www.samajalive.in
Thursday, December 11, 2025
18.1 C
Bhubaneswar

୧୪ରୁ କମ୍‌ ବର୍ଷ ପିଲାଙ୍କୁ ମାଗଣାରେ ଓଡ଼ିଶୀ ପ୍ରଶିକ୍ଷଣ

ଭୁବନେଶ୍ୱର: ତାଲାବନ୍ଦରେ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରକୁ ସକ୍ରିୟ କରିବା ନିମନ୍ତେ ସଂସ୍କୃତି ବିଭାଗ ଅଣ୍ଟା ଭିଡ଼ିଛି। କରୋନା ମହାମାରୀ ସମୟରେ ସବୁ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବାକୁ ଯୋଜନା ହୋଇଛି। ଯେଉଁଠି ୧୪ରୁ କମ୍‍ ବର୍ଷ ପିଲାଙ୍କୁ ମାଗଣାରେ ନୃୃତ୍ୟ ପ୍ରଶିକ୍ଷଣ ଦିଆଯିବ। ଏହି ସମୟରେ ଭର୍ଚୁଆଲରେ ସଙ୍ଗୀତ ମହୋତ୍ସବ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ଅଭିଲେଖାଗାରରେ ଥିବା ଅନେକ ପୁସ୍ତକର ଡିଜିଟାଇଜେସନ କରାଯାଉଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡ଼ିଶୀକୁ ସର୍ବଭାରତୀୟସ୍ତରରେ ଅଧିକ ପରିଚିତ କରିବା ପାଇଁ ପୂର୍ବରୁ କରାଯାଇଥିବା ପୁସ୍ତକ ‘ରାଗସାରଣୀ’ ଓ ବ୍ୟାକରଣକୁ ହିନ୍ଦୀ ଓ ଇଂରାଜୀରେ ଅନୁବାଦ କରାଯାଉଛି।

ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ସ୍ୱତନ୍ତ୍ର ଭାବେ ନୃତ୍ୟସଙ୍ଗୀତ ପ୍ରଶିକ୍ଷଣ ଦିଆଯିବ। ବିଶେଷକରି ୧୪ରୁ କମ୍‍ ବର୍ଷ ପିଲାଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବା ନେଇ ଯୋଜନା ହୋଇଛି। ନିର୍ଦିଷ୍ଟ ଶାସ୍ତ୍ରୀୟ ଶୈଳୀରେ ଗୁରୁଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷଣ ଦିଆଯିବ। ଯାହାକି ବର୍ତ୍ତମାନ ସମୟରେ ନୃତ୍ୟସଙ୍ଗୀତକୁ ନେଇ ଯେଉଁ ସମସ୍ୟା ଦେଖାଯାଉଛି ତାହା ଭବିଷ୍ୟତରେ ଦେଖାଯିବ ନାହିଁ। ଉପଯୁକ୍ତ ଶୈଳୀରେ ଛାତ୍ରଛାତ୍ରୀଙ୍କୁ ଗୁରୁମାନେ ପ୍ରଶିକ୍ଷଣ ଦେବେ। ବିଭିନ୍ନ ଅନୁଷ୍ଠାନ ହେଉ ଅବା କୌଣସି ନୃତ୍ୟଗୁରୁଙ୍କ ନିକଟରେ ଯେଉଁମାନେ ପ୍ରଶିକ୍ଷଣ ନେଉଥିବେ ସେମାନଙ୍କୁ ଏହି ପ୍ରଶିକ୍ଷଣରେ ସାମିଲ କରାଯିବ। ନିଜର ବିଦ୍ୟାଳୟ ସରିବା ପରେ ହେଉ ଅବା ସନ୍ଧ୍ୟା ସମୟରେ ସପ୍ତାହକୁ ତିନିଦିନ ଶିକ୍ଷା ଦିଆଯିବ। ଏ ସମ୍ପର୍କରେ କେନ୍ଦ୍ର ପକ୍ଷରୁ ଖୁବ୍‌ଶୀଘ୍ର ଅବଗତ କରାଯିବ।

- Advertisement -

ଏହାଛଡ଼ା ଅଭିଲେଖାଗାରରେ ଅନେକ ସାମଗ୍ରୀ ରହିଥିବାବେଳେ ବିଶେଷକରି ପୁସ୍ତକକୁ ଗୁରୁତ୍ୱ ଦିଆଯାଇ ଡିଜିଟାଇଜେସନ ଉପରେ କାର୍ଯ୍ୟ କରାଯାଉଛି। ତାଲାବନ୍ଦରେ ବିଭିନ୍ନପ୍ରକାର କର୍ମଶାଳା ଓ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ସାମିଲ ହେଉଥିବାବେଳେ ନିକଟରେ ଏକ ଆଭାସି ସଙ୍ଗୀତ ମହୋତ୍ସବ ନେଇ ଯୋଜନା ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମୟରେ ଏହି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହୋଇଥିବାବେଳେ ମୂଳଲକ୍ଷ୍ୟ ସାଧିତ ହେବାରେ ପ୍ରତିବନ୍ଧକ ସାଜିଛି ମାନବସମ୍ବଳ। ଏଠାରେ ମୋଟ ୩ଜଣ ନିୟମିତ କର୍ମଚାରୀ ଥିବାବେଳେ ଅନ୍ୟମାନେ ଠିକାରେ କାର୍ଯ୍ୟ କରୁଛନ୍ତି। ନୃତ୍ୟ ଓ ସଙ୍ଗୀତରେ ଶିକ୍ଷାଦାନ ସହିତ ଗବେଷଣା କାର୍ଯ୍ୟ କରାଯାଉଥିବା ବେଳେ ଆବଶ୍ୟକ କର୍ମଚାରୀ ନଥିବା ଯୋଗୁଁ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି।

ଗାୟନରେ ସହଯୋଗିତା ପାଇଁ ବଂଶୀ, ସୀତାର, ବେହେଲା, ମର୍ଦଳ ଆଦି ରହିଥିବାବେଳେ କୌଣସି ବାଦ୍ୟଯନ୍ତ୍ରରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଏହି ବିଭାଗରେ ପ୍ରାୟ ୯ରୁ ଅଧିକ କର୍ମଚାରୀ ଅବସର ନେଇସାରିଥିବାବେଳେ କେହି ହେଲେ ନୂଆ ନିଯୁକ୍ତି ପାଇନାହାନ୍ତି। କେବଳ ଏତିକି ନୁହେଁ ପ୍ରଶାସନିକ କାର୍ଯ୍ୟ ପାଇଁ ମଧ୍ୟ ଲୋକ ନାହାନ୍ତି। ସହ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ ଖାଲି ରହିଥିବା ବେଳେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ନିକଟରେ ଅବଧି ବୃଦ୍ଧି କରାଯାଇଛି। କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ସଙ୍ଗୀତା ଗୋସାଇଁ କହିଛନ୍ତି, ସରକାରଙ୍କୁ ଲିଖିତଭାବେ ସମସ୍ୟା ଅବଗତ କରାଯାଇଛି। ବିଭାଗ ପକ୍ଷରୁ ଯେଉଁ ନିର୍ଦେଶ ରହିଛି ସେହି ଅନୁସାରେ କାର୍ଯ୍ୟ କରାଯାଉଛି।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories