www.samajalive.in
Saturday, December 6, 2025
19.1 C
Bhubaneswar

ଚୌଦ୍ୱାରରୁ ନାବଳକ ଉଦ୍ଧାର

ଚୌଦ୍ୱାର: ଘରୁ ଲୁଚିକରି ପଳାଇ ଆସିଥିବା ବିହାରର ଜଣେ ନାବାଳକକୁ ଚୌଦ୍ୱାରରୁ ଉଦ୍ଧାର କରାଯାଇଛି। ନାବାଳକ ଜଣକ ବିହାରର ଶିବିନ୍‍ ଜିଲା ରଘୁନାଥପୁର ଥନା ଅନ୍ତଗତ ରକଲି ଗ୍ରାମର ରାଜ କିଶୋର ଗୁଣ୍ଡୁଙ୍କ ପୁଅ ରୋହନ୍‍ ଗୁଣ୍ଡୁ(୧୫)ବୋଲି ଜଣା ପଡ଼ିଛି। ପ୍ରକାଶଯେ ଜଣେ ଅଣ ଓଡ଼ିଆ ପିଲା ବଜାରରେ ବୁଲୁଥିବା ଦେଖି ସ୍ଥାନୀୟ କିଛି ଯୁବକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେସନ୍‍ର ସଭାପତି ତଥା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍‍ ଟାସ୍କଫୋର୍ସ ସଦସ୍ୟ ନରୋତ୍ତମ ଦାସଙ୍କୁ ଖବର ଦେଇଥିଲେ।ଶ୍ରୀ ଦାସ ପିଲାଟିକୁ ଉଦ୍ଧାର କରି ତାକୁ ଚୌଦ୍ୱାର ଥାନାରେ ପହଞ୍ଚାଇଥିଲେ।ଆଇଆଇସି ବିରଞ୍ଚି ନାରାୟଣ ପତିଙ୍କ ତତ୍ୱାବଧାନରେ ତାର ନମୁନା ପରୀକ୍ଷା କରାଯିବା ପରେ ନମୁନା ନେଗେଟିଭ ଆସିବାରେ ପୋଲିସ୍‍ ତାକୁ ନେଇ କଟକ ସ୍ଥିତ ବସୁନ୍ଧରା ଶିଶୁ ଅନୁଷ୍ଠାନରେ ଛାଡ଼ିଛନ୍ତି। ପୁଲିସ୍‍ ତରଫରୁ ଏସମ୍ପର୍କରେ ଶିଶୁ ସୁରକ୍ଷା କମିଟିକୁ ଜଣାଇ ଦିଆ ଯାଇଛି। ରୋହନ୍‍ ପ୍ରାୟ ଏକ ମାସ ହେବ ବିହାର ସ୍ଥିତ ନିଜଘରୁ ପଳାଇ ଆସି ମଙ୍ଗୁଳିଛକସ୍ଥିତ ଏକ ହୋଟେଲରେ କାର୍ଯ୍ୟକରୁଥିବା ବେଳେ କୌଣସି କାରଣରୁ ରାଗିକରି ହୋଟେଲରୁ ପଳାଇ ଆସିଥିବା ପ୍ରକାଶ କରିଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories