www.samajalive.in
Friday, December 5, 2025
17.1 C
Bhubaneswar

ଖେଳନା ତିଆରିରେ ପ୍ରଥମ, ଢ଼େଙ୍କାନାଳର ଝିଅ ମୁସ୍କାନ

ଢେଙ୍କାନାଳ ସଦର: ଶିକ୍ଷଣୀୟ ଖେଳନା ଶିକ୍ଷାକ୍ଷେତ୍ରରେ ବିପ୍ଳବ ଆଣିପାରିବ ଏବଂ ପ୍ରତ୍ୟେକ ବିଦ୍ୟାଳୟରେ ପିଲାମାନଙ୍କୁ ଖେଳନା ତିଆରି ତାଲିମ ଦେବା ଜରୁରୀ ବୋଲି କୁହନ୍ତି ଏନଆଇଟି (ନେସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି) ସିଲଚରଦ୍ୱାରା ଆୟୋଜିତ ଜାତୀୟସ୍ତରର ଖେଳନା ତିଆରି ପ୍ରତିଯୋଗିତାରେ ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଢେଙ୍କାନାଳର ଝିଅ ମୁସ୍କାନ ମହାନ୍ତି। ସହର ଉପକଣ୍ଠସ୍ଥ କାଙ୍କଡପାଳ ଗ୍ରାମର ଚନ୍ଦନ ମହାନ୍ତି ଏବଂ ତୁଷାରବାଳା ମହାନ୍ତିଙ୍କ ବଡ ଝିଅ ମୁସ୍କାନ। ସେ ଜଣେ ଭଲ ଚିତ୍ରଶିଳ୍ପୀ ହୋଇଥିବା ବେଳେ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠତ୍ୱ ମଧ୍ୟ ହାସଲ କରିଛନ୍ତି। ଏଥିସହ ଭାରତ ସରକାରଙ୍କପକ୍ଷରୁ ଆୟୋଜିତ ଏକ ଜାତୀୟସ୍ତରର ଖେଳନା ତିଆରି ପ୍ରତିଯୋଗିତାରେ ସେ ଓ ତାଙ୍କର ଦୁଇ ସହପାଠୀ ସୋମାପିକା ପ୍ରିୟଦର୍ଶିନି ଏବଂ ଅକ୍ଷତ ପାଢିଙ୍କ ସହ ଦଳଗତ ବିଭାଗରେ ଭାଗ ନେଇ ଅନ୍ତିମ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀ ପବ୍ଲିକ ସ୍କୁଲରେ ୧୦ମ ଶ୍ରେଣୀରେ ପାଠ ପଢୁଥିବା ବେଳେ ଅଲ୍‍ଟର୍‍ନେଟିଭ୍‍ ରିଦମ୍‍ ଥିଏଟର ଏକାଡେମୀ ଆଣ୍ଡ ରିସର୍ଚ୍ଚ ସେଣ୍ଟରେ ବ୍ୟକ୍ତିତ୍ୱ ବିକାଶ (ପର୍ସନାଲିଟି ଡେଭଲେପମେଣ୍ଟ) ବିଭାଗରେ ମଧ୍ୟ ଶିକ୍ଷାଲାଭ କରୁଛନ୍ତି। ସେଠାରୁ ସେ ଏହି ଖେଳନା ତିଆରିର ତାଲିମ ଗ୍ରହଣ କରି ଉକ୍ତ ଜାତୀୟସ୍ତରର ପ୍ରତିଯୋଗିତାରେ ଶିକ୍ଷଣୀୟ ଖେଳନା ବିଭାଗରେ ସମଗ୍ର ଦେଶରେ ପ୍ରଥମ ସ୍ଥାନ ଅଧିକାର କରି ଅନୁଷ୍ଠାନ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।

ଖେଳନା ତିଆରି ସମ୍ପର୍କରେ ପଚରାଯିବାରେ ମୁସ୍କାନ କୁହନ୍ତି ଯେ ବର୍ତ୍ତମାନ କେନ୍ଦ୍ର ସରକାର ସ୍ୱଦେଶୀ ଖେଳନା ତିଆରି ଉପରେ ବହୁତ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ସେଥିପାଇଁ ଅନେକ ଯୋଜନା ମଧ୍ୟ କାର୍ଯ୍ୟକାର ହେଉଛି। ଯଦି ବିଦ୍ୟାଳୟସ୍ତରରୁ ପିଲାମାନଙ୍କୁ ଏହି ତାଲିମ ଦିଆଯିବ ତାହେଲେ ସେମାନଙ୍କ ଭିତରେ ଥିବା ସୃଜନଶୀଳତାର ବିକାଶ ଘଟିବା ସହ ସେମାନେ ବଡ ହେଲେ ଖେଳନା ତିଆରିକ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରି ପାରିବେ। କେବଳ ସେତିକି ନୁହେଁ ଶିକ୍ଷାକ୍ଷେତ୍ରରେ ମଧ୍ୟ ଏହାର ଯଥେଷ୍ଟ ପ୍ରଭାବ ରହିବ। ପାଠ୍ୟକ୍ରମରେ ଥିବା ବିଭିନ୍ନ ବିଷୟକୁ ନେଇ ମଧ୍ୟ ଶିକ୍ଷଣୀୟ ଖେଳନା ତିଆରି କରାଯାଇ ପାରିବ। ମୋର ଯେଉଁ ଖେଳନାଟି ଜାତୀୟସ୍ତରରେ ପ୍ରଥମ ହେଲା ତାହା ବିଜ୍ଞାନ ବିଷୟର ବିଭିନ୍ନ ଏଲିମେଣ୍ଟ, ତାହାର ସିମ୍ବଲ ଏବଂ କେମିକାଲ ନମ୍ବରକୁ ନେଇ ତିଆରି ହୋଇଥିଲା। ଏହି ଖେଳନାଦ୍ୱାରା ପିଲାମାନେ ଖେଳିବା ସହ ସେସବୁକୁ ମନେ ରଖିପାରିବେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories