www.samajalive.in
Friday, December 5, 2025
20.1 C
Bhubaneswar

ପାକିସ୍ତାନରେ କୋଭିଡର ସାନି ଲହର ଆଶଙ୍କା

କରାଚୀ: ପାକିସ୍ତାନ ଜନସାଧାରଣ କୋଭିଡ କଟକଣା ପାଳନ କରୁନଥିବାରୁ ଦେଶରେ କୋଭିଡର ସାନି ଲହର ବ୍ୟାପିବା ଆଶଙ୍କା ଦେଖାଦେଇଛି। ଦେଶର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କର ସ୍ୱାସ୍ଥ୍ୟ ପ୍ରସଙ୍ଗରେ ଥିବା ସ୍ୱତନ୍ତ୍ର ସହାୟକ ଡା.ଫଇସଲ ସୁଲତାନ୍‍ କହିଛନ୍ତି ଯେ କୋଭିଡ କଟକଣା ଉଲ୍ଲଂଘନ କାରଣରୁ ପାକିସ୍ତାନରେ କୋଭିଡ ସଂକ୍ରମଣର ଆଉ ଏକ ଲହର ସୃଷ୍ଟିହେବା ଆଶଙ୍କା ବଢିବାରେ ଲାଗିଛି। ଏକ ବାର୍ତ୍ତାରେ ଡା.ଫଇସଲ କହିଛନ୍ତି, କିଛି ସପ୍ତାହ ତଳେ ୭୫ରୁ ୮୦ ପ୍ରତିଶତ ଲୋକ କୋଭିଡ କଟକଣା ମାନୁଥିବାବେଳେ ସଂପ୍ରତି ତାହା ହାରାହାରି ୪୬%କୁ ଖସିଆସିଛି। ସରକାର ମଧ୍ୟ ଏହା ଉପରେ ନଜର ରଖିଛନ୍ତି। କିନ୍ତୁ ଦୁର୍ଭାଗ୍ୟକୁ ଜନସାଧାରଣଙ୍କ ସହଯୋଗ ବିନା ଏହା ପାଳନ କରିବା କଷ୍ଟକର ହୋଇପଡିଛି। ଏ ସମ୍ପର୍କିତ ପରିସଂଖ୍ୟାନ ଉପସ୍ଥାପନ କରି ସେ କହିଛନ୍ତି, ଦେଶରେ ୪୦% ବ୍ୟବସାୟ ପ୍ରତିଷ୍ଠାନ ଏବଂ ପରିବହନ କ୍ଷେତ୍ର କୋଭିଡ କଟକଣା ପାଳନ କରୁଥିବାବେଳେ ୬୦% ତାହା ପାଳନ କରୁନାହାନ୍ତି। ଶିଳ୍ପ କ୍ଷେତ୍ରରେ ମାତ୍ର ୩୮% କୋଭିଡ କଟକଣା ପାଳନ କରୁଥିବାବେଳେ ମସଜିଦଗୁଡିକରେ ୪୧% ଏବଂ ସର୍ବସାଧାରଣ ସ୍ଥଳଗୁଡିକରେ ଏହା ଅତିବେଶିରେ ୪୦ରୁ ୪୨% ପାଳନ କରାଯାଉଛି। ଡାକ୍ତରଖାନାଗୁଡିକରେ ୭୦% କୋଭିଡ କଟକଣା ପାଳନ କରାଯାଉଥିଲେ ମଧ୍ୟ ସେଠାରେ ଏହା ୧୦୦%ରୁ କମ୍‍ ହେବା ଉଚିତ ନୁହେଁ ବୋଲି ଡା.ଫଇସଲ ମତ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶରେ ଟିକାକରଣ ଚାଲିଛି ଏବଂ ଏପର୍ଯ୍ୟନ୍ତ ୧୧.୮ ନିୟୁତ ପାନ କୋଭିଡ ଟିକା ପହଞ୍ଚିଥିବାବେଳେ ସେଥିମଧ୍ୟରୁ ୭୬% ପାକିସ୍ତାନ ସରକାର ଖରିଦ କରିଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories