www.samajalive.in
Friday, December 5, 2025
17.1 C
Bhubaneswar

ଆଉ ଛଅମାସ ତାଲାବନ୍ଦ ବଢାଅ-  ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ

ନୂଆଦିଲ୍ଲୀ: ଚଳିତ ବର୍ଷ ଏପ୍ରିଲରେ ଭାରତରେ କୋଭିଡ-୧୯ର ଦ୍ୱିତୀୟ ଲହର ଦେଖାଦେଇଥିଲା। ତାହାର ଭୟାବହ ପରିଣତି ଏବେ ମଧ୍ୟ ଦେଖିବାକୁ ମିଳୁଛି। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଭଳି ଭାରାକ୍ରାନ୍ତ ହୋଇପଡିଲା ଯେ ଲୋକେ ଡାକ୍ତରଖାନା ବାହାରେ ପଡିରହି ପ୍ରାଣ ହରାଇଲେ। ଚିକିତ୍ସା ବ୍ୟବସ୍ଥାରେ ବ୍ୟବହାର ହେଉଥିବା ଅମ୍ଳଜାନ, ଶଯ୍ୟା ଏବଂ ଔଷଧ ଆଦିର ଗୁରୁତର ସଙ୍କଟ ପରିସ୍ଥିତି ସୃଷ୍ଟି ହେଲା। କୋଭିଡ ଦ୍ୱିତୀୟ ଲହର ବ୍ୟାପିବା ପରେ ଦେଶର ଅଧି୍‍କାଂଶ ଭାଗରେ ତାଲାବନ୍ଦ ଜାରି କରାଗଲା। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ୟୁଏଇ ଆଦି ବିଦେଶୀ ରାଷ୍ଟ୍ରରୁ ଜରୁରୀକାଳୀନ ସହାୟତା ଭାରତକୁ ଆସିଲା। ଫଳସ୍ୱରୂପ ଦେଶରେ ଦୈନିକ ସଂକ୍ରମଣ ହାର ୧ଲକ୍ଷରୁ ତଳକୁ ଖସିଛି ଏବଂ ମୃତ୍ୟୁସଂଖ୍ୟା ଦୈନିକ ୨ହଜାରରୁ ଅଧିକ ରହିଛି। ଦେଶରେ କୋଭିଡ ସଂକ୍ରମଣ ସ୍ଥିତି ସୁଧୁରିବା ଲକ୍ଷ୍ୟ କରିବା ପରେ କେତେକ ରାଜ୍ୟରେ ତାଲାବନ୍ଦ ପ୍ରତ୍ୟାହାର କରାଯିବା ଏବଂ ଆଉ କେତେକ ସେଭଳି ଯୋଜନା କରୁଥିବା ଘୋଷଣା କରିବା ପରେ ତାହାକୁ ନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି ନ୍ୟାସନାଲ ସେଣ୍ଟର ଫର ଡିଜିଜ କଂଟ୍ରୋଲ (ଏନସିଡିସି)ର ପୂର୍ବତନ ବିଶେଷଜ୍ଞ ଡା.ସତପାଲ୍‍। ସେ କହିଛନ୍ତି କିଛି ସପ୍ତାହ ତାଲାବନ୍ଦ କରି ସଂକ୍ରମଣ ସଂଖ୍ୟା ହ୍ରାସପରେ ପୁଣି ସ୍ୱାଭାବିକ ସ୍ଥିତିକୁ ଫେରିଆସିବା ପରିସ୍ଥିତିକୁ ଅଧିକ ବିଗାଡିଦେବ।

ଡା.ସତପାଲ୍‍ ଏହା ମଧ୍ୟ କହିଛନ୍ତି ଯେ ସେ କଠୋର ତାଲାବନ୍ଦ ପାଇଁ କହୁନାହାନ୍ତି। ବରଂ ଏହାକୁ ଛଅମାସ ପର୍ଯ୍ୟନ୍ତ ବଳବତ୍ତର ରଖାଯିବା ଦରକାର ଏବଂ ସେତେବେଳକୁ ଅଧିକ ସଂଖ୍ୟାରେ ଲୋକଙ୍କ ଟିକାକରଣ କରାଯାଇସାରିଥିବ। ପ୍ରଥମ ଲହର ପରେ ଯେଉଁଭଳି ସବୁକିଛି ଖୋଲି ଦିଆଗଲା ଏବଂ ସମସ୍ତେ କୋଭିଡ କଟକଣା ପାଳନକୁ ହେୟ ମନେକଲେ ତାହାର ପରିଣତିକୁ ସେ ସ୍ମରଣ କରାଇ ଦେଇଛନ୍ତି। ଡା.ସତପାଲ୍‍ କହିଛନ୍ତି ସବୁକିଛି ସଂପୂର୍ଣ୍ଣ ଭାବରେ ଖୋଲି ଦିଆଯିବା ଦ୍ୱାରା ଦ୍ୱିତୀୟ ଲହର ସୃଷ୍ଟିହେଲା ଏବଂ ତାହା ଭୟଙ୍କର ରୂପ ନେଲା। ତେଣୁ ପ୍ରଚଳିତ ତାଲାବନ୍ଦକୁ ସେହିଭଳି ଉନ୍ମୁକ୍ତ କରାନଯାଇ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ସୁଦୃଢ କରାଯିବା ଏବଂ କୋଭିଡ କଟକଣାକୁ କଡାକଡି ଭାବରେ ପାଳନ କରାଯିବାର ଆବଶ୍ୟକତା ରହିଛି। ଦେଶର ଦିଲ୍ଲୀ, ମୁମ୍ବଇ ଭଳି ଜନାକୀର୍ଣ୍ଣ ସହରଗୁଡିକରେ କାର୍ଯ୍ୟାଳୟଗୁଡିକର ସମୟ ନିର୍ଘଣ୍ଟ ପୁନଃନିର୍ଦ୍ଧାରଣ କରାଯାଇ ସେଗୁଡିକ ସକାଳ ୭ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ୨୦ରୁ ୨୫% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଅନୁମତି ଦିଆଯିବା ଆବଶ୍ୟକ। ତାହାସହିତ ମଦ ଦୋକାନ, ବଜାର ଏବଂ ମଲ ଗୁଡିକ ପାଇଁ କଡାକଡି ଭାବରେ ସମୟ ନିର୍ଦ୍ଧାରଣ କରାଯିବାର ଆବଶ୍ୟକତା ରହିଛି। ଖୋଲା ସ୍ଥାନରେ ଥିବା ହୋଟେଲଗୁଡିକରେ ଲୋକେ ଖାଇବାକୁ ଅନୁମତି ଦିଆଯିବା ଏବଂ ଅନ୍ୟ ହୋଟେଲଗୁଡିକୁ କେବଳ ପାର୍ସଲ ଦେବାକୁ ଅନୁମତି ଦେବା ସପକ୍ଷରେ ସେ ମତ ଦେଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

Related Articles

Popular Categories