ୍ତାହ ସୁଦ୍ଧା ପ୍ରକ୍ରିୟା ଆରମ୍ଭ କରିବାକୁ ଯୋଜନା କରାଯାଇଥିବା ଜଣାପଡ଼ିଛି।



