www.samajalive.in
Sunday, December 14, 2025
16.1 C
Bhubaneswar

ଜାପାନୀ ପୋଦିନା ତେଲ ପ୍ରକ୍ରିୟାକରଣର ଶୁଭାରମ୍ଭ କଲେ ଜିଲ୍ଲାପାଳ

ନବରଙ୍ଗପୁର : ନବରଙ୍ଗପୁର ବ୍ଲକ୍ ଡୁଡିରିଗୁଡାଠାରେ ଜାପାନୀ ପୋଦିନା ପତ୍ରରୁ ତେଲ ପ୍ରକ୍ରିୟାକରଣକୁ ଜିଲ୍ଲାପାଳ ଡ଼ଃ ଅଜିତ କୁମାର ମିଶ୍ର ଶୁଭାରମ୍ଭ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ବିଜ୍ଞାନ ଓ ପ୍ରଯୁକ୍ତି ବିଜ୍ଞାନ ବ୍ୟବହାର ନବରଙ୍ଗପୁର ଜିଲ୍ଲାର ଆର୍ଥିକ ଓ ସାମାଜିକ ଉନ୍ନତି ପ୍ରକଳ୍ପ ମାଧ୍ୟମରେ ପ୍ରଥମ ଥର ପାଇଁ ନବରଙ୍ଗପୁର ଜିଲ୍ଲାର କେନ୍ଦ୍ରୀୟ ଔଷଧୀୟ ଓ ସୁଗନ୍ଧି ଫସଲ ସଂସ୍ଥାନ ଲକ୍ଷ୍ନୌ ପକ୍ଷରୁ ୪.୫ଏକର ଜମିରେ ଜାପାନୀ ପୂଦିନା ଚାଷ କରାଯାଇଛି । ନବରଙ୍ଗପୁର ବ୍ଲକର ଚୁରାହାଣ୍ଡିଠାରେ ଅଜିତ। କୁମାର ନାୟକ ଓ ରତ୍ନାକର ମାଳି ୪ଏକର ଚାଷ କରି ଏକର ପିଛା ୩୦ଲିଟର ତେଲ ପ୍ରାପ୍ତ କରିଛନ୍ତି ଯାହାକି ଲିଟର ପିଛା ୧୩୦୦ ଟଙ୍କାର ଆଜି ଜିଲ୍ଲାପାଳ ମାଧ୍ୟମରେ ବିକ୍ରିର ମଧ୍ୟ ଶୁଭାରମ୍ଭ କରାଯାଇଛି । ଏହି ତେଲ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ ଯୋଗୁଁ ନବରଙ୍ଗପୁର ଜିଲ୍ଲାର ଅନେକ ଚାଷୀ ଉପଯୁକ୍ତ ହୋଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ମିଣ୍ଟ ଚାଷ ଦ୍ଵାରା ରବି ଋତୁରେ ଚାଷୀମାନେ ମଧ୍ୟ ବେଶ୍ ଲାଭବାନ୍ ହୋଇ ପାରିବେ ବୋଲି ଡ଼ଃ ମିଶ୍ର କହିଛନ୍ତି ।

ଅନ୍ୟପକ୍ଷରେ ଏହି ତେଲ ଆଗାମୀ ଦିନରେ ଟୁଥ୍ ପେଷ୍ଟ,ପାନ ମସଲା, ମୃଦୁ ପାନୀୟ, ମୁଣ୍ଡବ୍ୟଥା ଔଷଧ, ଶ୍ବାସ ପ୍ରକ୍ରିୟା ଔଷଧ ବ୍ୟବହାର ହୋଇପାରିବ ବୋଲି କେନ୍ଦ୍ରୀୟ ଓ ଔଷଧୀୟ ସୁଗନ୍ଧି ଫସଲ ସଂସ୍ଥାନର ପ୍ରଧାନ ବୈଜ୍ଞାନିକ ଡଃ ପ୍ରଶାନ୍ତ ରାଉତ ମତବ୍ୟକ୍ତ କରିଛନ୍ତି । ଜିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଆଗାମୀ ଦିନରେ ମିଣ୍ଟ କ୍ଲଷ୍ଟର୍ କରାଯିବା ଦିଗରେ ଗୁରୁତ୍ବ ଦିଆଯିବ ବୋଲି ମଧ୍ୟ କହିଛନ୍ତି । ଏହି କାର୍ୟ୍ୟକ୍ରମରେ ଓରମାସର ଉପ କାର୍ୟ୍ୟ ନିର୍ବାହୀ ଏ.ଉମା ମହେଶ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟି ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ସମେତ ଚୁରାହାଣ୍ଡି ଓ ଡୁଡୁରୀଗୁଡାର ଅନେକ ଚାଷୀ ଉପସ୍ଥିତ ଥିଲେ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories