www.samajalive.in
Wednesday, December 10, 2025
17.1 C
Bhubaneswar

ଲାରମ୍ଭା ମହାବିଦ୍ୟାଳୟରେ ଲକ୍ଷାଧିକ ଟଙ୍କାର ଚୋରି

ରେଙ୍ଗାଲିକ୍ୟାମ୍ପ: କରୋନକ୍ଷ କଟକଣା ଯୋଗୁଁ ଲୋକେ କାମଧନ୍ଦା ନପାଇ ବର୍ତ୍ତମାନ ଚୋରି ଡକାୟତି ଭଳି ଅମାନୁଷିକ ତଥା ଅସାମାଜିକ କାର୍ୟ୍ୟ ରେ ଲିପ୍ତ ରହୁଛନ୍ତି। ଫଳରେ ଅଞ୍ଚଳରେ ଚୋରି ଘଟଣା ବଢ଼ିଚାଲିଛି। ଏପରିକି ସ୍କୁଲ କଲେଜ୍ ଭଳି ଶିକ୍ଷା ଅନୁଷ୍ଠାନ ଗୁଡ଼ିକୁ ବି ଛାଡୁନାହାନ୍ତି ।ଯାହାର ଜ୍ୱଳନ୍ତ ଉଦାହରଣ ମିଳିଛି ଲରମ୍ଭା ମହାବିଦ୍ୟାଳୟରେ। ଏହି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରମୋଦ କୁମାର ଭୋଇ କହିବା ଅନୁଯାୟୀ ବିଳମ୍ବିତ ରାତ୍ରୀରେ ଚୋର ମାନେ ଲେବ୍ରୋଟାରିର ଗ୍ରିଲରେ ଲାଗିଥିବା ତାଲା କାଟି ଦେଇ ଭିତରୁ ଇନଭର୍ଟର, କମ୍ପ୍ୟୁଟର ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ଚୋରି କରି ନେଇଯାଇଛନ୍ତି। ଏ ନେଇ ଅତାବିରା ଥାନା ଅଧୀନରେ ଥିବା ଗୋଡଭଗା ଫାଣ୍ଡିରେ ଲିଖିତ ଅଭିଯୋଗ କରାଯାଇଛି। ଏହା ଉପରେ କେସ ନମ୍ୱର୍ ୧୪୬ରେ ଏକ ଚୋରି ମାମଲା ରୁଜୁ କରି ଫାଣ୍ଡି ଅଧିକାରୀ ବାଲୁଙ୍କେଶ୍ୱର ନାଏକ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଲ୍ୟାବରେଟୋରିରେ ଥିବା ସିସି ଫୁଟେଜ  ଅନୁସନ୍ଧାନରୁ ଜଣାପଡିଛି ଯେ ତିନି ଜଣ ଦୁର୍ବୃତ୍ତ ମୁଖା ପିନ୍ଧି ଚୋରି କରିଛନ୍ତି। ତେବେ ଅଧିକରୁ ଅଧିକ ତଦନ୍ତ କରି ସଂପୃକ୍ତ ଚୋର ମାନଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ପ୍ରୟାସ ଜାରି ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories